ନୂଆଦିଲ୍ଲୀ: Presidential Election 2022: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଦେଶର ରାଜନୀତି ବେଶ ସରଗରମ ହୋଇଉଠିଛି । ବିଜେପି (BJP) ନେତୃତ୍ୱାଧୀନ ଏନଡିଏ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ଚେହେରା (NDA) ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିଥିବାବେଳେ ବିରୋଧୀ ଦଳ ମିଳିତ ସହମତିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା (Yashwant Sinha) ଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିଛନ୍ତି । ଦୀର୍ଘ ଦିନ ଧରି ବିଜେପି ନିଜକୁ ଆଦିବାସୀମାନଙ୍କ ପାଇଁ ସବୁଠାରୁ ବିଶ୍ୱସ୍ତ ବୋଲି କହିଆସୁଛି, ଏପରି ପରିସ୍ଥିତିରେ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଦଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ଆଦିବାସୀ ସମ୍ପ୍ରଦାୟକୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚେଷ୍ଟା କରି ରାଜନୈତିକ ବାଜି ଲଗାଇଛି ।


COMMERCIAL BREAK
SCROLL TO CONTINUE READING

ଭାରତରେ ଏପର୍ଯ୍ୟନ୍ତ ଆଦିବାସୀ ସମ୍ପ୍ରଦାୟର କେହି ରାଷ୍ଟ୍ରପତି ହୋଇପାରି ନାହାଁନ୍ତି । ଆଦିବାସୀ ସମ୍ପ୍ରଦାୟରୁ କୌଣସି ବ୍ୟକ୍ତିଙ୍କୁ ରାଷ୍ଟ୍ରପତି କରିବା ପାଇଁ ଦାବି ମଧ୍ୟ ଉଠି ଆସୁଛି । ଦେଶରେ ଅନୁସୂଚିତ ଜନଜାତିର ଜନସଂଖ୍ୟା ପ୍ରାୟ ୮.୯ ପ୍ରତିଶତ ବୋଲି କୁହାଯାଇଥାଏ । ଅନେକ ରାଜ୍ୟରେ ଏହି ସମାଜ ରାଜନୈତିକ ଖେଳ ତିଆରି ଓ ବିଗାଡ଼ିର ଶକ୍ତି ରଖିଥାଏ 


ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡିଶାର ଜଣେ ଆଦିବାସୀ ନେତ୍ରୀ । ସେ ଝାଡଖଣ୍ଡର ରାଜ୍ୟପାଳ ମଧ୍ୟ ରହିଛନ୍ତି । ମୁର୍ମୁ ରାଇରଙ୍ଗପୁରରୁ ବିଧାୟକ ରହିଛନ୍ତି । ସେ ପ୍ରଥମ ଓଡ଼ିଶା ନେତ୍ରୀ ଯିଏକି ରାଜ୍ୟପାଳ ହୋଇଥିଲେ । ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ଆଦିବାସୀ ସମାଜକୁ ଏକ ବଡ଼ ବାର୍ତ୍ତା ଦେଇଛି । ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ ଏବଂ ଛତିଶଗଡରେ ବହୁ ସଂଖ୍ୟାରେ ଆଦିବାସୀ ଭୋଟର ଅଛନ୍ତି । ଚଳିତ ବର୍ଷ ଗୁଜୁରାଟରେ ଆସନ୍ତା ବର୍ଷ ଅବଶିଷ୍ଟ ତିନୋଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ଏନଡିଏ ଆଦିବାସୀ ସମାଜରୁ ପ୍ରାର୍ଥୀ କରିବା ଲାଭ ପାଇପାରେ ।


ଏଠାରେ କହି ରଖୁଛୁ ଯେ, ୨୦୧୨  ପିଏ ସାଙ୍ଗମା (PA Sangma) ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । PA ସାଙ୍ଗମା ଗାରୋ ଆଦିବାସୀ ସମାଜରୁ ଆସୁଥିଲେ । ତେବେ ସେ ୨୦୧୬ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ୟୁପିଏ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କ ବିରୋଧରେ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ଏହି ନିର୍ବାଚନରେ ସେ ପରାଜିତ ହୋଇଥିଲେ । ୟୁପିଏ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁ ୭,୧୩,୭୬୩ (୬୯ ପ୍ରତିଶତ) ଭୋଟ ମୂଲ୍ୟ  ମିଳିଥିଲା । ଅନ୍ୟପଟେ ସାଙ୍ଗମାଙ୍କ ଭୋଟ୍ ମୂଲ୍ୟ ୩, ୧୫,୯୮୭ (୩୦.୭ ପ୍ରତିଶତ) ଥିଲା ।


ଏହା ବି ପଢ଼ନ୍ତୁ:-ଶରଦ ପାୱାରଙ୍କ ସହ ସଞ୍ଜୟ ରାଉତଙ୍କ ସାକ୍ଷାତ ପରେ ଆକ୍ସନ ମୁଡ଼ରେ ଶିବସେନା! ସିନ୍ଦେ ଗୋଷ୍ଠୀକୁ ଫେରି ଆସିବାକୁ ଖୋଲା ଚ୍ୟାଲେଞ୍ଜ


ଏହା ବି ପଢ଼ନ୍ତୁ:-ବିଧାୟକ କିଣାବିକା ମାମଲାରେ କେନ୍ଦ୍ର ମନ୍ତ୍ରୀଙ୍କୁ ନୋଟିସ, ଜାଣନ୍ତୁ କ'ଣ ରହିଛି ପୁରା ମାମଲା


ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ର ସଙ୍କଟ: ଇଡି ଓ ଆଇଟି ଯାଞ୍ଚ ଭୟରେ ବିଦ୍ରୋହୀ ହୋଇଛନ୍ତି ଏସବୁ ବିଧାୟକ! କୋଟି କୋଟି ସମ୍ପତ୍ତି ହେରଫେରର ରହିଛି ମାମଲା


 


ସୂଚନାଯୋଗ୍ୟ, ପିଏ ସାଙ୍ଗମା ୧୯୪୭ ମସିହାରେ ପଶ୍ଚିମ ଗାରୋ ପାହାଡର ମେଘାଳୟର ଚାପଥୀ ଗାଁରେ ଜନ୍ମଗ୍ରହଣ କରିଥିଲେ । ଶିଲଙ୍ଗରୁ ସ୍ନାତକ ହାସଲ କରିବା ପରେ ସାଙ୍ଗମା ଆସାମର ଡିବ୍ରୁଗଡ ବିଶ୍ୱବିଦ୍ୟାଳୟରୁ ଅନ୍ତର୍ଜାତୀୟ ରିଲେଶନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ୧୯୭୩ରେ ସେ ପ୍ରଦେଶ ଯୁବ କଂଗ୍ରେସ କମିଟିର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ୧୯୭୭ ଲୋକସଭା ନିର୍ବାଚନରେ ​​ସାଙ୍ଗମା ତୁରା ନିର୍ବାଚନମଣ୍ଡଳୀରୁ ଜିତିବା ପରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ । ସେ ଆଠ ଥର ଲୋକସଭାର ସଦସ୍ୟ ଥିଲେ । ସେ ମୃତ୍ୟୁ ସମୟରେ ତୁରା (ଅନୁସୂଚିତ ଜନଜାତି) ଲୋକସଭା ଆସନରୁ ସାଂସଦ ଥିଲେ । ୧୯୯୬ରେ ଲୋକସଭା ବାଚସ୍ପତି ଭାବେ ତାଙ୍କ କ୍ୟାରିୟରରେ ସବୁଠାରୁ ବଡ଼ ସଫଳତା ହାସଲ କରିଥିଲେ ।