ଭୁବନେଶ୍ୱର:  ରାଜଧାନୀ ଭୋଟରଙ୍କ ପାଇଁ ଭୋଟିଂ ଅଭିଜ୍ଞତାକୁ ସ୍ୱତନ୍ତ୍ର କରିବା ଲାଗି ପ୍ରୟାସ ହୋଇଛି। ୬ଟି ମତଦାନ କେନ୍ଦ୍ରକୁ ଆଦର୍ଶ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି। ଏଥିରୁ ଗୋଟିଏ ସମ୍ପୂର୍ଣ୍ଣ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଆଉ ଗୋଟିଏ ସମ୍ପୂର୍ଣ୍ଣ ଭାବେ ଯୁବା ବର୍ଗଙ୍କ ଦ୍ୱାରା ପରିଚାଳନା କରାଯାଇଛି। ପୁଣି ଭୋଟ୍‍ ଦେବାର ଅଭିୁଜ୍ଞତାକୁ ମନେ ରଖିବା ପାଇଁ ସ୍ୱତନ୍ତ୍ର ଧରଣରର ସେଲ୍‍ଫି ପଏଣ୍ଟ କରାଯାଇଛି। ଆସନ୍ତୁ ଜାଣିବା କେଉଁଠି ରହିଛି କେଉଁ ପ୍ରକାର ବୁଥ। 


COMMERCIAL BREAK
SCROLL TO CONTINUE READING

1.ଭୁବନେଶ୍ୱରର ୬ଟି ସ୍ଥାନରେ ମଡେଲ୍‍ ବୁଥ ବ୍ୟବସ୍ଥା କରାଯାଇଛି। ପ୍ରତିଟି ବୁଥରେ ସ୍ୱତନ୍ତ୍ର ସେଲ୍ଫି ପଏଣ୍ଟ ତିଆରି କରଯାଇଛି। ଭିନ୍ନ ଭିନ୍ନ ପ୍ରକାରେ ଏହି ସେଲ୍‍ଫି ପଏଣ୍ଟକୁ ସଜା ଯାଇଛି। 
 
2.ୟୁନିଟ ୯ ସରକାରୀ ବାଳିକା ବିଦ୍ୟାଳୟରେ ଚେସ୍‍ ବୋର୍ଡ ଆକାରରେ ରହିଛି ସେଲ୍ଫି ପଏଣ୍ଟ। ରାଜଭବନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କେବଳ ମହିଳାମାନେ ପରିଚାଳନା କରୁଛନ୍ତି। ଏଥିରେ ବି ମହିଳାମାନଙ୍କ ମୁହଁ ଥାଇ ଏକ ସେଲ୍ଫି ପଏଣ୍ଟ କରାଯାଇଛି। 


3.ୟୁନିଟ ୬ ବାଳକ ବିଦ୍ୟାଳୟରେ ପରିବେଶ ସହାୟକ ବୁଥ ନିର୍ମାଣ କରାଯାଇଛି। ଏଠାରେ ଏକ ଗ୍ରାମୀଣ ପରିବେଶ ଭିତରେ ଭୋଟ ଦେବା ବ୍ୟବସ୍ଥା ହୋଇଛି। 


4.ୟୁନିଟ ୩ କ୍ୟାପିଟାଲ୍‍ ହାଇସ୍କୁଲ୍‍ ବୁଥ ଯୁବ କର୍ମଚାରୀଙ୍କ  ଦ୍ୱାରା ପରିଚାଳିତ। ଏଠାରେ ଗୀତାର ଭଳି ଏକ ସେଲ୍ଫି ପଏଣ୍ଟ କରାଯାଇଛି।


5.ୟୁନିଟ ୬ ବାଳିକା ବିଦ୍ୟାଳୟର ବୁଥ ହେଉଛି ସଖି ବୁଥ। ଦୋଳି ଭଳିଆ ଏକ ସେଲ୍ଫି ପଏଣ୍ଟ ଏଠାରେ ହୋଇଛି।


6.ସବୁଠାରୁ ଅନନ୍ୟ ହୋଇଛି ୟୁନିଟ୍‍ ୧ ସରକାରୀ ଉଚ୍ଚ ବିଦ୍ୟାଳୟ। ଉଡ଼ନ୍ତା ଗୁଡ଼ି ଭଳି ଏକ ସେଲ୍ଫି ପଏଣ୍ଟ ଏଠାରେ ନିର୍ମାଣ କରାଯାଇଛି। ଭୋଟର ଏଠାରେ ନିଜର ସେଲ୍ଫି ଉଠାଇପାରିବେ। 


7.କୌଣସି ବୁଥ ଭିତରକୁ ମୋବାଇଲ୍‍ ଫୋନ୍ ନେବା ନିଷିଦ୍ଧ କରାଯାଇଛି। ଏଥିଲାଗି ପୁଲିସ ପକ୍ଷରୁ ଆବଶ୍ୟକ ବିଜ୍ଞପ୍ତି ଜାରି କରାଯାଇ ଶୃଙ୍ଖଳିତ ଭୋଟରଙ୍କ ଦାୟିତ୍ୱ ସମ୍ପର୍କରେ କୁହାଯାଇଛି। 


8.ବୁଥର ୨୦୦ ମିଟର ପରିଧି ଭିତରେ କୌଣସି ପ୍ରଚାର ହୋଇପାରିବ ନାହିଁ।  ଆପଣ ବି କାହାକୁ ଭୋଟ୍‍ ଦେବା ଲାଗି କାହାକୁ ପ୍ରବର୍ତ୍ତଇବା ଅପରାଧ ଭାବେ ଗ୍ରହଣ କରାଯିବ। 


9.କୌଣସି ଭାବେ ପ୍ରତିବନ୍ଧକ ଲାଗିଥିବା ଅଞ୍ଚଳରେ ପ୍ରବେଶ ନକରିବାକୁ କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି। ପୁଣି ଏକାଠି ସାଙ୍ଗ ହୋଇ ବା ଦଳ ବଦ୍ଧ ଭାବେ ପ୍ରବେଶକୁ ମଧ୍ୟ ବାରଣ କରାଯାଇଛି। 


10.ଭୋଟ୍‍ ଦେବାକୁ ଯଦି ବୁଥ ପାଉ ନାହାନ୍ତି ତେବେ ମୋବାଇଲ୍‍ରେ ଆପଣ ମୋ’ ବୁଥ ଆପ୍‍ ଡାଉନ ଲୋଡ୍‍ କରନ୍ତୁ। ଏଥିରୁ ବୁଥ ପାଇଁ ରାସ୍ତା ପାଇପାରିବେ।