Odisha BJP New In Charge: ଓଡିଶା ବିଜେପିର ନୂଆ ପ୍ରଭାରୀ ନିଯୁକ୍ତି ହୋଇଛନ୍ତି ସୁନୀଲ ବଂଶଲ। ତାଙ୍କୁ ମିଳିଲା ଓଡ଼ିଶା ସହ ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ବିଜେପି ରାଜ୍ୟ ଶାଖା ଦାୟିତ୍ୱ ପ୍ରଦାନ କରାଯାଉଛି। ପୂର୍ବରୁ ସେ ଉତ୍ତର ପ୍ରଦେଶ ବିଜେପି ସାଧାରଣ ସମ୍ପାଦକ ଭାବେ ବାୟିତ୍ବ ନିର୍ବାହ କରିଛନ୍ତି। ସୁନୀଲ ବଂଶଲଙ୍କୁ ବିଜେପି ଜାତୀୟ ସାଧାରଣ ସମ୍ପାଦକ ନିଯୁକ୍ତ କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ଡା।


COMMERCIAL BREAK
SCROLL TO CONTINUE READING

ଗତ ଜୁଲାଇ ୩୦ ତାରିଖରେ ଉତ୍ତର ପ୍ରଦେଶ ପକ୍ଷରୁ ରାଜ୍ୟର ଚିତ୍ରକୂଟ ଜିଲ୍ଲାରେ ଆୟୋଜିତ ହୋଇଥିଲା ଏକ ଦଳୀୟ ପ୍ରଶିକ୍ଷଣ ଶିବିର। ଏହି ଶିବିରରେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ଉପରେ ହୋଇଥିଲା ଆଲୋଚନା। ଏହି ସମୟରେ ଉତ୍ତର ପ୍ରଦେଶ ବିଜେପି ସଙ୍ଗଠନ ସମ୍ପାଦକ ସୁନୀଲ ବଂଶଙ୍କୁ ଉତ୍ତର ପ୍ରଦେଶ ଦାୟିତ୍ୱରୁ ମୁକ୍ତ କରାଯାଇ ତେଲେଙ୍ଗାନା ବିଜେପି ଦାୟିତ୍ୱ ପ୍ରଦାନ କରାଯାଇ ପାରେ ବୋଲି ଚର୍ଚ୍ଚା ହେଉଥିଲା। ଏହା ପ୍ରଥମ ଘଟଣା ନୁହେଁ ଯେ ତାଙ୍କ ଭୂମିକାକୁ ନେଇ ଏଭଳି ଚର୍ଚ୍ଚା ହେଉଛି। ତାରଣ ଉତ୍ତର ରାଜନୀତିରେ ବିଜେପି ସଙ୍ଗଠନକୁ ମଜବୁତ କରିବାରେ  ଦଳର ସଙ୍ଗଠନ ସମ୍ପାଦକ ସୁନୀଲ ବଂଶଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।  


ବିଜେପି  ସଙ୍ଗଠନ ସମ୍ପାଦକ ସୁନୀଲ ବଂଶଲ ହଠାତ୍ ଉତ୍ତର ପ୍ରଦେଶ ରାଜନୀତିରେ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇନଥିଲେ। ଗତ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ତତ୍କାଳୀନ ଉତ୍ତର ପ୍ରଦେଶ ବିଜେପି ଦାୟିତ୍ୱରେ ଥିବା ଅମିତ ଶାହାଙ୍କ ସହକାରୀ ଭାବରେ ତାଙ୍କର ପ୍ରବେଶ କରାଯାଇଥିଲା। ନିର୍ବାଚନ ସଫଳତା ପାଇଁ ତୃଣମୂଳ ସ୍ତରରେ ଦଳୀୟ ରଣନୀତି ପ୍ରସ୍ତୁତ କରିବାରେ ତାଙ୍କର ଗୁରୁତ୍ୱ ଭୂମିକା ରହିଥିଲା। ଗତ ୨୦୧୪ ଲୋକସଭା ନିର୍ବାଚନରେ ରାଜ୍ୟର ମୋଟ ୮୦ ଲୋକସଭା ଆସନ ମଧ୍ୟରୁ ବିଜେପି ୭୧ ଆସନ ଦଖଲ କରିଥିଲା। ଏହି ସଫଳତାର ଶ୍ରେୟ ତାଙ୍କୁ ମିଳିଥିଲା। ଏହାର ପୁରସ୍କାର ସ୍ୱରୂପ ତାଙ୍କୁ ଉତ୍ତର ପ୍ରଦେଶ ବିଜେପି ସଙ୍ଗଠନ ସମ୍ପାଦକ କରାଯାଇଥିଲା। ସେ ଆସିବା ମାତ୍ରେ ସେ ସହରୀ ଦଳ ଭାବେ ଜଣାଶୁଣା ବିଜେପି ସଙ୍ଗଠନରେ ପରିବର୍ତ୍ତନ କରିଥିଲେ। ଦଳୀୟ ସଙ୍ଗଠନକୁ ବିସ୍ତାର କରିବା ପାଇଁ ନୂତନ ପରୀକ୍ଷଣ କରାଯାଇଥିଲା। ଗତ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟର ମୋଟ ୪୦୩ ସିଟ୍ ଦଳକୁ ୩୧୨ ଆସନ ପ୍ରଦାନ କରିବାରେ ତାଙ୍କ ରଣନୀତି ସଫଳ ହୋଇଥିଲା। 


ପ୍ରଥମେ ଉତ୍ତର ପ୍ରଦେଶ ରାଜନୀତିରେ ଗତ ୨୦୧୪ ଲୋକସଭା ନିର୍ବାଚନରେ ନିଜର ସାଙ୍ଗଠନିକ ଦକ୍ଷତା ପ୍ରଦର୍ଶନ କରିବା ପରେ ତାଙ୍କୁ ଉତ୍ତର ପ୍ରଦେଶ ବିଜେପି ସଙ୍ଗଠନ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିଲା। ଏହା ପରେ ସେ ୨୦୧୭ ଏବଂ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଏବଂ ୨୦୧୯ ଲୋକସଭା ନିର୍ବାଚନ, ୨୦୨୧ ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନରେ ଦଳକୁ ବିଜୟୀ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମକା ଗ୍ରହଣ କରିଥିଲେ ବିଜେପି ସଙ୍ଗଠକ ସୁନୀଲ ବଂଶଲ। 


ସୁନୀଲ ବଂଶଲଙ୍କ ରାଜନୈତିକ ଯାତ୍ରା


  • ୧୯୮୯: ରାଜସ୍ଥାନ ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ ସାଧାରଣ ସମ୍ପାଦକ ନିଯୁକ୍ତ

  • ୧୯୯୦: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରଚାରକ ଭାବେ ନିଯୁକ୍ତ

  • ୨୦୧୪: ଲୋକସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶ ବିଜେପି ସହ ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିଲେ ସୁନୀଲ ବଂଶଲ

  • ୨୦୧୭: ଉତ୍ତର ପ୍ରଦେଶ ବିଜେପି ସଙ୍ଗଠନ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିଲେ