Padampur ByPoll 2022: ଚାଲିଛି ପଦ୍ମପୁର ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର । ବିଜେପି ବିଜେଡି କଂଗ୍ରେସ ଦଳର ପ୍ରାର୍ଥୀ ନିଜ ନିଜ ଦଳ ସାଥୀରେ ମିଶି ଘରକୁ ଘର ଡୋର ଟୁ ଡୋର କ୍ୟାମ୍ପେନରେ ବ୍ୟସ୍ତ । ଆଉ ଆଜି ପଦ୍ମପୁର ମୈଦାନ ଅତ୍ଯଧିକ ସରଗରମ ରହିଛି । କାରଣ ଆଜି ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ପଦ୍ମପୁର ଭେଉଁରିଆ ରୁ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । କେବଳ ଏତିକି ନୁହେଁ ବିଜେଡିର ପଦମପୁର ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଭୁଲିନାହାଁନ୍ତି । 


COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ରୀ ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ଆୟୋଜିତ ୩ଟି ବିଶାଳ ଜନସମାବେଶକୁ ସମ୍ବୋଧିତ କରିଛନ୍ତି । ବିଜେଡି ପ୍ରାର୍ଥୀନି ବର୍ଷାସିଂ ବରିହାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଲୋକଙ୍କ ହକ୍ ପାଇଁ ମୋ ଦଳ ଲଢୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଚାର ବେଳେ କଥାରେ ନୁହେଁ ନିର୍ବାଚନ ପରେ କାମରେ କରି ଦେଖାଏ ବୋଲି କହିଛନ୍ତି (Chief Minister Naveen Patnaik) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।


Also Read: Padmapur Bypoll: କେନ୍ଦ୍ରମନ୍ତ୍ରୀଙ୍କୁ ବର୍ଷାଙ୍କ ଲୁହଭିଜା ପ୍ରଶ୍ନ, '... କେମିତି କରିପାରୁଛନ୍ତି?'


ସେପଟେ ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ସାଂସଦ ଅପରାଜିତା ଷଡଙ୍ଗୀ (Mp Aparajita Sarangi) । ରାଜ୍ୟସରକାରଙ୍କ ବିଫଳତା ଠାରୁ ଆରମ୍ଭ କରି ସୁରଟରେ ଖଟୁଥିବା ଦାଦନ ଦୁଃଖ ପର୍ଯ୍ୟନ୍ତ ସବୁ କଥା ବଖାଣିଥିଲେ ଅପରାଜିତା । ଅନ୍ୟପଟେ ପଦ୍ମପୁର ଉପନିର୍ବାଚନରେ (Padampur Bypoll) ଛିଡା ହୋଇଥିବା ବିଜେଡି ପ୍ରାର୍ଥୀନି ବର୍ଷା ସିଂ ବରିହାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଅପରାଜିତା। ସେ କହିଛନ୍ତି ଯେ, ଗୋଟେ ଝିଅ ଜନ୍ମ ହୁଏ ବାପଘରେ ହେଲେ ବାହା ହେଲା ପରେ ତା ଘର ହେଉଛି ଶାଶୂଘର। ତେବେ ବର୍ଷାଙ୍କ ଶାଶୂଘର ପୁରୀ ମାତ୍ର ଏ ଉପନିର୍ବାଚନ ତାଙ୍କ ବାପ ଘର ଗାଁ ନିର୍ବାଚନ ମଣ୍ଡଳିରେ ହେଉଛି। ଝିଅ ଶାଶୂଘର ଯାଇଛି ଆମ ପୁଅକୁ ଜିତାଇବାର ସମୟ ଆସିଛି ବୋଲି କହିଛନ୍ତି ସାଂସଦ।


Also Read: Gujarat Election 2022: ସେହି ୧୦ ବିଧାନସଭା ଆସନ, ଯାହା ଉପରେ ରହିଛି ସବୁ ଦଳ ନଜର


ଏହି ସମୟରେ ସାଂସଦ କହିଛନ୍ତି ଯେ, ଗୁଜରାଟ ନିର୍ବାଚନ (Gujarat Elction) ଚାଲିଥିବା ବେଳେ ସେ ସେଠାକୁ ଯାଇଥିଲେ । ସେଠାରେ ଥିବା ଓଡିଆ ଭାଇ ଭଉଣୀ ମାନେ ତାଙ୍କୁ ଭେଟିଥିଲେ। ସାଂସଦଙ୍କୁ କହିଥିଲେ କି ସେମାନେ ସୁରଟରେ ନରହି ଓଡ଼ିଶା ଫେରିବାକୁ ଚାହୁଁଛନ୍ତି ହେଲେ ଓଡ଼ିଶାରେ ନିଯୁକ୍ତି ସମସ୍ୟା କାରଣରୁ ସେମାନେ ବାଧ୍ୟ ହୋଇ ନିଜ ଘର ଠାରୁ ଦୂରେଇ ରହୁଛନ୍ତି। ଦାଦନ ଦୁଃଖ କଥା କହି ଅପରାଜିତା ଏ ରାଜ୍ୟର ସରକାରଙ୍କୁ (Odisha Government) ବିଫଳ ସରକାର କହିବା ସହ ରାଜ୍ୟବାସୀ ଏହି ପଦ୍ମପୁର ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ସଠିକ୍ ଜବାବ ଦେବେ ବୋଲି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି।