PM Modi on Future: ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାରେ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସେ କହିଛନ୍ତି ଥରେ ବିରୋଧି ଦଳର ଜଣେ ବରିଷ୍ଠ ନେତା  ତାଙ୍କ ପାଖକୁ ଆସିଥିଲେ। ଏହି ଅବସରରେ ବିରୋଧି ଦଳ ନେତା ତାଙ୍କୁ କହିଥିଲେ ଦେଶର ଜନସାଧାରଣ ଆପଣଙ୍କୁ ଦୁଇ ଥର ପ୍ରଧାନମନ୍ତ୍ରୀ କରିସାରିଲେଣି। ଏବେ ଆପଣ କ'ଣ କରିବେ? ବିରୋଧି ଦଳର ନେତାଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ସରକାରୀ ଯୋଜନାରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିବା ହେଉଛି ତାଙ୍କର ଲକ୍ଷ୍ୟ।  


COMMERCIAL BREAK
SCROLL TO CONTINUE READING

ଯଦିଓ ମୁଁ ଦୁଇ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇସାରିଛି ହେଲେ ବିଶ୍ରାମ ନେବା ଲାଗି ମୋର କୌଣସି ଉଦ୍ଦେଶ୍ୟ ନାହିଁ। ସରକାରୀ ଯୋଜନାର କିପରି ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରାଯିବ ସେ ନେଇ ନୂଆ କାର୍ଯ୍ୟ ଆରମ୍ଭ କରିବାକୁ  ଚାହୁଁଥବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।   


ଭିଡି଼ଓ କନଫରେନ୍ସିଂ ମାଧ୍ୟମରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଦିନେ ବିରୋଧି ଦଳର ଜଣେ ବରିଷ୍ଠ ନେତା ତାଙ୍କୁ ଭେଟିବାକୁ ଆସିଥିଲେ। ଏହି ଅବସରରେ ବିରୋଧି ଦଳର ନେତା ତାଙ୍କୁ କହିଥିଲେ ଯେ ଦେଶ ଆପଣଙ୍କୁ ୨ ଥର ପ୍ରଧାନମନ୍ତ୍ରୀ କରିସାରିଲେଣି। ଏବେ ଆପଣ କ'ଣ କରିବେ? ହେଲେ ତାଙ୍କୁ ଏକଥା କହିଥିବା ବିରୋଧି ଦଳର ନେତାଙ୍କ ନାଁ କହିନାହାଁନ୍ତି ପ୍ରଧାନମନ୍ତ୍ରୀ।


Also Read: 'ସେ କେଉଁ ହାତ ଥିଲା ଯିଏ ଗୋଟିଏ ଟଙ୍କାରୁ ୮୫ ପଇସା ନେଇଯାଉଥିଲା'


ଏନେଇ ପ୍ରଧାମନ୍ତ୍ରୀ କହିଛନ୍ତି ବିରୋଧି ଦଳର ନେତା ମୋତେ ରାଜନୈତିକ ବିରୋଧ କରନ୍ତି ହେଲେ ମୁଁ ତାଙ୍କୁ ସମ୍ମାନ କରିଥାଏ। ବିରୋଧି ଦଳର ନେତାଙ୍କୁ ଲାଗୁଥିଲା ଦୁଇ ଥର ପ୍ରଧାନମନ୍ତ୍ରୀ ହେବା ପରେ ସବୁ କିଛି ହୋଇଯାଇଛି। ହେଲେ ତାଙ୍କୁ ଏକଥା ଜଣାନାହିଁ ଯେ ମୋଦି ଏକ ଭିନ୍ନ ମାଟିରୁ ଆସିଛନ୍ତି। ଗୁଜୁରାଟର ଜମି ଏହାକୁ ପ୍ରସ୍ତୁତ କରିଛି। ଯାହା ହୋଇଛି ହୋଇଛି ଭଲ ହୋଇଛି। ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିବା ଦିଗରେ ତାଙ୍କ ସରକାର ଆଗକୁ ବଢୁଛି। ସରକାରୀ କଳରେ ଏହାକୁ ଅଭ୍ୟାସ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଗତ ୮ ବର୍ଷରେ ସମସ୍ତଙ୍କ ଉଦ୍ୟମ ହେତୁ, ଅନେକ ଯୋଜନା  ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛି। ବର୍ତ୍ତମାନ ୮ ବର୍ଷର ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ପୁଣି ଥରେ ସମସ୍ତଙ୍କୁ ସାଥିରେ ନେଇ ପ୍ରତ୍ୟେକ ହକଦାରଙ୍କ ପାଖରେ ସେମାନଙ୍କ ହକ ପହଞ୍ଚାଇବା ପାଇଁ ପ୍ରୟାସ କରାଯିବ।