Silver Rate:ସୋମବାର (୨୦ ମଇ) ଦିନ ଭୁବନେଶ୍ୱରରେ କେଜି ପ୍ରତି ରୁପା ଦର ଲକ୍ଷେ ଟଙ୍କା ଅତିକ୍ରମ କରିଛି । ଦାମ ପହଞ୍ଚିଥିଲା ୧,୦୧,୦୦୦ ଟଙ୍କା । କହିବାକୁ ଗଲେ ଦିନକରେ ଦାମ୍ ୪୫୦୦ ଟଙ୍କା ବଢିଛି ।
Trending Photos
ଭୁବନେଶ୍ୱର: କିଛି ଦିନ ହେବ ସୁନା ଦରକୁ ନେଇ ଲୋକଙ୍କ ମନରେ ଟେନସନ ରହିଥିଲା । ତେବେ ବର୍ତ୍ତମାନ ରୁପା ଦର ମଧ୍ୟ ଗ୍ରାହକଙ୍କ ଚିନ୍ତା ବଢାଇଲାଣି । ସୋମବାର (୨୦ ମଇ) ଦିନ ଭୁବନେଶ୍ୱରରେ କେଜି ପ୍ରତି ରୁପା ଦର ଲକ୍ଷେ ଟଙ୍କା ଅତିକ୍ରମ କରିଛି । ଦାମ ପହଞ୍ଚିଥିଲା ୧,୦୧,୦୦୦ ଟଙ୍କା । କହିବାକୁ ଗଲେ ଦିନକରେ ଦାମ୍ ୪୫୦୦ ଟଙ୍କା ବଢିଛି । ଗୁଡ୍ରିଟର୍ଣ୍ଣସ୍ ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ରବିବାର ଦିନ ରୁପା ଦର ଥିଲା ୯୬,୫୦୦ । ମାସକ ପୂର୍ବରୁ ସୁନା ଦର ୯୦ ହଜାର ପାଖାପାଖି ଥିଲା । ମାସେ ମଧ୍ୟରେ ଧିରେ ଧିରେ ଏହା ବଢି ୧୧ ହଜାର ଟଙ୍କା ମହଙ୍ଗା ହେଇଛି । ତେବେ ସୋମବାର ବଡ଼ ଧରଣର ବୃଦ୍ଧି ପରେ ଗ୍ରାହକଙ୍କୁ ଝଟକା ଲାଗିଛି ।
ଅନ୍ୟପଟେ, ସପ୍ତାହ ଆରମ୍ଭରୁ ସୁନା ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ଭାରତୀୟ ସୁନା ବଜାରରେ ଭରି ପିଛା ୧୦ ଟଙ୍କା ବୃଦ୍ଧି ଘଟିଛି। ତେବେ ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି। ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର।
ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ୬୮,୯୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୫୧୭୦ ଟଙ୍କା ରହିଛି । ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନା ଭରି ପିଛା ମୂଲ୍ୟ ୬୯୦୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୫୩୨୦ ଟଙ୍କା ରହିଛି। ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮୯୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୫୧୭୦ ଟଙ୍କା ରହିଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୯୦୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ୭୫୨୯୦ ଟଙ୍କା ରହିଛି। ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮୯୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୭୫୧୭୦ ଟଙ୍କା ରହିଛି । ସେପଟେ ବୁଲିଅନ ବଜାର ତଥ୍ୟ ଅନୁଯାୟୀ ଦୁଇ ଦିନ ବଜାର ବନ୍ଦ ରହିବା କାରଣରୁ ସୋମବାର ୧୪ କ୍ୟାରେଟ ସୁନା ଭରି ପିଛା ୪୭୩୩୦ ଟଙ୍କାରେ କାରବାର କରିଥିବା ଜଣାପଡ଼ିଛି। ୧୮ କ୍ୟାରେଟ ସୁନା ୫୯୪୪୦ ଟଙ୍କାରେ କାରବାର କରିଥିବା ଜଣାପଡ଼ିଛି।
Also Read- Garlic Peel Benefits: ଫିଙ୍ଗୁଛନ୍ତି କି ରସୁଣ ଚୋପା ? ମିଳିଥାଏ ବଡ଼ ଲାଭ
Also Read- କେନ୍ଦ୍ରକୁ ୧ ଲକ୍ଷ କୋଟି ଦେବ ରିଜର୍ଭ ବ୍ୟାଙ୍କ