Odisha Election 2024: ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ତଥା ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ପାଇଁ ସେ ତାଙ୍କ ନାମାଙ୍କନ ଦାଖଲ କରିଛନ୍ତି। ଏହା ତାଙ୍କର ଷଷ୍ଠତମ ପ୍ରାର୍ଥୀତ୍ୱ। ୨୦୦୦ ମସିହାରୁ ସେ ଏଠାରୁ ପ୍ରାର୍ଥୀ ହୋଇ ଆସୁଛନ୍ତି। କ୍ରମାଗତ ଭାବେ ୫ଥର ଜିତି ସେ ମୁଖ୍ୟମନ୍ତ୍ରୀ ବି ହୋଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଆଜି ଦିନ ୧୧ଟାରେ ସେ ତାରାତାରିଣୀ ମନ୍ଦିର ପାଖରେ ନିର୍ମିତ ହେଲିପ୍ୟାଡରେ ଓହ୍ଲାଇ ପ୍ରଥମେ ତାରାତାରିଣୀଙ୍କୁ ଦର୍ଶନ କରିଥିଲା। ମନ୍ଦିରରେ ପ୍ରାୟ ୨୦ ମିନିଟ୍‍ ରହିଥିଲେ। ସେଠାରେ  ରାଜ୍ୟବାସୀଙକ୍ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିଥିବା ବିଜେଡି ସୂତ୍ରରୁ ପ୍ରକାଶ। ଏହା ପରେ ସେ ପୁଣି ହେଲିକପ୍ଟର ସହାୟତାରେ ଛତ୍ରପୁର ଆସିଥିଲେ। ସେଠାରୁ କାର୍‍ରେ ଛତି୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କୌଣସି ଶୋଭାଯାତ୍ରା ଆୟୋଜନ ହୋଇ ନଥିଲେ ମଧ୍ୟ ରାସ୍ତାର ଦୁଇକଡ଼ରେ ଲୋକେ ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ନାମାଙ୍କନ ଦାଖଲ ସସମୟରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର,  ଆସିକା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ, ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ ସୁଲକ୍ଷଣା ଦେବୀ, ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସ ବେହେରା,  ପୋଲସରା ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ, ବରିଷ୍ଠ ନେତା ବିକ୍ରମ ଆରୁଖ, ଭିକେ ପାଣ୍ଡିଆନ୍‍ ପ୍ରମୁଖ ଉପସ୍ଥିତ ଥିଲେ।


ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁସାରେ ସେ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି। ଏହ ସହ ଆବଶ୍ୟକ ନଥି ପ୍ରଦାନ କରିଛନ୍ତି। ତାଙ୍କ ସହ ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭିକେ ପାଣ୍ଡିଆନ୍‍ ମଧ୍ୟ ଉପସ୍ଥିତ ରହିଥିଲେ।  


ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଦକ୍ଷିଣାଞ୍ଚଳ ଆଇଜି ଏବଂ ବ୍ରହ୍ମପୁର ଏସ୍‍ପି ଙ୍କ ନେତୃତ୍ୱରେ ହେଲିପ୍ୟାଡ୍‍, ଛତ୍ରପୁର ଜିଲ୍ଲାପାଲଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୩ପ୍ଲାଟୁନ ପୁଲିସବଳ, ୩ ଅତିରିକ୍ତ ଏସ୍‍ପି, ୮ଜଣ ଡିଏସ୍‍ପି, ୧୭ ଇନ୍ସପେକ୍ଟର, ୬୨ ଏଏସ୍‍ଆଇଙ୍କ ମିଶାଇ ୯୦ ଅଧିକାରୀ, ଦୁଇଟି ଏସ୍‍କର୍ଟ ଗାଡ଼ି ସୁରକ୍ଷାରେ ମୁତ୍ତୟନ ହୋଇଛନ୍ତି।


ହିଞ୍ଜିଳି ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀଙ୍କ ଗଡ଼ ବୋଲି କୁହାଯାଏ। ୨୦୦୦ ମସିହାରୁ ନବୀନ ଏଠାରୁ ଲଢ଼ି ବିଜୟ ହୋଇ ଆସୁଛନ୍ତି।  ଏଥର ସେ ଷଷ୍ଠ ଥର ପାଇଁ ନିର୍ବାଚଳ ଲଢ଼ିବାକୁ ଯାଉଛନ୍ତି।  ହିଞ୍ନିଜିଳି ର୍ବାଚନ ମଣ୍ଡଳୀର ଇତିହାସରେ ଏଯାଏ ୧୫ଥର ନିର୍ବାଚନ ହୋଇଛି।  ସେଥିରେ ୭ ଥର ବୃନ୍ଦାବନ ନାୟକ ବିଧାୟକ ଭାବେ ସର୍ବାଧିକ ଥର ନିର୍ବାଚିତ ହୋଇଛନ୍ତି। ସେ ୧୯୫୭ ମସିହାରୁ ୧୯୮୫ ଯାଏ ଲଗାତାର ଏହିଠାରୁ ବିଧାୟକ ଭାବେ ବିଧାନସଭାରେ ପ୍ରତିନିଧିତ୍ୱ କରିଥିଲେ। ଏଥରୁ ସେ ୪ଥର କଂଗ୍ରେସ, ୨ଥର ଉତ୍କଳ କଂଗ୍ରେସ ଏବଂ ଥରେ ଜନତା ପାର୍ଟି ଟକଟରେ ବିଜୟ ହୋଇଥିଲେ।