ନୂଆଦିଲ୍ଲୀ: Puducherry Political Crisis: କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ (Puducherry) ରେ ରାଜନୈତିକ ସଙ୍କଟ ଦେଖାଦେଇଛି । ଏଠାରେ ଥିବା କଂଗ୍ରେସ ସରକାର (Congress Govt) ସଂଖ୍ୟା ଗରିଷ୍ଠତା ହରାଇଛି । ମଙ୍ଗଳବାର କଂଗ୍ରେସ ବିଧାୟକ ଏ ଜନ୍ କୁମାର (A John Kumar) ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଏହା ସହ ସ୍ୱାମୀ ସରକାର ଅଳ୍ପମତକୁ ଆସିଯାଇଛନ୍ତି । କାରଣ ୩୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ପାଖରେ ୧୪ ଜଣ ବିଧାୟକଙ୍କ ସମର୍ଥନ ରହିଛି । କିନ୍ତୁ ସଂଖ୍ୟା ଗରିଷ୍ଠତା ପାଇଁ ୧୫ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi) ଙ୍କ ଗସ୍ତ ପୂର୍ବରୁ କୁମାର ଇସ୍ତଫା ଦେଇଛନ୍ତି । କୁମାର ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ( V Narayanasamy) ଙ୍କ ନିକଟତର ବୋଲି ମନେ କରାଯାଏ । ସେପଟେ ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କିଏ ଜିତିବେ ପଶ୍ଚିମବଙ୍ଗ, 'ଦିଦି' ନା ବିଜେପି? ଜାଣନ୍ତୁ ନିର୍ବାଚନ ପୂର୍ବରୁ କ'ଣ କହୁଛି ଏହି ଦୁଇ ସର୍ଭେ


ପୁଡୁଚେରୀର ୩୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବର୍ତ୍ତମାନ ବିରୋଧୀ ବିଧାୟକଙ୍କ ସଂଖ୍ୟା ୧୪ ରହିଛି । ତେବେ ନାରାୟଣସ୍ୱାମୀ ବିରୋଧୀ ଦଳର ଦାବିକୁ ଖାରଜ କରି କହିଛନ୍ତି ଯେ ତାଙ୍କ ସରକାର ପାଖରେ ଗୃହରେ 'ସଂଖ୍ୟା ଗରିଷ୍ଠତା' ରହିଛି । ସେପଟେ ଆଉ କିଛି ମାସ ମଧ୍ୟରେ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବାର ଅଛି ।


ଅଧିକ ପଢ଼ନ୍ତୁ:-ଶାହଙ୍କୁ ଡାକି 'ଶକ୍ତି ପ୍ରଦର୍ଶନ' କରିବ ବସୁନ୍ଧରା କ୍ୟାମ୍ପ, ଜାଣନ୍ତୁ ବିଜେପିରେ ଗୋଷ୍ଠୀ କନ୍ଦଳ ଉପରେ ତାଜା ଅପଡେଟ୍


ପୁଡୁଚେରୀର କଂଗ୍ରେସ ବିଧାୟକ ଏ ଜନ୍ କୁମାର ମଙ୍ଗଳବାର ବିଧାନସଭାର ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ଏହାସହ ଗତ ଏକ ମାସ ମଧ୍ୟରେ କଂଗ୍ରେସର ୪ ଜଣ ବିଧାୟକ ଇସ୍ତଫା ଦେଇସାରିଛନ୍ତି । କୁମାରଙ୍କ ଇସ୍ତଫା ସହିତ ବିଧାନସଭାରେ ବାଚସ୍ପତିଙ୍କ ସମେତ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ୧୦କୁ ହ୍ରାସ ପାଇଛି । କଂଗ୍ରେସର ସହଯୋଗୀ ଡିଏମକେର ତିନିଜଣ ସଦସ୍ୟ ଥିବାବେଳେ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ନାରାୟଣସ୍ୱାମୀ ସରକାରଙ୍କୁ ସମର୍ଥନ କରୁଛନ୍ତି । ବର୍ତ୍ତମାନର ବିଧାନସଭାର କାର୍ଯ୍ୟ ୨୧ ଜୁନ୍ ୨୦୨୧ରେ ଶେଷ ହେବାକୁ ଯାଉଛି । ଫଳରେ ପୁଡୁଚେରୀ ବିଧାନସଭା ନିର୍ବାଚନ ଏପ୍ରିଲରେ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି ।


ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଆଉ ଏକ ଖୁସି ଖବର, ପୁଣି ଆରମ୍ଭ ହେଉଛି ଏହି ସେବା


କୁମାରଙ୍କ ଇସ୍ତଫା ପରେ ମଙ୍ଗଳବାର ବିଧାନସଭାରେ କଂଗ୍ରେସର ୧୦ ଜଣ, ଡିଏମକେର ୩ ଜଣ, ଅଲ ଇଣ୍ଡିଆ ଏନଆର କଂଗ୍ରେସର 7 ଜଣ, ଏଆଇଏଡିଏମକେରେ ୪ ଜଣ, ବିଜେପିର ୩ ଜଣ (ସମସ୍ତ ମନୋନୀତ ତଥା ଭୋଟ୍ ଅଧିକାର) ଏବଂ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି ।