ଭୁବନେଶ୍ୱର: ନିଜ ଜନ୍ମଦିନ ଅବସରରେ ଓଡ଼ିଶାର ମହିଳାମାନଙ୍କ ପାଇଁ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଜନତା ମଇଦାନରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ରିମୋଟ୍ ବଟନ ଚିପି ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ।  ମହିଳାଙ୍କ ଉନ୍ନତି ହିଁ ରାଜ୍ୟ ବିକାଶର ମୂଳମନ୍ତ୍ର ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

ନିଜ ଉଦବୋଧନରେ ପିଏମ ମୋଦୀ କହିଛନ୍ତି ଯେ, ପ୍ରଭୁ ଜଗନ୍ନାଥଙ୍କ କୃପା ଏବଂ ଆଶୀର୍ବାଦ କାରଣରୁ ପୁଣିଥରେ ଏଠାକୁ ଆସିବାର ସୌଭାଗ୍ୟ ମିଳିଛି । ନୂଆ ସରକାର ଶପଥ ଗ୍ରହଣ ସମାବେଶରେ ଏଠାକୁ ଆସିବାର ସୁଯୋଗ ମିଳିଥିଲା ଆଉ ଏବେ ମାଆମାନଙ୍କ ପାଇଁ ସୁଭଦ୍ରା ଶୁଭାରମ୍ଭର ସୁଯୋଗ ମିଳିଲା। ପୂର୍ବରୁ କହିଥିଲି ଯେ, ଓଡ଼ିଶାରେ ଡବଲ ଇଂଜିନ ସରକାର ହେଲେ ବିକାଶ ହେବ ଆଉ ଏବେ ସେହି ଭଲ ଦିନ ଆସିଛି । ନିର୍ବାଚନ ପୂର୍ବରୁ ଦିଆଯାଇଥିବା ସମସ୍ତ ପ୍ରତିଶୃତି ପାଳନ କରାଯିବ । ମହିଳା, ଆଦିବାସୀ, କୃଷକ, ଯୁବବର୍ଗ ପ୍ରତ୍ୟକଙ୍କ ସ୍ୱପ୍ନ ପୂରଣ ହେବାର ଦିନ ଆସିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତି ପରିଡାଙ୍କ ସମେତ ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ଭଲ କାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ପ୍ରଶଂସା କରିଛନ୍ତି । ରାଜ୍ୟର ବିକାଶ ପାଇଁ ହଜାର କୋଟିର ପ୍ରକଳ୍ପ ଓ ଶିଳାନ୍ୟାସ ହୋଇଛି । ଆଜି ସମଗ୍ର ଦେଶରେ ୩୦ ଲକ୍ଷରୁ ଅଧିକ ପରିବାର ପକ୍କା ଘର ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।


ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବଂ ୪ ଦ୍ୱାର ଖୋଲା ହେବା ପ୍ରସଂଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମେ କଥା ଦେଇଥିଲୁ ରାଜ୍ୟରେ ସରକାର ଗଠନ ହେବା ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲା ଯିବ ଏବଂ ତାହା ପାଳନ କଲୁ । ଏଥିସହ ରତ୍ନଭଣ୍ଡାର ଖୋଲା ହୋଇଛି ଏବଂ ଏହାକୁ ନେଇ ତତ୍ପରତା ଚାଲିଛି । ସରକାର ଲୋକଙ୍କ ଭଲ ମନ୍ଦ ବୁଝୁଛନ୍ତି ଏବଂ ସମସ୍ତ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ପ୍ରକଳ୍ପ କାରଣରୁ ଖୁବଶୀଘ୍ର ଓଡ଼ିଶାର ଯୁବକଙ୍କୁ ରୋଜଗାର ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।


Also Read- Cricket World Cup Prize Money: ICCର ଐତିହାସିକ ଘୋଷଣା, ପୁରୁଷ ଏବଂ ମହିଳା ବିଶ୍ୱକପ୍ ବିଜେତାଙ୍କୁ ମିଳିବ ସମାନ ରାଶି


Also Read- Surya Gochar 2024: ଚନ୍ଦ୍ରଗ୍ରହଣ ପୂର୍ବରୁ ଫିଟିଲା ୩ ରାଶିର ଭାଗ୍ୟ, ମିଳିବ ଧନ