'ସେ କେଉଁ ହାତ ଥିଲା ଯିଏ ଗୋଟିଏ ଟଙ୍କାରୁ ୮୫ ପଇସା ନେଇଯାଉଥିଲା'
Advertisement
Article Detail0/zeeodisha/odisha1173229

'ସେ କେଉଁ ହାତ ଥିଲା ଯିଏ ଗୋଟିଏ ଟଙ୍କାରୁ ୮୫ ପଇସା ନେଇଯାଉଥିଲା'

ଦ୍ରୁତ ଅଭିବୃଦ୍ଧି ହାସଲ କରିବା ପାଇଁ କୌଣସି ଦେଶରେ ରାଜନୈତିକ ସ୍ଥିରତା ଆବଶ୍ୟକ।

ଫଟୋ ସୌଜନ୍ୟ: Twitter@PMOIndia

PM Modi attacks on Congress at Berlin:ଗତକାଲି ଠାରୁ ୩ ଦିନିଆ ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ସୋମବାର ଜର୍ମାନୀ ଠାରେ ପହଞ୍ଚିଥିଲେ। ଏହି ଅବସରରେ ସେ ଜର୍ମାନ ରାଜଧାନୀ ବର୍ଲିନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ପ୍ରବାସୀ ଭାରତୀୟଙ୍କୁ ବିଶ୍ୱସ୍ତରରେ ବଡ଼ ପ୍ରଗତି ହାସଲ କରିବାରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି।       

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ନା ନେଇ  କଟାକ୍ଷ କରି କହିଛନ୍ତି ସେ କେଉଁ ହାତ ଥିଲା "ଯିଏ ଗୋଟିଏ ଟଙ୍କାରୁ ୮୫ ପଇସା ନେଇଯାଉଥିଲା।" ବର୍ତ୍ତମାନ କୌଣସି ପ୍ରଧାନମନ୍ତ୍ରୀଙ୍କୁ ଦୁଃଖିତ ହେବାକୁ ପଡୁନାହିଁ କାରଣ ସେ ପଠାଉଥିବା ଗୋଟିଏ ଟଙ୍କାରୁ କେବଳ ୧୫ ପଇସା ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି। କଂଗ୍ରେସ ଉଦ୍ଦେଶ୍ୟରେ ଥଟ୍ଟା କରି ସେ କହିଥିଲେ "ସେ କେଉଁ ହାତ ଥିଲା ଯିଏ ଗୋଟିଏ ଟଙ୍କାରୁ ୮୫ ପଇସା ନେଇଯାଉଥିଲା" । ପ୍ରଧାନମନ୍ତ୍ରୀ ମୋଦି ସମ୍ଭବତଃ କଂଗ୍ରେସ ଦଳର ନିର୍ବାଚନ ପ୍ରତୀକକୁ ଇଙ୍ଗିତ କରି ଏକଥା କହିଛନ୍ତି। 

ଦ୍ରୁତ ଅଭିବୃଦ୍ଧି ହାସଲ କରିବା ପାଇଁ କୌଣସି ଦେଶରେ ରାଜନୈତିକ ସ୍ଥିରତା ଆବଶ୍ୟକ। ଏକଥା ଯୁବପିଢି ତଥା ଉଚ୍ଚାଭିଳାଷୀ ଭାରତ ଜାଣିସାରିଛି ଏବଂ ଗୋଟିଏ ବଟନ୍ ଦବାଇ ତିନି ଦଶନ୍ଧି ଧରି ଚାଲିଥିବା ଅସ୍ଥିରତାକୁ ସମାପ୍ତ କରିଦେଇଛି। ଏକବିଂଶ ଶତାବ୍ଦୀର ସମୟ ଭାରତ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନର ଭାରତ ନିଜର ନିଷ୍ପତ୍ତି ନେଇ ନିଷ୍ଠା ସହ ଆଗକୁ ବଢୁଛି। ଯେତେବେଳେ ଏକ ଦେଶ କୌଣସି ସଂକଳ୍ପ ନେଇଥାଏ ସେତେବେଳେ ଏହା ନୂତନ ପଥରେ ଅଗ୍ରସର ହୋଇଥାଏ ଏବଂ ଇଚ୍ଛାକୃତ ଲକ୍ଷ୍ୟ ହାସଲ କରି ଏହାକୁ ଦେଖାଇଥାଏ। ବିଗତ ୮ ବର୍ଷ ମଧ୍ୟରେ ଭାରତ ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ନୂତନ ଭାରତ ଆଉ ଏକ ସୁରକ୍ଷିତ ଭବିଷ୍ୟତ ବାବଦରେ ଚିନ୍ତା କରେ ନାହିଁ ବରଂ ବିକାଶ ପାଇଁ ଉଦ୍ଦିଷ୍ଟ ଏବଂ ବିକାଶକୁ ପାଇଁ ପ୍ରୋତ୍ସାହନ ଦେବାକୁ ପ୍ରସ୍ତୁତ। ୨୦୧୪ ବେଳକୁ ଭାରତରେ ୨୦୦-୪୦୦ ଷ୍ଟାର୍ଟ ଅପ୍ ଥିଲା। ଯେଉଁଠି ବର୍ତ୍ତମାନ ୬୮ ହଜାର ଷ୍ଟାର୍ଟ ଅପ୍ ରହିଛି। ଯାହାର ମୂଲ୍ୟ ୧୦ ବିଲିୟନ ଡଲାର ସହିତ ସମାନ। 

Also Read: 'ଯୁଦ୍ଧରୁ କେହି ଲାଭବାନ ହୁଅନ୍ତି ନାହିଁ ବରଂ ସମସ୍ତେ କ୍ଷତି ସହିବେ'

ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ସମ୍ବୋଧନ କାର୍ଯ୍ୟକ୍ରମ ଜର୍ମାନ ରାଜଧାନୀ ବର୍ଲିନସ୍ଥିତ ଥିଏଟର ଏମ ପୋଷ୍ଟଡୈମର ପ୍ଲାଜା ଠାରେ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରବାସୀ ଭାରତୀୟ, "ଭାରତ ମାତା କି ଜୟ", "ମୋଦି ହେଁ ତୋ ମୁମକିନ ହେ", "୨୦୨୪ ପୁଣି ଥରେ ମୋଦି ସରକାର" ଭଳି ନାରା ଦେଇଥିଲେ।