ସୀତାପୁର: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖୀରୀ (Lakhimpur Kheri) ରେ ହିଂସା ପରେ ରାଜନୈତିକ ଝଡ଼ ବନ୍ଦ ହେବା ଭଳି ମନେ ହେଉନାହିଁ । ଗତକାଲି ଅର୍ଥାତ ସୋମବାର ପୀଡ଼ିତାଙ୍କୁ ଭେଟିବାକୁ ଆସିଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ଙ୍କୁ ପୋଲିସ ହେପାଜତକୁ ନେଇଥିଲା । ବର୍ତ୍ତମାନ ତାଙ୍କ ବିରୋଧରେ ଧାରା ୧୪୪ ଉଲ୍ଲଂଘନ ଓ ଶାନ୍ତି ଭଙ୍ଗର ଆଶଙ୍କା ଭଳି ବିଭିନ୍ନ ଧାରା ଅନ୍ତର୍ଗତରେ ମାମଲା ରୁଜୁ ହୋଇଛି ।


COMMERCIAL BREAK
SCROLL TO CONTINUE READING

ଯାହା ପରେ ବର୍ତ୍ତମାନ ପୋଲିସ ପ୍ରିୟଙ୍କା (Priyanka Gandhi Vadra) ଙ୍କୁ ଗିରଫ କରିଛି । ତାଙ୍କୁ ମାଜିଷ୍ଟ୍ରେଟଙ୍କ ଆଗରେ ନିଆଯାଉଛି । ସେପଟେ କଂଗ୍ରେସ ନେତାମାନେ (Congress Leaders) ପ୍ରିୟଙ୍କାଙ୍କ ଗିରଫଦାରୀ ବିରୋଧରେ ବିରୋଧ ଆରମ୍ଭ କରିଛନ୍ତି ।


ଶତାଧିକ କଂଗ୍ରେସ କର୍ମୀ ପହଞ୍ଚିଛି


ପ୍ରିୟଙ୍କାଙ୍କ ଅଟକ ସମ୍ପର୍କରେ ସୂଚନା ପାଇବା ପରେ ଶତାଧିକ କଂଗ୍ରେସ କର୍ମୀ ସୀତାପୁରର PAC ଫାଟକରେ ପହଞ୍ଚିଛି । ଯେଉଁଠାରେ ପ୍ରିୟଙ୍କାଙ୍କୁ ଅଟକ ପରେ ରଖାଯାଇଥିଲା । କଂଗ୍ରେସ ନେତାମାନେ ନାରାବାଜୀ କରୁଛନ୍ତି । ପୋଲିସ-ପ୍ରଶାସନ ଏହି ଘଟଣାକୁ ଦେଖି ଘଟଣାସ୍ଥଳରେ ଭାରୀ ପୋଲିସ ଫୋର୍ସ ମୁତୟନ କରିଛି ।


ନେତାମାନଙ୍କୁ କରାଯାଇଛି ନଜରବନ୍ଦ


ଗିରଫ ଦେବା ପାଇଁ କଂଗ୍ରେସ ବିଧାୟକ ଆରାଧନା ମିଶ୍ରା ମଧ୍ୟ ସେଠାରେ ପହଞ୍ଚିଛି । ସେମାନଙ୍କୁ ଅଟକାଇବା ପାଇଁ ଭାରୀ ମହିଳା ଫୋର୍ସ ମୁତୟନ କରାଯାଇଛି ।  ସୀତାପୁର କିମ୍ବା ଅନ୍ୟାନ୍ୟ ଜିଲ୍ଲାର କଂଗ୍ରେସ କର୍ମୀଙ୍କୁ ଅଟକାଇ ଦିଆଯାଇଛି, ଯେଉଁମାନେ ଲକ୍ଷ୍ମୀପୁର ଅଭିମୁଖେ ଯାଉଥିଲେ । ଅନେକ ନେତାଙ୍କୁ ନଜରବନ୍ଦ ରଖାଯାଇଛି ।


ଏହି ନେତାଙ୍କ ନାମରେ ମାମଲା


କୁହାଯାଉଛି ଯେ ଯେଉଁ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେମାନଙ୍କ ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ, ଅଜୟ କୁମାର ଲଲ୍ଲୁ ଏବଂ ଦୀପେନ୍ଦ୍ର ହୁଡ୍ଡା ଅଛନ୍ତି । କଂଗ୍ରେସର ଅନ୍ୟାନ୍ୟ ନେତା ତଥା କର୍ମୀଙ୍କ ନାମ ମଧ୍ୟ ଧାରା 151 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି ।


ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ମୋବାଇଲ୍ ନମ୍ବର ଆଧାରରେ ହୋଇନାହିଁ ଲିଙ୍କ୍, ତେବେ ଅଟକି ଯିବ ଏସବୁ କାମ


ଅଧିକ ପଢ଼ନ୍ତୁ:-ନାଭିରେ ତେଲ ଲଗାଇବା ଦ୍ୱାରା ମିଳିଥାଏ ଜବରଦସ୍ତ ଲାଭ, ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ


ଅଧିକ ପଢ଼ନ୍ତୁ:-ଅବସରପ୍ରାପ୍ତ କେନ୍ଦ୍ର କର୍ମଚାରୀମାନଙ୍କୁ ବଡ଼ ଉପହାର, ୧ରୁ ୭ ଲକ୍ଷ ପର୍ଯ୍ୟନ୍ତ ହେବ ଲାଭ


ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର