Odisha Assembly: ଏଏସଓ ଚାକିରୀରେ ହୋଇଥିବା ଅନିୟମିତତାକୁ ନେଇ ଉଠୁଛି ପଡୁଛି ଗୃହ।  ବିଧାନସଭାରେ ବିରୋଧୀ ହଟ୍ଟଗୋଳ କରିଥିବା ବେଳେ କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ବର୍ଷିଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ପଟାଙ୍ଗି କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମ । ସେ କହିଛନ୍ତି,  ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଯଦି ଜାଣିଛନ୍ତି, ଗଲା ସରକାରରେ ଚାକିରୀ ବିକ୍ରି ହୋଇଛି। ତା ହେଲେ ତଦନ୍ତ କରି ଆକ୍ସନ ଦରକାର। ଶାସ୍ତା ମନ୍ତବ୍ୟ ଆଦୌ ଭଲ ଲାଗୁନି କି ଗ୍ରହଣୀୟ ନୁହେଁ। ଏହା ନୂଆ ସରକାର ପାଇଁ ହାନିକାରକ ସାଜିବ ବୋଲି ସେ କହିଛନ୍ତି।