ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଶେଷ ହେବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ସୁହେଲଦେବ ଭାରତ ସମାଜ ପାର୍ଟି। ହୋଲି ଅବସରରେ ଦଳର ଓମ ପ୍ରକାଶ ରାଜଭାର ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଏହି ଭେଟଘାଟ ପରେ ପୁଣିଥରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରେ ରାଜଭରଙ୍କ ଦଳ ସାମିଲ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। 


COMMERCIAL BREAK
SCROLL TO CONTINUE READING

ପୁନର୍ବାର ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରେ ସାମିଲ ହେବା ପ୍ରସଙ୍ଗରେ ସୁହେଲଦେବ ଭାରତ ସମାଜ ପାର୍ଟି ଏସବିଏସପି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭାର ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସେ କହିଛନ୍ତି ଆମେ ସମାଜବାଦୀ ପାର୍ଟି ସହ ରହିଛୁ ଏବଂ ରହିବୁ। ବିଜେପି ସହିତ ଯିବାର ଖବର ହେଉଛି ମିଥ୍ୟା। ମୁଁ କୌଣସି ବିଜେପି ନେତାଙ୍କୁ ଭେଟିନାହିଁ। 


ଅନ୍ୟପଟେ ଏସବିଏସପି ମୁଖପାତ୍ର ପୀୟୂଷ ମିଶ୍ର ଏଭଳି ଚର୍ଚ୍ଚାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏନେଇ ଟ୍ୱିଟ୍ କରି ସେ କହିଛନ୍ତି ସୁହେଲଦେବ ଭାରତ ସମାଜ ପାର୍ଟି, ବିଜେପି ସହିତ ଯିବାର ଖବର ହେଉଛି ଭିତ୍ତିହୀନ। ଦଳ ସମାଜବାଦୀ ପାର୍ଟି ସହିତ ଥିଲା, ଅଛି ଏବଂ ରହିବ! 


Also Read: UP Poll 2022 ପୂର୍ବରୁ ହୋଇପାରେ ବଡଧରଣର ପରିବର୍ତ୍ତନ; ପୁଣି BJP ହାତ ଧରିବେ OP Rajbhar


ହୋଲି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଓମ ପ୍ରକାଶ ରାଜଭାରଙ୍କ ସାକ୍ଷାତ ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଏହି ବୈଠକରେ ଅନ୍ୟ ଦୁଇ ବିଜେପି ନେତା ଉତ୍ତର ପ୍ରଦେଶ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଙ୍ଗଠନ ସାଧାରଣ ସମ୍ପାଦକ ସୁନୀଲ ବଂସଲ ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ଏସବିଏସପି ବିଜେପି ମେଣ୍ଟକୁ ଫେରିବା ଖବର ଆସିଥିଲା।


ପୂର୍ବ ଉତ୍ତର ପ୍ରଦେଶରେ ଅବସ୍ଥିତ ୨୬ ଲୋକସଭା ଆସନରେ ରାଜଭାର ସମାଜର ପ୍ରଭାବ ରହିଛି। ଏହା ସହିତ ଏପରି ୧୪ ଲୋକସଭା ଆସନ ଅଛି ଯେଉଁଠାରେ ରାଜଭାର ସମାଜ ଭୋଟ୍ ଫଳାଫଳ ଉପରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ଏଭଳି ପରିସ୍ଥିତିରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ବିଗତ କିଛି ଦିନ ମଧ୍ୟରେ ବରିଷ୍ଠ ବିଜେପି ନେତା ଦୁଇ ଦୁଇ ଥର ଓମ ପ୍ରକାଶ ରାଜଭାରଙ୍କୁ ଭେଟିଛନ୍ତି।


Also Read: ପଟ୍ଟ ବଦଳାଇଲେ OP Rajbhar; BJP ନୁହେଁ ଏହି ଦଳ ସହ କରିବେ ମେଣ୍ଟ


ଗତ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏସବିଏସପି, ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢିଥିଲା। ମାତ୍ର ଅଧାରେ ଏସବିଏସପି, ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରୁ ଅଲଗା ହୋଇଯାଇଥିଲା। ଅନ୍ୟପଟେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାତନରେ ଏସବିଏସପି ସମାଜବାଦୀ ପାର୍ଟି ସହ ଗଠବନ୍ଧନ କରି ନିର୍ବାଚନ ଲଢିଥିଲା। ଏହି ନିର୍ବାଚନରେ ଦଳକୁ ୬ ସିଟ୍ ମିଳିଛି।