ShivSena MP Sanjay Raut: ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ମୁମ୍ବାଇସ୍ଥିତ ଏକ ସ୍ୱତନ୍ତ୍ର ଅଦାଲତ ଅଗଷ୍ଟ ୮  ତାରିଖ ସୋମବାର ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଘର ରନ୍ଧା ଖାଦ୍ୟ ଏବଂ ଔଷଧ ପାଇଁ ତାଙ୍କ ପକ୍ଷରୁ କରାଯାଇଥିବା ଅନୁରୋଧକୁ କୋର୍ଟ ଗ୍ରହଣ କରିଛନ୍ତି। ହେଲେ ଶଯ୍ୟା ପାଇଁ ଶିବସେନା ସାଂସଦଙ୍କ ପକ୍ଷରୁ କରାଯାଇଥିବା ଅନୁରୋଧ ଉପରେ କୌଣସି ଆଦେଶ ଦେବାକୁ ମନା କରିଦେଇଥିଲେ କୋର୍ଟ। ଏନେଇ ଜଜ୍ କହିଛନ୍ତି ଯେ ଜେଲ କର୍ତ୍ତୃପକ୍ଷ ଜେଲ ନିୟମ ଅନୁଯାୟୀ ଶଯ୍ୟା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛନ୍ତି। ମୁମ୍ବାଇ ସହର ଗୋରେଗାଓଁ ଠାରେ ଥିବା ପାତ୍ରା ଚାଲ ପୁନର୍ବିକାଳ ନିର୍ମାଣରେ ହୋଇଥିବା ଆର୍ଥିକ ଅନିୟମିତତା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୬୦ ବର୍ଷୀୟ ସଞ୍ଜୟ ରାଉତଙ୍କୁ ଅଗଷ୍ଟ ୧ ତାରିଖରେ ଗିରଫ କରିଥିଲା।


COMMERCIAL BREAK
SCROLL TO CONTINUE READING

ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଇଡି଼ (ED) ହେପାଜତ ଶେଷ ହେବା ପରେ ତାଙ୍କୁ ସୋମବାର ଦିନ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ (Prevention of Money Laundering Act) ପିଏମଏଲଏ (PMLA) ସ୍ୱତନ୍ତ୍ର ଜଜ୍ ଏମ.ଜି ଦେଶପାଣ୍ଡେଙ୍କ ଅଦାଲତରରେ ହାଜର କରାଯାଇଥିଲା। ଇଡି ତାଙ୍କ ହେପାଜତର ସମ୍ପ୍ରସାରଣ ପାଇଁ ଚେଷ୍ଟା କରିନଥିଲେ। ଏହା ପରେ ଜଜ୍ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ (ShivSena MP Sanjay Raut) ନ୍ୟାୟିକ ହେପାଜତକୁ ପଠାଇଥିଲେ। ଇଡି ଅନୁସନ୍ଧାନ ପାତ୍ରା  ଚଲ ର ପୁନର୍ବିକାଶ ନିର୍ମାଣରେ ହୋଇଥିବା ଆର୍ଥିକ ଅନିୟମିତତା, ସଞ୍ଜୟ ରାଉତଙ୍କ ପତ୍ନୀ ଏବଂ ସହଯୋଗୀଙ୍କ ଆର୍ଥିକ କାରବାର ସହିତ ଜଡିତ।


ଇଡ଼ି ଅଧିକାରୀ ଜୁଲାଇ ୩୧ ତାରିଖରେ ସଞ୍ଜୟ ରାଉତଙ୍କ ଘରେ ଚଢାଉ କରି ଅଗଷ୍ଟ ୧ ତାରିଖରେ ତାଙ୍କୁ ଅନେକ ଘଣ୍ଟା ଜେରା କରିବା ପରେ ଗିରଫ କରିଥିଲେ। ଚଳିତ ବର୍ଷ ଜୁନ ୨୮ ତାରିଖରେ ୧୦୩୪  କୋଟି ଟଙ୍କା ପାତ୍ରା ଚଲ୍ ଜମି ଦୁର୍ନୀତି (Patra Chaul Land Scam) ସହ ଜଡିତ ଅର୍ଥ ହେରଫେର ସହ ଜଡ଼ିତ ରହିବା ଅଭିଯୋଗରେ ଇଡି ସଞ୍ଜୟ ରାଉତଙ୍କୁ ଡକାଇଥିଲେ।


Also Read: Patra Chawl Scam Case: ଜେରା ବେଳେ ଚୁପ ହୋଇଗଲେ ସଞ୍ଜୟ ରାଉତ, ଦେଇପାରିଲେ ନାହିଁ ୧୯ ପ୍ରଶ୍ନର ଉତ୍ତର


ପୂର୍ବରୁ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ଶନିବାର ଦିନ ଅର୍ଥ ହେରଫେର ମାମଲାରେ ଇଡି ପାଖରେ ହାଜର ହୋଇଥିଲେ। ଇଡି ଏହି ସପ୍ତାହ ପୂର୍ବରୁ ବର୍ଷା ରାଉତଙ୍କୁ ଡକାଇଥିଲା। ସେ ଶନିବାର ସକାଳ ୧୦ଟା ୪୦ ମିନିଟରେ ଦକ୍ଷିଣ ମୁମ୍ବାଇସ୍ଥିତ ବଲାର୍ଡ ଇଷ୍ଟେଟ ଠାରେ ଅବସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ।