ବିଦ୍ରୋହ ବିଧାୟକଙ୍କୁ ନେଇ ନୂଆ ଦଳ ଗଢ଼ିବେ ଏକନାଥ ସିନ୍ଦେ, ଏହା ହେବ ଦଳର ନାମ
Advertisement
Article Detail0/zeeodisha/odisha1232333

ବିଦ୍ରୋହ ବିଧାୟକଙ୍କୁ ନେଇ ନୂଆ ଦଳ ଗଢ଼ିବେ ଏକନାଥ ସିନ୍ଦେ, ଏହା ହେବ ଦଳର ନାମ

Maharashtra Political Crisis: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ଓ ବିଦ୍ରୋହୀ ବିଧାୟକ ତାନାଜୀ ସାୱନ୍ତଙ୍କ କାର୍ଯ୍ୟାଳୟରେ ହୋଇଥିବା ଭଙ୍ଗାରୁଜା ମଧ୍ୟରେ ପୁଣେ ପୋଲିସ ଆଲର୍ଟ ଜାରି କରିଛି । ଶିବସେନା ନେତାଙ୍କ କାର୍ଯ୍ୟାଳୟର ସୁରକ୍ଷା ସୁନିଶ୍ଚିତ କରିବାକୁ ସମସ୍ତ ପୋଲିସ ଷ୍ଟେସନକୁ କୁହାଯାଇଛି । ଏଥି ସହିତ ସହରର ସମସ୍ତ ଶିବସେନା ନେତାଙ୍କ କାର୍ଯ୍ୟାଳୟର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମୁମ୍ବାଇ ପୋଲିସ ଆଲର୍ଟ ଜାରି କରିଛି । 

ବିଦ୍ରୋହ ବିଧାୟକଙ୍କୁ ନେଇ ନୂଆ ଦଳ ଗଢ଼ିବେ ଏକନାଥ ସିନ୍ଦେ, ଏହା ହେବ ଦଳର ନାମ

ନୂଆଦିଲ୍ଲୀ: Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ବଡ଼ ଧରଣର ଝଡ଼ ସୃଷ୍ଟି ହୋଇଛି । ଗୋଟିଏ ପଟେ ଆଜି ଶିବସେନା (Shiv Sena) ର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଡକାଯାଇଛି । ଅନ୍ୟପଟେ ଏକନାଥ ସିନ୍ଦେ (Eknath Shinde) ଓ ଦୁଇ ଜଣ ସ୍ୱାଧୀନ ବିଧାୟକ ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତି ନରହରୀ ଜିରୱାଲଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି । ଏହାସହ ଖବର ଆସୁଛି ଯେ ଏକନାଥ ସିନ୍ଦେ ନୂଆ ରାଜନୈତିକ ଦଳ ଗଠନ କରିବେ ଓ ଏହି ଦଳର ନାମ 'ଶିବସେନା ବାଲାସାହେବ ଠାକରେ' (Shiv Sena Balasaheb Thackeray) ରଖାଯିବ । 

ସୂଚନା ମୁତାବକ, ଏହି ଦଳ ଅଧ୍ୟକ୍ଷ ଏକନାଥ ସିନ୍ଦେ ହେବେ । ଦୀପକ କେସରକରଙ୍କୁ ଦଳ ପ୍ରବକ୍ତା ନିଯୁକ୍ତ କରାଯିବ । ସେହିପରି ଭାରତ ଗୋଗାୱଲେଙ୍କୁ ଦଳ ଚିଫ୍ ହ୍ୱିପ୍ କରାଯିବ । ଆଜି (ଜୁନ ୨୫) ଅପରାହ୍ନ ୪ଟାରେ ଏକନାଥ ସିନ୍ଦେ ନୂଆ ଦଳର ଘୋଷଣ କରିପାରନ୍ତି ।

ସେପଟେ ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ଓ ବିଦ୍ରୋହୀ ବିଧାୟକ ତାନାଜୀ ସାୱନ୍ତଙ୍କ କାର୍ଯ୍ୟାଳୟରେ ହୋଇଥିବା ଭଙ୍ଗାରୁଜା ମଧ୍ୟରେ ପୁଣେ ପୋଲିସ ଆଲର୍ଟ ଜାରି କରିଛି । ଶିବସେନା ନେତାଙ୍କ କାର୍ଯ୍ୟାଳୟର ସୁରକ୍ଷା ସୁନିଶ୍ଚିତ କରିବାକୁ ସମସ୍ତ ପୋଲିସ ଷ୍ଟେସନକୁ କୁହାଯାଇଛି । ଏଥି ସହିତ ସହରର ସମସ୍ତ ଶିବସେନା ନେତାଙ୍କ କାର୍ଯ୍ୟାଳୟର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମୁମ୍ବାଇ ପୋଲିସ ଆଲର୍ଟ ଜାରି କରିଛି । ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ସମସ୍ତ ରାଜନୈତିକ କାର୍ଯ୍ୟାଳୟ ପରିଦର୍ଶନ କରିବାକୁ ଅଧିକାରୀ ସ୍ତରୀୟ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଶିବସେନାର ବରିଷ୍ଠ ନେତା ଚନ୍ଦ୍ରକାନ୍ତ ଯାଦବ ପୁଣେରେ ବିଦ୍ରୋହୀ ବିଧାୟକ ତାନାଜୀ ସାୱନ୍ତଙ୍କ କାର୍ଯ୍ୟାଳୟରେ ହୋଇଥିବା ଭଙ୍ଗାରୁଜାକୁ ଠିକ୍ ବୋଲି କରିଛନ୍ତି ଓ ଏହା କେବଳ ଆକ୍ସନର ରିଆକ୍ସନ ବୋଲି କହିଛନ୍ତି । ଶିବସେନା ଭାଷାରେ ସମସ୍ତ ବିଧାୟକଙ୍କୁ ଉତ୍ତର ଦିଆଯିବ ଓ ସେଥିପାଇଁ ଏହି ରିଆକ୍ସନ ବର୍ତ୍ତମାନ ରାଜ୍ୟର ସବୁଆଡେ ଦେଖାଯିବ ।

ଏହା ବି ପଢ଼ନ୍ତୁ:-'ସରକାରଙ୍କୁ କୌଣସି ବିପଦ ନାହିଁ', ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ନେଇ ବଡ଼ ବୟାନ ଦେଲେ ସଞ୍ଜୟ ରାଉତ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନୁ ନେଇ ବଡ଼ ଘୋଷଣା କଲେ ମାୟାବତୀ, ଏହି ପ୍ରାର୍ଥୀଙ୍କୁ ସମର୍ଥନ କରିବ BSP

ଏହା ବି ପଢ଼ନ୍ତୁ:-ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର, ଆପଣଙ୍କ ଫାଇଦା ପାଇଁ ସାରା ଦେଶରେ ଲାଗୁ ହେଲା ଏହି ସୁବିଧା

ସେପଟେ ସଞ୍ଜୟ ରାଉତ ଦାବି କରିଛନ୍ତି ଯେ, ଶୁକ୍ରବାର ରାତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ 'ମାତୋଶ୍ରୀ'ରେ ଏନସିପି ମୁଖ୍ୟ ଶରଦ ପାୱାର, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପ୍ରଫୁଲ୍ଲ ପଟେଲଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ପ୍ରାୟ ୧୦ ଜଣ ବିଧାୟକଙ୍କ ସହ ବୈଠକ ହୋଇଛି ଓ ସେମାନେ ସରକାରଙ୍କ ସମର୍ଥନରେ ଛିଡ଼ା ହେବା କଥା କହିଛନ୍ତି  ।

ସେ କହିଛନ୍ତି ଯେ, ଯଦି ବିଧାୟକମାନେ ମୁମ୍ବାଇ ଆସନ୍ତି ତେବେ ଆମ ସରକାର ବଞ୍ଚି ଯିବ । ଆମ ସରକାର ପ୍ରତି କୌଣସି ବିପଦ ନାହିଁ । ରାଉତ କହିଛନ୍ତି, ବରଂ ମୁଁ ବିଧାୟକମାନଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ସେମାନଙ୍କର ବିଧାନସଭାକୁ ବଞ୍ଚାନ୍ତୁ, ସରକାରଙ୍କ ପ୍ରତି କୌଣସି ବିପଦ ନାହିଁ ।