ଯେବେ ଠାରୁ ମୋଦି (PM Modi) ଓ ଅମିତ ଶାହ (Amit Shah) ଙ୍କ ଯୁଗ ବିଜେପି (BJP) ରେ ଆରମ୍ଭ ହୋଇଛି, ସେବେଠାରୁ କଂଗ୍ରେସ (Congress) ବ୍ୟାକଫୁଟରେ ଚାଲିଛି । ରାଜ୍ୟ ପରେ ରାଜ୍ୟ ନିଜର କ୍ଷମତା ହରାଇ ଚାଲିଛି l  ସୋନିଆ ଗାନ୍ଧୀ (Sonia Gandhi) ଙ୍କ ପରେ ରାହୁଲ (Rahul Gandhi) ଓ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ଙ୍କ ପ୍ରୟାସ ପରେ ବି କଂଗ୍ରେସର ଗତି ପଥରେ କିଛି ପରିବର୍ତ୍ତନ ଆସି ନାହିଁ । ମୋଦି ଓ ଶାହଙ୍କ ପରେ ଯୋଗୀ (Yogi Adityanath) ଙ୍କୁ ବି ଉତ୍ତର ପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀ ଟକ୍କର ଦେଇ କୌଣସି ଆଖି ଦୃଶିଆ ସଫଳତା ହାସଲ କରି ପାରିଲେ ନାହିଁ  । ଏମିତିବି କଂଗ୍ରେସର ଆନ୍ତରିକ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ଧାରଣ କରି କଂଗ୍ରେସର କ୍ଷତି ଘଟାଉଛି  । ଅନ୍ୟପକ୍ଷରେ କଂଗ୍ରେସର ହେଭିୱେଟ୍ ନେତା ଦଳ ଛାଡି ବିଜେପି ଓ ଅନ୍ୟ ଦଳରେ ଯୋଗ ଦେବାରେ ଲାଗିଛନ୍ତି । ଏହି କ୍ରମରେ ଦଳକୁ ରକ୍ଷା କରିବାକୁ ରାହୁଲ ଗାନ୍ଧୀଙ୍କ ନୂଆ ଫର୍ମୁଲା ନିଶ୍ଚିତ ଭାବରେ କିଛି ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି । 


COMMERCIAL BREAK
SCROLL TO CONTINUE READING

ଆଜି (ମେ ୧୫) ର ନବସଂକଳ୍ପ ଚିନ୍ତନ ଶିବି (Nava Sankalp Chintan Shivir) ର ରେ ରାହୁଲ (Rahul Gandhi) କହିଛନ୍ତି ଯେ, ଲୋକଙ୍କ ସହ କଂଗ୍ରେସ (Congress) ର ସମ୍ପର୍କ ଛିନ୍ନ ହୋଇଯାଇଛି  l ଏହାକୁ ପୁନଃ ପ୍ରତିଷ୍ଠା ତଥା ମଜବୁତ କରିବା ପାଇଁ ଦଳ ଅକ୍ଟୋବରରେ ଏକ ଯାତ୍ରା ଆରମ୍ଭ କରିବ । ସେ ଆଗକୁ କହିଛନ୍ତି କି, ଦଳ ବାସ୍ତବତାକୁ ଗ୍ରହଣ କରିବାକୁ ପଡିବ ଓ ଏହାକୁ ପୁନଃ ସଂଯୋଗ କରିବା ପାଇଁ ଦଳୀୟ ନେତାଙ୍କ ମଧ୍ୟରେ କଠିନ ପରିଶ୍ରମ କରିବାକୁ ପଡିବ । ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ଆମର ଯୋଗାଯୋଗ ଜନସାଧାରଣଙ୍କଠାରୁ ଛିନ୍ନ ହୋଇଯାଇଛି, କିନ୍ତୁ ଲୋକମାନେ ଜାଣନ୍ତି ଯେ କଂଗ୍ରେସ ହିଁ ଏକମାତ୍ର ଦଳ ଯିଏ ନିରପେକ୍ଷତା ବଜାୟ ରଖି ଦେଶକୁ ଆଗେଇ ନେଇପାରିବ ।


ବିଗତ ଦିନରେ ରାହୁଲଙ୍କ ବୟାନକୁ ନେଇ ବାଦ ବିବାଦ ସାମ୍ନାକୁ ଆସିଛି । ଯାହାର ଫାଇଦା ବିରୋଧୀ ଉଠାଇବା ସହ କଂଗ୍ରେସକୁ ଦୁର୍ବଳ କରିବା ଅନେକାଂଶରେ ଆଲୋଚନା ହୁଏ । କିନ୍ତୁ ରାହୁଲଙ୍କ ଆଜିର ବୟାନ ଯଦି ଭବିଷ୍ୟତରେ ରୂପାନ୍ତରିତ ହୁଏ, ଏହା କଂଗ୍ରେସକୁ ଏକ ବଡ ଆଶ୍ୱସ୍ତି ଆଣି ଦେବ ଏଥିରେ କିଛି ସନ୍ଦେହ ନାହିଁ ।