Odisha News : ଭୁବନେଶ୍ୱର: ମୋବାଇଲ୍‍ ଫୋନ୍‍ ଆଣିଥିବାରୁ କୌଣସି ଭୋଟରଙ୍କୁ ଫେରାଇ ଦିଆଯାଉଥିବା ଖବର ମିଛ। ବୁଥ ପାଖରେ ବୁଥସ୍ତରୀୟ ଅଧିକାରୀଙ୍କୁ ସେମାନେ ମୋବାଇଲ୍‍ ଫାନ୍‍ ଜମା ଦେଇ ଭୋଟ୍‍ ଦେଇପାରିବେ। ଭୋଟ ଦେଇ ସାରିବା ପରେ ମୋବାଇଲ୍‍ ସଂଗ୍ରହ କରାଯାଇପାରିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। 


COMMERCIAL BREAK
SCROLL TO CONTINUE READING

ସାମ୍ବାଦିକମାନଙ୍କୁ ନିର୍ବାଚନ ଓ ଭୋଟିଂ ସମ୍ପର୍କିତ ତଥ୍ୟ ପ୍ରଦାନ ସମୟରେ ଶ୍ରୀ ଧଳ କହିଛନ୍ତି ‘ ରାଜ୍ୟରେ  ଭୋଟ ଦେବାକୁ ଭୋଟରଙ୍କ ମଧ୍ୟରେ ବହୁତ  ଉତ୍ସାହ ଦେଖିବାକୁ ମିଳିଛି। ପ୍ରାୟ ସବୁ ବୁଥରେ ଲମ୍ବା ଧାଡ଼ି ମଧ୍‍ୟ ରହିଛି।  ନିର୍ବାଚନ ପୂର୍ବରୁ ଯେଉଁ ଭୋଟର ପୁସ୍ତିକା ବଣ୍ଟନ କରାଯାଇଥିଲା ସେଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ବୁଥକୁ  ମୋବାଇଲ ଫୋନ୍‍, କ୍ୟାମେରା, ହେଡ୍‍ ଫୋନ୍‍ ନେବା ବାରଣ ରହିଛି। ଏଣୁ ବୁଥ ଭିତରକୁ ଏସବୁ ସାମଗ୍ରୀ ଛଡ଼ାଯାଉ ନାହିଁ। 


 



‘ପ୍ରତି ବୁଥ ଆଗରେ ଏକ ସ୍ୱତନ୍ତ୍ର ଭୋଟର ସହାୟକ କେନ୍ଦ୍ର ରହିଛି। ଯାହାକୁ ବିଏଲ୍‍ଓ ପରିଚାଳନା କରୁଛନ୍ତି। ସେମାନଙ୍କୁ କୁହାଯାଇଚଇ ଯେ, କୌଣସି ଭୋଟର ସମୋବାଇଲ ଫୋନ ଆଣିଥିଲେ ତାହାକୁ ଡିପୋଜିଟ କରିବେ ଏବଂ ତାକୁ ନେଇ ଯାଇପାରିବେ। ସିକ୍ୟୁରିଟି ଗାର୍ଡକୁ ଦେଇ ମଧ୍‍ୟ ଲୋକ ନେଇ ଯାଉଛନ୍ତି‘ ବୋଲି କହିଛନ୍ତି ଶ୍ରୀ ଧଳ। ଭୋଟ୍‍ ବଞ୍ଚିତ କାହାକୁ କରାଯାଉ ନାହିଁ। ବୁଥ ଭିତରକୁ ଅନୁମତି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। 


ଦିନ ୧୧ଟା ସୁଦ୍ଧା ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଇଭିଏମ୍‍ ୟୁନିଟ୍‍ ତ୍ରୁଟିକୁ ରୋକିବା ଲାଗି  ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମକ୍‍ ଭୋଟିଂ ଏବଂ ଭୋଟି ସମୟରେ ମୋଟ  ୧୫୦ଟି ବ୍ୟାଲଟ ୟୁନିଟ, ୧୬୫ଟି କଣ୍ଟ୍ରୋଲ ୟୁନିଟ ଏବଂ ୩୬୦ଟି ଭିଭିପ୍ୟାଟ୍‍ ମସିନ ବଦଳାଯାଇଥିବା ସେ ସୂଚନା ଦେଇଛନ୍ତି। ଏଥିରୁ ଅଧିକାଂଶ ମକ୍‍ ପୋଲ୍‍ ସମୟରେ ୬୦% ହୋଇଥିବା ସେ କହିଛନ୍ତି।