Arun Patnaik: ଚଳିତ ନିର୍ବାଚନ ରେ ବିଜୁ ଜନତା ଦଳ ଶୋଚନୀୟ ଭାବେ ପରାଜୟ ବରଣ କରିଛି। ଏନେଇ ଶୁକ୍ରବାର ଦିନ ବିଜୁ ପଟ୍ଟନାୟକଙ୍କ ନାତି ତଥା ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ଓଡିଶା ଆସିଛନ୍ତି। ଶୁକ୍ରବାର ସଂନ୍ଧ୍ୟାରେ ହଠାତ୍ ଭୁବନେଶ୍ବରରେ ପହଞ୍ଚି ସେ ସିଧା ସଳଖ ନବୀନ ନିବାସ ଯାଇଥିଲେ।  ଏହି ସମୟରେ ନବୀନ ନିବାସରେ  ବିଜେଡି ନେତା କାର୍ତ୍ତିକ ପାଣ୍ତିଆନ୍  ଓ ସାଂଗଠନିକ ସମ୍ପାଦକ  ପ୍ରଣବ ପ୍ରକାଶ ଦାସ ମଝ୍ୟ ନବୀନ ନିବାସରେ ପହଞ୍ଚିଥିଲେ। କିଛି ସମୟ ପରେ ନବୀନ୍ ନିବାସରୁ ବାହାରିଥିଲେ ପାଣ୍ତିଆନ୍ ଓ ପ୍ରଣବ। ହେଲେ ଅରୁଣ ନବୀନ ନିବାସରେ ରହିଥିବା ଜଣାପଡିଛି। 


COMMERCIAL BREAK
SCROLL TO CONTINUE READING

ALSO READ: Gold Price Today: ସୁନା ଦରରେ ବୃହତ ହ୍ରାସ, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ୧୦ ଗ୍ରାମ୍ ପିଛା ରେଟ୍?


ALSO READ: Shukra Aditya Yoga 2024: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବ ଶୁକ୍ରା ଆଦିତ୍ୟ ଯୋଗ, ଆରମ୍ଭ ହେଲା ଶୁଭ ସମୟ, ଆକସ୍ମିକ ଧନଲାଭର ରହିଛି ଯୋଗ !


ନିର୍ବାଚନରେ ବିଜେଡିର ପରାଜୟ ପରେ ଅରୁଣଙ୍କ ଓଡି଼ଶା ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରୁଛି।  ନବୀନଙ୍କ ଉତ୍ତରାଧିକାରୀ ହୋଇ ଅରୁଣ ବିଜେଡିରେ ନେତୃତ୍ବ ନେବେ ନା ନବୀନଙ୍କୁ ସାନ୍ତନା ଦେଇ ସେ ପୁଣିଥରେ ଦିଲ୍ଲୀ ଫେରିଯିବେ। ଏନେଇ କଳ୍ପନା ଜଳ୍ପନା ଲାଗି ରହିଛି। ସେପଟେ ଚଳିତ ନିର୍ବାଚନରେ ଦଳ ମାଟି କାମୁଡି ପଡିବା ପରେ , ଏଥିପାଇଁ ପାଣ୍ତିଆନ୍ ଙ୍କୁ ଦାୟୀ କରାଯାଉଛି। ଆଉ ବିଜେଡି ହାରିବା ପରଠାରୁ ପାଣ୍ତିଆନ୍ ନବୀନଙ୍କ ସହ କୌଣସି ଦଳୀୟ କାର୍ଯ୍ୟକ୍ରମରେ ନଜର ଆସୁ ନାହାଁନ୍ତି ।


ସେପଟେ, ପାଣ୍ତିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ୬ ମାସ ଛୁଟିରେ ଯିବା ଘଟଣା ଆହୁରି ସସପେନ୍ସ ବଢାଇଛି।  ସେ ନଭେମ୍ବର ୨୬ ଯାଏଁ ଛୁଟିରେ ଯାଇଛନ୍ତି। ତେବେ ୬ ମାସ ପାଇଁ ଚାଇଲ୍ଡ କେୟାର ଲିଭ୍‌ରେ ସୁଜାତା ରହିଛନ୍ତି ବୋଲି ଜଣାପଡ଼ିଛି। ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ସେ ଛୁଟିରେ ରହିଥିବା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଚିଠିରୁ ଜଣାପଡ଼ିଛି। କହି ରଖୁଛୁ ଯେ ନିକଟରେ ମିଶନ ଶକ୍ତିରୁ ଅପସାରଣ ହେବା ପରେ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଥିଲେ ସୁଜାତା। ୨୦୦୦ ବ୍ୟାଚ୍‌ର ଆଇଏଏସ୍‌ ଗତ ୩୧ ତାରିଖ ଠାରୁ ଛୁଟିରେ ଅଛନ୍ତି। ଝିଅର ଦଶମ ଶ୍ରେଣୀ ପରୀକ୍ଷା ଥିବାରୁ ତା’ର ପ୍ରସ୍ତୁତି ପାଇଁ ସେ ଆସନ୍ତା ନଭେମ୍ବର ୩୧ ତାରିଖ ଯାଏଁ ଛୁଟିରେ ରହିବେ ବୋଲି ଦର୍ଶାଯାଇଛି।