Sambit Patra: ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଭୁଲବଶତଃ ଦେଇଥିବା ବିବାଦୀୟ ମନ୍ତବ୍ୟ କାରଣରୁ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ଶୋ ପରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଶ୍ରୀ ପାତ୍ର କହିଥିଲେ କି ଜଗନ୍ନାଥ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭକ୍ତ। ତେବେ ମଙ୍ଗଳବାର ଦିନ ତମାମ ଏହି ମନ୍ତବ୍ୟକୁ ନେଇ ତୁମ୍ଭିତୋଫାନ ଚାଲିଥିଲା। ଏହି କ୍ଲିପ ବିଭିନ୍ନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା। ଯାହାକୁ ନେଇ ରାଜ୍ୟ ତଥା ଦେଶରେ ଏହି ମନ୍ତବ୍ୟ ପାଇଁ ତାଙ୍କୁ ଚାରିଆଡ଼ୁ ସମାଲୋଚନାର ଶୀକାର ହେବାକୁ ପଡ଼ିଥିଲା। ରାଜ୍ୟର ଶାସକ ଦଳ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ତେବେ ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ସେ କ୍ଷମା ପ୍ରାର୍ଥନା କରିଥିଲେ। 


COMMERCIAL BREAK
SCROLL TO CONTINUE READING

 



ଶ୍ରୀ ପାତ୍ର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡ଼ିଓ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ କି ଏହା 'ତୁଣ୍ଡରୁ ଭୁଲବସତଃ' ଖସିଯାଇଥିଲା ବୋଲି ତାଙ୍କ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି। ତେବେ ଏହା  ପରେ ସାକ୍ଷାତକାରର କ୍ଲିପ୍ ଭାଇରାଲ ହେବାରେ ଲାଗିଛି। ସେ ବର୍ତ୍ତମାନ ‘ପଶ୍ଚାତାପ’ କରି କିମ୍ବା ତିନି ଦିନ ଉପବାସ କରି ଅନୁତାପ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ମହାପ୍ରଭୂ ଶ୍ରୀ ଜଗନ୍ନାଥ ଜୀ ସଂପର୍କରେ ମୋର ଭୁଲ ମନ୍ତବ୍ୟ ମୋ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ବୋଲି କହିଛନ୍ତି। ମୁଁ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଜୀଙ୍କ ପାଦତଳେ ପ୍ରଣାମ କରି କ୍ଷମା ପ୍ରାର୍ଥନା କରୁଛି। ମୁଁ ମୋର ଭୁଲକୁ ସଂଶୋଧନ କରିବା ପାଇଁ ଆଗାମୀ ତିନି ଦିନ ପାଇଁ ଉପବାସ କରିବି ବୋଲି ସେ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି। 


 



ସେପଟେ ଶ୍ରୀ ପାତ୍ରଙ୍କ ଏହି ବୟାନକୁ ନେଇ କଡ଼ା ଭାଷାରେ ସମାଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ବିତ ପାତ୍ରଙ୍କ ଏହି ବୟାନକୁ କଡ଼ା ଭାଷାରେ ନିନ୍ଦା କରିବା ସହିତ କହିଥିଲେ କି ଏହା ସମଗ୍ର ବିଶ୍ୱରେ ଥିବା ଜଗନ୍ନାଥ ଭକ୍ତ ଏବଂ କୋଟି କୋଟି ଓଡିଆ ଲୋକଙ୍କ ଭାବନା ଏବଂ ବିଶ୍ୱାସକୁ ଆଘାତ ଦେଇଛି। ପ୍ରଭୁ ହେଉଛନ୍ତି ଓଡିଆ ଅସ୍ମିତା(ଗର୍ବ)ର ସର୍ବଶ୍ରେଷ୍ଠ ପ୍ରତୀକ। ମହାପ୍ରଭୂଙ୍କୁ ଅନ୍ୟ ଜଣେ ମଣିଷର ଭକ୍ତ ବୋଲି କହିବା ସମ୍ପୂର୍ଣ୍ଣ ନିନ୍ଦନୀୟ ମୁଖ୍ୟମନ୍ତ୍ରୀ ଟ୍ୱିଟରେ ସୂଚନା ଦେଇଥିଲେ।


ଏଠାରେ କହି ରଖୁ ନିର୍ବାଚନୀ ପ୍ରଚାର ସମୟରେ ବିଭିନ୍ନ ରାଜନୈତିକ ଦଳର ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ବିଜେପି ନିର୍ବାଚନୀ ପ୍ରଚାର ଆରମ୍ଭରୁ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ଆସୁଛି। ବିଭିନ୍ନ ସମୟରେ ଓଡ଼ିଆର ଗୌରବକୁ ନେଇ ସରକାରୀ ଦଳକୁ ଟାର୍ଗେଟ କରିଆସୁଛି ବିରୋଧୀ ବିଜେପି। ନିକଟରେ ଶାସକ ବିଜୁ ଜନତା ଦଳର ନେତା ଭିକେ ପାଣ୍ଡିଆନ ସମ୍ୱଲପୁର ସଭାରେ ଓଡ଼ିଆ ବରପୁତ୍ରଙ୍କୁ ଅପମାନିତ କରିଥିଲେ ବୋଲି ବିରୋଧୀ ତାଙ୍କୁ ଟାର୍ଗେଟ କରିଥିଲେ।  "ସ୍ୱଭାବ କବି" ଗଙ୍ଗାଧର ମେହେରଙ୍କୁ ସନ୍ଥ କବି ଗଙ୍ଗାଧର ମେହେର କହିଲେ ବିଜେଡି ନେତା ଭି.କେ ପାଣ୍ଡିଆନ୍। ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଯାହାକୁ ନେଇ ବିରୋଧୀ ଶାସକ ଦଳ ଉପରେ ବର୍ଷିଥିଲେ।