ଭୁବନେଶ୍ବର: ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।  ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଜବାବ ତଲବ କରାଯାଇଛି। ସେମାନଙ୍କ ସଭ୍ୟ ପଦ କାହିଁକି ରଦ୍ଦ ନହେବ ସେନେଇ  ଆସନ୍ତା ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସରେ କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଯେ ଉପରୋକ୍ତ ୪ ବିଧାୟକ ଦଳ ବଦଳ ନିରୋଧୀ ଆଇନ ଉଲ୍ଲଂଘନ କରିଥିବା ନେଇ ସରକାରୀ ଦଳ ମୁଖ୍ୟ ସଚେତକ ବିଧାନସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବାଚସ୍ପତି ପ୍ରମିଳା ମଲିକଙ୍କ ନିର୍ଦ୍ଦେଶରେ ଓଡ଼ିଶା ବିଧାନସଭା ସଚିବ ଏହି ନୋଟିସ ଜାରି କରିଛନ୍ତି ।


Also Read- ନୟାଗଡ଼ ଲାଠିପଡ଼ାରେ ଶାହଙ୍କ ଗର୍ଜନ, ବୁଥ୍‌ ରିଗିଂ ବିଷୟରେ ଏମିତି କହିଲେ


Also Read- ସୁନା ପରେ ଚିନ୍ତା ବଢାଇଲା ରୁପା ଦର, ଗୋଟିଏ ଦିନରେ ୪୫୦୦ ବୃଦ୍ଧି