ଏହି କାରଣରୁ ପୁଣି ଥରେ ଗୃହବନ୍ଦୀ ହେଲେ ମେହବୁବା ମୁଫତି
PDP President Mehbooba Mufti Under House Arrest: ଦଳର ନେତାମାନେ କହିଛନ୍ତି ଯେ, ମେହବୁବା ମୁଫତି ଶୋପିୟାନରେ ରହୁଥିବା କାଶ୍ମୀରୀ ପଣ୍ଡିତଙ୍କ ମଧ୍ୟରେ ଯିବାକୁ ଚାହୁଁଛନ୍ତି ଓ ସେମାନଙ୍କୁ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ କାଶ୍ମୀର ଉପତ୍ୟକାରେ ରହୁଥିବା ପଣ୍ଡିତମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଉପତ୍ୟକାର ମୁସଲମାନ ଭାଇମାନେ ପ୍ରତ୍ୟେକ ପରିସ୍ଥିତିରେ ତାଙ୍କ ସହିତ ଅଛନ୍ତି ।
ନୂଆଦିଲ୍ଲୀ: PDP President Mehbooba Mufti Under House Arrest: ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (PDP) ର ପ୍ରମୁଖ ମେହବୁବା ମୁଫତି (Mehbooba Mufti) ଙ୍କୁ ପୁଣି ଥରେ ନଜରବନ୍ଦୀ କରାଯାଇଛି । ମଙ୍ଗଳବାର ପ୍ରଶାସନ ସତର୍କତାମୂଳକ ଭାବେ ତାଙ୍କୁ ଗୃହବନ୍ଦୀ କରିଛି । ଏନେଇ ମେହବୁବା ମୁଫତି ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, "ଗତ ସପ୍ତାହରେ କାଶ୍ମୀରରେ ହିନ୍ଦୁ ପରିବାର (Kashmir Hindu Family) ଉପରେ ହୋଇଥିବା ଆକ୍ରମଣ ପ୍ରତି ମୋର ସମବେଦନା ଜଣାଇବାକୁ ଆଜି ମୁଁ ଶୋପିଆନ (Shopian) ଯିବାକୁ ଚାହୁଁଥିଲି ।"
ଭାରତ ସରକାର ଜାଣିଶୁଣି ମୁଖ୍ୟ ସ୍ରୋତ୍ରର କାଶ୍ମୀର ଓ କାଶ୍ମୀରୀ ମୁସଲିମଙ୍କୁ କାଶ୍ମୀରୀ ହିନ୍ଦୁମାନଙ୍କ ପଳାୟନ ପାଇଁ ଦାୟୀ କରିବାକୁ ପ୍ରଚାର ଅଭିଯାନ ଚଳାଉଛନ୍ତି । କେନ୍ଦ୍ର ସରକାର ଚାହୁଁନାହାଁନ୍ତି ଯେ ଏହି ଅପପ୍ରଚାରର ପୋଲ୍ ଖୋଲୁ ।
ଆପଣଙ୍କୁ କହି ରଖୁଛୁ ଯେ, ମେହବୁବା ମୁଫତି ଯେଉଁ କାଶ୍ମୀରୀ ପଣ୍ଡିତ ପରିବାର (Kashmiri Pandit Family) କୁ ଭେଟିବା ପାଇଁ ଶୋପିୟାନକୁ ଯାଉଥିଲେ, ସେ ହେଉଛନ୍ତି ଆତଙ୍କବାଦୀ ଆକ୍ରମଣ (terrorist attack) ରେ ଆହତ ହୋଇଥିବା ଔଷଧ ବିକ୍ରେତା ବାଲ କୃଷ୍ଣ (Bal Krishna) ଓରଫ୍ ସୋନୁ । ଏପ୍ରିଲ ୪, ସନ୍ଧ୍ୟା ୭.୪୫ରେ ଶୋପିଆନର ଛୋଟିଗାମ ହରମେନ ଅଞ୍ଚଳରେ ତାଙ୍କ ଘର ବାହାରେ ଠିଆ ହୋଇଥିବା ବେଳେ ଆତଙ୍କବାଦୀମାନେ ବାଲ କୃଷ୍ଣଙ୍କ ଉପରକୁ ଗୁଳି ଚଳାଇଥିଲେ । ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ୩ଟି ଗୁଳି ଚଳାଇ ସେଠାରୁ ପଳାଇ ଯାଇଥିଲେ ।
ଆତଙ୍କବାଦୀମାନେ ଭାବିଥିଲେ ଯେ ଏତେ ସଂଖ୍ୟକ ଗୁଳିରେ ବାଲ କୃଷ୍ଣଙ୍କର ମୃତ୍ୟୁ ହୋଇଯାଇଥିବ, କିନ୍ତୁ ସେ ନିଶ୍ୱାସ ନେଉଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ତାଙ୍କ ଚିକିତ୍ସା କରିଥିଲେ ଓ ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଥିବା କୁହାଯାଉଛି ।
ଏହା ବି ପଢ଼ନ୍ତୁ:-ସାନ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇର ପୁରା ପରିବାର ସଫା
ଏହା ବି ପଢ଼ନ୍ତୁ:-ଭୁଷୁଡ଼ିଛି ମାଓଗଡ଼, ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ
ଏହା ବି ପଢ଼ନ୍ତୁ:-ମୋବାଇଲ ଫୋନରେ ଷ୍ଟୋରେଜ୍ ଫୁଲ୍ ହୋଇଯାଇଛି କି? ଜାଣନ୍ତୁ କେମିତି କରିବେ ଖାଲି...
ଗୁଳିଗୁଡ଼ିକ ତାଙ୍କ ଗୋଡ ଓ ବାହୁରେ ବାଜିଥିଲା । କାଶ୍ମୀରୀ ପଣ୍ଡିତଙ୍କ ତିନି ପରିବାର ଛୋଟିଗାମ ହରମେନରେ ରୁହନ୍ତି । ମେହବୁବା ମୁଫତି ବାଲ କୃଷ୍ଣଙ୍କୁ ଭେଟିବା ପାଇଁ ମଙ୍ଗଳବାର ଶୋପିଆନ୍ ଯିବାକୁ ପ୍ରସ୍ତୁତ ହେଉଥିଲେ ।
ଦଳର ନେତାମାନେ କହିଛନ୍ତି ଯେ, ମେହବୁବା ମୁଫତି ଶୋପିୟାନରେ ରହୁଥିବା କାଶ୍ମୀରୀ ପଣ୍ଡିତଙ୍କ ମଧ୍ୟରେ ଯିବାକୁ ଚାହୁଁଛନ୍ତି ଓ ସେମାନଙ୍କୁ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ କାଶ୍ମୀର ଉପତ୍ୟକାରେ ରହୁଥିବା ପଣ୍ଡିତମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଉପତ୍ୟକାର ମୁସଲମାନ ଭାଇମାନେ ପ୍ରତ୍ୟେକ ପରିସ୍ଥିତିରେ ତାଙ୍କ ସହିତ ଅଛନ୍ତି ।
ପ୍ରଶାସନ ଅନୁଭବ କଲା ଯେ ମେହବୁବାଙ୍କ ଶୋପିଆନ୍ ଗସ୍ତ ତାଙ୍କ ସୁରକ୍ଷା ପ୍ରତି ବିପଦ ହୋଇପାରେ । ତେଣୁ ତାଙ୍କୁ ଅଟକାଇବା ପାଇଁ ତାଙ୍କୁ ଗୃହବନ୍ଦୀରେ ରଖାଯାଇଛି । ଏହାପୂର୍ବରୁ ମଧ୍ୟ ମେହବୁବା ମୁଫତିଙ୍କୁ ଅନେକ ଥର ଗୃହବନ୍ଦୀ ରଖାଯାଇଛି ।