Congress Dispute, ଭୁବନେଶ୍ୱର: ପ୍ରଦେଶ କଂଗ୍ରେସରେ ପୁଣି ଥରେ କେଁ ସୃଷ୍ଟି ହୋଇଛି। ଦଳିୟ କନ୍ଦୋଳକୁ ନେଇ ଦୁଇ ବିଧାୟକ ମୁହାଁମୁହିଁ ହୋଇଛନ୍ତି। ଅସନ୍ତୁଷ୍ଟ ବିଧାୟକ ମହମ୍ମଦ ମୋକିମ ଦଳିୟ କାର୍ଯ୍ୟକ୍ରମଠାରୁ ଦୂରରେ ରହିବାକୁ ଚେତାବନୀ ଦେଉଛନ୍ତି। ତାଙ୍କୁ କାଉଁଟର କରି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ନିଜର ଉଦାହରଣ ଦେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ମୋକିମଙ୍କ ସମର୍ଥନ ପ୍ରସଙ୍ଗରୁ କଂଗ୍ରେସରେ କନ୍ଦୋଳ ଆରମ୍ଭ ହୋଇଛି।


COMMERCIAL BREAK
SCROLL TO CONTINUE READING

ବିଧାୟକ ମହମ୍ମଦ ମୋକିମ କହିଛନ୍ତି, "ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପରେ ମୋତେ ଦଳ ପକ୍ଷରୁ ସୋକଜ ନୋଟିସ ହୋଇଥିଲା। ମୁଁ ତାହାର ଉତ୍ତର ରଖିଛି। ଯେ ପର୍ଯ୍ୟନ୍ତ ଦଳ ପକ୍ଷରୁ ସୋ କଜର ଉତ୍ତର ନେଇ କୌଣସି ଚିଠି ମିଳିନି ସେ ପର୍ଯ୍ୟନ୍ତ ମୁଁ କଂଗ୍ରେସ କାର୍ଯ୍ୟାଳ କୁ ଯିବିନି କି କଂଗ୍ରେସର କୌଣସି ବି କାର୍ଯ୍ୟକ୍ରମରେ ସାମିଲ ହେବିନି। କେବଳ କଟକ ନିଜ ନିର୍ବାଚନ ମଣ୍ଡଳୀ ଭିତରେ ସୀମିତ ରହିବି। କଂଗ୍ରେସରେ କିଛି ନେତାଙ୍କ ମନ ଉଣା ରହୁଛି। ସାଙ୍ଗଠନିକ ବିସ୍ତାର ବେଳେ ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଉଛି। ଯୁବକମାନଙ୍କୁ ଅଗ୍ରାଧିକାର ମିଳୁନି। ତେଣୁ ଅନେକ ଯୁବ କର୍ମୀ ଦଳ ଛାଡ଼ୁଛନ୍ତି।"


Also Read: Election Commission: ରାଜନୈତିକ ଦଳ ଗୁଡିକର ଛାତିରେ ଛନକା, ମୋଦି ସରକାରକୁ ଏମିତି ସୁପାରିଶ କଲା


ମୋକିମଙ୍କୁ କାଉଣ୍ଟର କରି ତାରା ବାହିନୀପତି କହିଛନ୍ତି, "ମୁଁ ଚାରି ଚାରି ଥରର ବିଧାୟକ। ମୁଁ କେତେବେଳେ ଡ଼ଷ୍ଟବିନରେ ପଡିଛି, ତ କେତେବେଳେ ଷ୍ଟେଜରେ ଫୁଲମାଳ ମିଳୁଛି। ତେଣୁ ମହମ୍ମଦ ମୁକିମ ଥରକର ବିଧାୟକ ହୋଇ ଏତେ ବ୍ୟଗ୍ର କାହିଁକି ହେଉଛନ୍ତି। ଦଳ ତାଙ୍କୁ ବହୁତ କିଛି ଦେଇଛି। କଂଗ୍ରେସ ପାଇଁ ସବୁ କିଛି ପାଇଛନ୍ତି। ଦଳକୁ ଆଗ ଦେଖନ୍ତୁ। ଯେଉଁମାନଙ୍କର ମନ ଉଣା ରହିଛି। ସେମାନଙ୍କ ପାଇଁ ବାଟ ବନ୍ଦ ହୋଇନି, ବାଟ ଖୋଲା ରହିଛି।"


ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନରେ ଯସୱନ୍ତ ସିହ୍ନାଙ୍କୁ ଭୋଟ କରିବା ପାଇଁ କଂଗ୍ରେସ ପକ୍ଷରୁ ହ୍ୱିପ ଜାରି ହୋଇଥିଲା। କିନ୍ତୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦଳ ନିର୍ଦ୍ଦେଶକୁ ବେଖାତିର କରି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ ଦେଇଥିଲେ। ମୋକିମ କହିଥିଲେ ଯେ, ସେ ମାଟିର ଝିଅକୁ ଭୋଟ ଦେଇଛନ୍ତି। ଯାହାକୁ ନେଇ ଦଳ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ମୋକିମ ତାହାର ଉତ୍ତର ଦେଇଛନ୍ତି, କିନ୍ତୁ ବର୍ତ୍ତମାନ ସୁଦ୍ଧା ଦଳ ତାର ନିଷ୍ପତ୍ତି ଶୁଣାଇନଥିବା ସୂଚନା ମିଳିଛି।