ନୂଆଦିଲ୍ଲୀ: Presidential Election 2022: ଓଡ଼ିଶାର ସନ୍ଥାଲ ଆଦିବାସୀ ସମ୍ପ୍ରଦାୟରୁ ଆସୁଥିବା ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କୁ ବିଜେପି (BJP) ନେତୃତ୍ୱାଧୀନ ଏନଡିଏ (NDA) ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ତାଙ୍କର ସରଳତାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି ।  ରାଜନୀତି ବ୍ୟତୀତ ଦ୍ରୌପଦୀ ମୁର୍ମୁ ଆଦିବାସୀମାନଙ୍କ ମଧ୍ୟରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଆଣିବା ପାଇଁ ମଧ୍ୟ ଜଣାଶୁଣା । ମୁର୍ମୁ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ପିଏମ ମୋଦି (PM Modi) ଙ୍କ ସମେତ ପୁରା ଏନଡିଏ ତାଙ୍କ ସହ ଉପସ୍ଥିତ ଥିଲେ । ଏହି ସମୟରେ ସମସ୍ତଙ୍କ ନଜର ଦ୍ରୌପଦୀ ମୁର୍ମୁଙ୍କ  ଉପରେ ଥିଲା । ସେ ଧଳା ଧଳା ରଙ୍ଗର ଶାଢ଼ୀ ପିନ୍ଧି ଅତି ସାଧାରଣ ଢଙ୍ଗରେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେ କାହିଁକି ଧଳା ଶାଢ଼ୀ ପିନ୍ଧିଥିଲେ, ଏହା ପଛରେ ବିଭିନ୍ନ ତର୍କ ଦିଆଯାଇଛି, କିନ୍ତୁ ଏହାର ପ୍ରକୃତ ସଂଯୋଗ ଆଶ୍ରମ ସହିତ ରହିଛି ।


COMMERCIAL BREAK
SCROLL TO CONTINUE READING

ଦୁଇ ପୁଅଙ୍କୁ ହରାଇସାରିଛନ୍ତି ଦ୍ରୌପଦୀ ମୁର୍ମୁ


୨୦ ଜୁନ ୧୯୫୮ରେ ଓଡିଶାର ମୟୂରଗଞ୍ଜ ଜିଲ୍ଲାର ବୈଦପୋସି ଗ୍ରାମ (Baidaposi village) ରେ ଜନ୍ମଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁ ଆଦିବାସୀ ସନ୍ଥାଲ ସମ୍ପ୍ରଦାୟରୁ ଆସନ୍ତି । ତାଙ୍କ ପିତାଙ୍କ ନାମ ହେଉଛି ବିରଞ୍ଚି ନାରାୟଣ ଟୁଡୁ । ତାଙ୍କ ବିବାହ ଶ୍ୟାମାଚରନ ମୁର୍ମୁଙ୍କୁ ସହ ହୋଇଥିଲା । ଦ୍ରୌପଦୀ ତାଙ୍କ ସ୍ୱାମୀ ଓ ଦୁଇ ପୁଅଙ୍କୁ ହରାଇଛନ୍ତି । ତାଙ୍କର ଜଣେ ଝିଅ ମଧ୍ୟ ଅଛନ୍ତି, ତାଙ୍କ ନାମ ହେଉଛି  ଇତିଶ୍ରୀ ମୁର୍ମୁ । ୨୦୦୯ ମସିହାରେ ତାଙ୍କ ସାନ ପୁଅଙ୍କ ମୃତ୍ୟୁ ତାଙ୍କୁ ଭିତରୁ ଭାଙ୍ଗି ଦେଇଥିଲା । ସେ ହତାଶ ହୋଇଯାଇଥିଲେ । କିନ୍ତୁ ଜୀବନର କଠିନ ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିବା ମୁର୍ମୁ କେବେ ସାହସ ହରାଇ ନଥିଲେ । ଯାହାର ପରିମାଣ ସ୍ୱରୁପ ସେ ଆଜି ଏପରି ସ୍ଥାନକୁ ପହଞ୍ଚିବାରେ ସଫଳ ହୋଇଛନ୍ତି । ମୁର୍ମୁଙ୍କ ସାନପୁଅ ଇଞ୍ଜିନିୟରିଂ ପଢ଼ୁଥିଲେ ଓ ସେହି ସମୟରେ ରହସ୍ୟମୟ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା ।


ବ୍ରହ୍ମା କୁମାରୀ ଆଶ୍ରମ ଦେଲା ନୂତନ ଜୀବନ 


ଏହା ପରେ ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାର ରାୟରଙ୍ଗପୁରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ଧ୍ୟାନ ଓ ଆଧ୍ୟାତ୍ମିକତା ଆଡକୁ ଗଲେ । ଆଶ୍ରମର ମୁଖ୍ୟ ଦାୟିତ୍ୱରେ ଥିବା ବିକେ ସୁପ୍ରିୟା କହିଛନ୍ତି ଯେ, ସେ ଆଶ୍ରମରେ ଧ୍ୟାନ ଓ ଆଧ୍ୟାତ୍ମିକ ଉପଚାର ମାଧ୍ୟମରେ ନିଜ ଦୁଃଖ ଏବଂ ଉଦାସୀନତାରୁ ବାହାରି ପାରିଛନ୍ତି । ସେ ଭାବନାତ୍ମକ ଭାବେ ଥକି ଯାଇଥିଲେ । ତାଙ୍କର କୌଣସି ମାନସିକ ଶକ୍ତି ନଥିଲା । ୨୦୦୦ ମସିହାରୁ ସେ ବ୍ରହ୍ମା କୁମାରୀ ଆଶ୍ରମକୁ ଜାଣିଥିବାରୁ ସେ ଆମ ପାଖକୁ ଆସିଥିଲେ ଓ ଆତ୍ମସମର୍ପଣ କରିଦେଇଥିଲେ । ସେହି ଧ୍ୟାନ ପରେ ଆଧ୍ୟାତ୍ମିକତା ତାଙ୍କୁ ବହୁତ ଶାନ୍ତି ପ୍ରଦାନ କଲା ଓ ତାଙ୍କର ପ୍ରକୃତି ବହୁତ ଶାନ୍ତ ହୋଇଗଲା ।


ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ରରେ ଫ୍ଲୋର୍ ଟେଷ୍ଟ୍ ହେଲେ କିଏ ଜିତିବେ ବାଜି? ଜାଣନ୍ତୁ କ'ଣ କହୁଛି ନୂଆ ସମୀକରଣ


ଏହା ବି ପଢ଼ନ୍ତୁ:-ଯଦି ଏପରି ହୁଏ ତ ଏକନାଥ ସିନ୍ଦେଙ୍କର ସମସ୍ତ 'ପରିଶ୍ରମ' ହୋଇଯିବ ବେକାର, ବୁଝନ୍ତୁ ମହାରାଷ୍ଟ୍ରର ରାଜନୈତିକ ସଙ୍କଟର ଏହି ସମୀକରଣ


ଏହା ବି ପଢ଼ନ୍ତୁ:-ବିଦ୍ରୋହ ବିଧାୟକଙ୍କୁ ନେଇ ନୂଆ ଦଳ ଗଢ଼ିବେ ଏକନାଥ ସିନ୍ଦେ, ଏହା ହେବ ଦଳର ନାମ


 


ଏଥିପାଇଁ ପିନ୍ଧିନ୍ତି ଧଳା ଶାଢ଼ୀ


ସୁପ୍ରିୟା କହିଛନ୍ତି ଯେ, ନିଜ ବଡ଼ ପୁଅର ମୃତ୍ୟୁର ଏକ ବର୍ଷରୁ ଅଧିକ ସମୟ ପରେ ସାନ ପୁଅ ଏକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ଏହା ତାଙ୍କ ପାଇଁ ଏକ ବଡ଼ ଧକ୍କା ଥିଲା । ପ୍ରଥମ ପୁଅର ମୃତ୍ୟୁର ଦୁଃଖ ନ ଶେଷ ହେବା ପୂର୍ବରୁ ଭଗବାନ ଦ୍ୱିତୀୟ ପୁଅକୁ ତାଙ୍କଠାରୁ ନେଇ ଯାଇଥିଲେ । ଗୋଟିଏ ବର୍ଷ ପରେ ତାଙ୍କ ସ୍ୱାମୀ ମଧ୍ୟ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ । ବର୍ତ୍ତମାନ ତାଙ୍କର ଗୋଟିଏ ଝିଅ ଓ ଦୁଇ ନାତୁଣୀ ଅଛନ୍ତି, ଯାହାଙ୍କୁ ସେ ବହୁତ ଭଲ ପାଆନ୍ତି । ଆଶ୍ରମରେ ରହିବା ପରେ ଧଳା ଶାଢ଼ୀ ତାଙ୍କର ପ୍ରିୟ ପୋଷାକ ହୋଇଯାଇଛି । ନାମାଙ୍କନ ପତ୍ର ଦାଖଲ ଦିନ ମଧ୍ୟ ସେ ଏହି ପୋଷାକ ବାଛିଥିଲେ ।