ଲାଗିଲା କଟକଣା: ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ନେବାକୁ ହେବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
Advertisement
Article Detail0/zeeodisha/odisha2426865

ଲାଗିଲା କଟକଣା: ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ନେବାକୁ ହେବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

Odisha News: ପୁଣି ଏହି ବ୍ୟକ୍ତିଙ୍କ ପାଇଁ ପୁନଃ ନିଯୁକ୍ତି ନଥି ପ୍ରସ୍ତୁତ କରିବା ବେଳେ  ତାଙ୍କ ଚରିତ୍ର ପଞ୍ଜିକାକୁ ସାଙ୍ଗରେ ଦେବାକୁ ହେ। ବିଗତ ୫ ବର୍ଷ ଭିତରେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ହିଁ ତାଙ୍କୁ ମିଳିବ ନିଯୁକ୍ତି। ପୁଣି ୧୦ ବର୍ଷ ଭିତରେ ଯଦି କେହି ବରିଷ୍ଠ ଅଧିକାରୀ ତାଙ୍କ ବିରୁଦ୍ଧରେ ପ୍ରତିକୂଳ ସିସିଆର ଲେଖିଥିବେ ତେବେ ତାଙ୍କର ଆଉଥରେ ନିଯୁକ୍ତି ହୋଇପାରିବ ନାହିଁ। ଅଥବା ସେ ଯଦି ୫ ବର୍ଷ ଭିତରେ ଅସଦାଚାରଣ ପାଇଁ କେବେ ଦଣ୍ଡିତ ହୋଇଥିବେ ତୋବେ ତାଙ୍କ ପାଇଁ ପୁଣି ନିଯୁକ୍ତି ହେବା ଅସମ୍ଭବ ହେବ। 

ଲାଗିଲା କଟକଣା: ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ନେବାକୁ ହେବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର: ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି କ୍ଷାତ୍ରରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏଣିକି ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁଣିଥରେ ନିଯୁକ୍ତି ଦେବାକୁ ହେଲେ ତିନିସ୍ତରୀୟ ବ୍ୟବସ୍ଥା ପାଳନ କରିବାକୁ ହେବ। ରାଜ୍ୟସରକାର ଏନେଇ ବିସ୍ତୃତ ବିଜ୍ଞପ୍ତି ପ୍ରକାଶ ସହିତ ୨୦୧୪ ମସିହାରେ ପୁନଃ ନିଯୁକ୍ତି ସମ୍ବନ୍ଧରେ ପ୍ରକାଶିତ ବିଜ୍ଞପ୍ତିକୁ ଖାରିଜ କରିଛନ୍ତି। 
 
ସରକାର ଅନୁଭବ କରିଛନ୍ତି ଯେ, କିଛି ବିଭାଗ ବିନା କୌଣସି କାରଣରେ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଏହାଦ୍ୱାରା କନିଷ୍ଠ କର୍ମଚାରୀଙ୍କ ପଦୋନ୍ନତି ବାଧାପ୍ରାପ୍ତ ପାଉଛି। ସେ ସମୟରେ ସରକାରୀ ବ୍ୟବସ୍ଥାରେ ଥିବା ଆର୍ଥିକ କଟକଣା ଓ ମାନବ ସମ୍ବଳର ଅଭାବକୁ ପୂରଣ କରିବା ପାଇଁ ଏହା ଏକ ବ୍ୟତିକ୍ରମ ଭାବେ ଗ୍ରହଣ କରାଯାଇଥିଲା। ହେଲେ ଆଜି ସେହି ବିଜ୍ଞପ୍ତି ଏକ ନିୟମ ଭାବେ ବିଭିନ୍ନ ବିଭାଗ କାର୍ଯ୍ୟକାରୀ କରୁଥିବାରୁ ସରକାର ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। 
 
ସଦ୍ୟ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ,  ଯେଉଁ ବ୍ୟକ୍ତି ପୁଣିଥରେ ନିଯୁକ୍ତି ଚାହୁଁଛନ୍ତି  ପ୍ରଥମେ ତାଙ୍କୁ କାହିଁକି ନିଯୁକ୍ତି ଦିଆଯିବ ତାହାର ଏକ ନିର୍ଦ୍ଧାରଣ କରିବାକୁ ହେବ। ଏହାପରେ ସମ୍ପୃକ୍ତ ବିଭାଗର ସଚିବ ଏହାକୁ ଅନୁମୋଦନ କରିବା ପରେ ସମ୍ପୃକ୍ତ ସଚିବ ଏହି ବ୍ୟକ୍ତିଙ୍କ ନଥିକୁ ଏକ ନିୟୋଜନ କମିଟିକୁ ପଠାଇବେ। ଏହା ରାଜ୍ୟସ୍ତରୀୟ ନିୟୋଜନ କମିଟି। ଏହି କମିଟିରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ଥିବାବେଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅର୍ଥ ସଚିବ ପ୍ରମୁଖ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହାଙ୍କ ଅନୁମୋଦନ ପାଇଲାପରେ ସମ୍ପୃକ୍ତ ନଥିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯିବ। ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିବ। 
 
ପୁଣି ଏହି ବ୍ୟକ୍ତିଙ୍କ ପାଇଁ ପୁନଃ ନିଯୁକ୍ତି ନଥି ପ୍ରସ୍ତୁତ କରିବା ବେଳେ  ତାଙ୍କ ଚରିତ୍ର ପଞ୍ଜିକାକୁ ସାଙ୍ଗରେ ଦେବାକୁ ହେ। ବିଗତ ୫ ବର୍ଷ ଭିତରେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ହିଁ ତାଙ୍କୁ ମିଳିବ ନିଯୁକ୍ତି। ପୁଣି ୧୦ ବର୍ଷ ଭିତରେ ଯଦି କେହି ବରିଷ୍ଠ ଅଧିକାରୀ ତାଙ୍କ ବିରୁଦ୍ଧରେ ପ୍ରତିକୂଳ ସିସିଆର ଲେଖିଥିବେ ତେବେ ତାଙ୍କର ଆଉଥରେ ନିଯୁକ୍ତି ହୋଇପାରିବ ନାହିଁ। ଅଥବା ସେ ଯଦି ୫ ବର୍ଷ ଭିତରେ ଅସଦାଚାରଣ ପାଇଁ କେବେ ଦଣ୍ଡିତ ହୋଇଥିବେ ତୋବେ ତାଙ୍କ ପାଇଁ ପୁଣି ନିଯୁକ୍ତି ହେବା ଅସମ୍ଭବ ହେବ। 
 
ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ପ୍ରାର୍ମଭିକ ଭାବେ ଏହି ନିଯୁକ୍ତି ୧ ବର୍ଷ ପାଇଁ ହେବ। ଏହାପରେ ଆବଶ୍ୟକ ପଡ଼ିଲେ ୧ ବର୍ଷ ପାଇଁ ନବୀକରଣ ହେବ। ସର୍ବାଧିକ ୩ ବର୍ଷ ସେ ପୁନଃ ନିଯୁକ୍ତି ପାଇଁ ଯୋଗ୍ୟ ହେବେ। ଅର୍ଥ ବିଭାଗର ସହମତି କ୍ରମେ ତାଙ୍କର ବେତନ ଭତ୍ତା ଓ ଛୁଟି ନିର୍ଦ୍ଧାରଣ କରାଯିବ ବୋଲି ଏହି ବିଜ୍ଞ୍ୟପ୍ତିରେ କୁହାଯାଇଛି। 
  
ଯଦି ସମ୍ପୃକ୍ତ କର୍ମଚାରୀ କୌଣସି କାରଣରୁ ଇସ୍ତଫା ଦେବାକୁ ଚାହାନ୍ତି ତେବେ ୩୦ ଦିନର ନୋଟିସ ଦେଇ ଚାକିରି ଛାଡ଼ିପାରିବେ। ବିଭାଗ ଚାହିଁଲେ ତାଙ୍କର କାର୍ଯ୍ୟକାଳ ଶେଷ ପୂର୍ବରୁ ମଧ୍ୟ ୧ ମାସର ନୋଟିସ ଦେଇ ବାହାର ରିପାରିବେ। ଯଦି ତାଙ୍କ ନାଁରେ ସରକାରୀ ଘର ବଣ୍ଟିତ ହୋଇଛି ତେବେ ତାଙ୍କୁ ପ୍ରଥମେ ସେ ଫେରାଇବା ଆବଶ୍ୟକ ରହିଛି। କିନ୍ତୁ ଆବଶ୍ୟକ ସ୍ଥିତିର ସ୍ୱାର୍ଥରେ ଏହି ନିୟମରେ କୋହଳ କରିପାରନ୍ତି।