Soumya Ranjan Patnaik Meet Amit Shah: ବିଜେପି ଚାଣକ୍ୟ ଭାବେ ଜଣାଶୁଣା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକ। ଏହି ଭେଟ ଘାଟକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ। କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ନିଲମ୍ବିତ ବିଜେଡ଼ି ବିଧାୟକ ସୌମ୍ୟ ପଟ୍ଟନାୟକ ଭେଟିବା ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ବିଜେପି ବିଧାୟକ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ଯେ, ମୁଁ ଶୁଣିଛି ଯେ ସେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଯାଇଥିଲେ। ବର୍ତ୍ତମାନ ଯାହା ଚାଲିଛି, ସେକଥା ସେ ଜଣାଇଥିବା ମୁଁ ଶୁଣିବାକୁ ପାଇଛି। ଜଣେ ସାଧାରଣ ଲୋକ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶାହଙ୍କୁ ଭେଟିପାରିବ ବୋଲି କହିଛନ୍ତି ବିରୋଧି ଦଳ ନେତା। 


COMMERCIAL BREAK
SCROLL TO CONTINUE READING

ନିଜର ସମ୍ପାଦକୀୟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ ଟାର୍ଗେଟ କରିଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଏହା ପରେ ପ୍ରଥମେ କଥିତ ଋଣ ଠକେଇ ମାମଲାରେ ପ୍ରଥମେ ତାଙ୍କୁ ଦଳର ଉପସଭାପତି ଅବ୍ୟାହତି ଦିଆଯାଇଥିଲା। ପରେ ଜନ ବିରୋଧି ଦର୍ଶାଇ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଥିଲା। ଦଳରୁ ନିଲମ୍ବିତ ହେବା ପରେ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ରଖିନଥିଲେ ନିଲମ୍ବିତ ବିଜେଡ଼ି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ।    


Also Read: Odisha Politics: ଅଭିଯୋଗ ପ୍ରମାଣିତ କରିବାକୁ ସୌମ୍ୟଙ୍କୁ ଚ୍ୟାଲେଞ୍ଜ ଦେଲେ ଅନୁଭବ


ନିଜର ସମ୍ପାଦକୀୟ ଜରିଆରେ ୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ (5T Secretary V K Pandian) ଟାର୍ଗେଟ କରିଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ (Khandapada MLA Soumya Ranjan Patnaik)। ନିକଟରେ ପ୍ରକାଶିତ ହୋଇଥିବା ଆମ ଘରର ହଲଚାଲ ସମ୍ପାଦକୀୟରେ "ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା" ଶୀର୍ଷକ ଲେଖାରେ (Soumya Ranjan Patnaik Editorial) ୫ଟି ସଚିବଙ୍କ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ (5T Secretary District Odisha) ନେଇ ପ୍ରଶ୍ନ ଉଠାଇଥିଲେ ନିଲମ୍ବିତ ବିଜେଡ଼ି ବିଧାୟକ (Suspended BJD MLA)। ସଚିବଙ୍କ ଗସ୍ତରେ ହେଉଥିବା ଖର୍ଚ୍ଚର ପରିମାଣ, ନିଶା ନିବାରଣ, ମଞ୍ଚରେ ରାଜନେତାଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ କରିଥିଲେ। ମଞ୍ଚରୁ ୫ଟି ସଚିବ ନବୀନ ପଟ୍ଟନାୟକଙ୍କୁ (BJD Supremo Naveen Patnaik) ଷଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ କରିବା ନେଇ କହିଥିବାର ମଧ୍ୟ ଅଭିଯୋଗ କରିଛନ୍ତି। କିଛି ଦିନ ପୂର୍ବେ ଖଣ୍ଡପଡ଼ା ବିଧାୟକ କହିଥିଲେ ଯେ ରାଜ୍ୟରେ ବି-ଟିମ କାମ କରୁଛି। ଓଡ଼ିଶାବାସୀ ବାହାର ରାଜ୍ୟରେ ସେବା ଯୋଗାଉଛନ୍ତି।  


Also Read: ବିଜେଡି ତଣ୍ଟିରେ ସୌମ୍ୟ କଣ୍ଟା; ନା ଗୁଳୁଛି ନା ବାନ୍ତି କରୁଛି


ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଜନବିରୋଧି କାର୍ଯ୍ୟକଳାପ ପାଇଁ ବହିଷ୍କୃତ କରିଥିଲା ବିଜେଡ଼ି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବହିଷ୍କାର ସମ୍ପର୍କରେ ଦଳୀୟ ଆଦେଶ ଜାରି କରିଥିଲେ। ଋଣ ଠକେଇ ମାମଲାରେ ପ୍ରଥମେ ତାଙ୍କୁ ଦଳର ଉପସଭାପତି ପଦରୁ ବାହାର କରାଯାଇଥିଲା। ପରେ ଜନ ବିରୋଧି ଦର୍ଶାଇ ବିଜୁ ଜନତା ଦଳରୁ ବିଦା କରାଯାଇଥିଲା।