ନୂଆଦିଲ୍ଲୀ:  ୨୮ ଦିନରେ ପହଞ୍ଚିଛି କୃଷକ ଆନ୍ଦୋଳନ। ସରକାର ଓ ଆନ୍ଦୋଳନକାରୀ ଉଭୟେ ଉଭୟଙ୍କ ଜିଦରେ ଅଟଳ। ସେପଟେ କଂଗ୍ରେସ ନିଜର ଉପସ୍ଥିତି ଜାହିର କରିବା ସହ ଗୁରୁବାର କୃଷକଙ୍କ ସମସ୍ୟା ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛି। ତେବେ ରାଷ୍ଟ୍ରପତି ଭବନରୁ ଫେରିବା ପରେ ସେ ସିଧା ସଳଖ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି।


COMMERCIAL BREAK
SCROLL TO CONTINUE READING

ଗୁରୁବାର ଅପରାହ୍ଣରେ କଂଗ୍ରେସ (Congress) ର ଶତାଧିକ ନେତା ଓ କର୍ମୀ ରାଷ୍ଟ୍ରପତି ଭାବନ (Rastrpati Bhawan) ଅଭିମୁଖ୍ୟ ପଦଯାତ୍ରା କରିଥିଲେ। ତେବେ ସେଠାରେ ପହଞ୍ଚିବା ପୂର୍ବରୁ ପ୍ରିୟଙ୍କା ଗାନ୍ଧି ଭାଡ୍ରା (Priyanka Gandhi)  ଏବଂ ଅନେକ କଂଗ୍ରେସ ନେତାଙ୍କୁ ଉଠାଇ ନେଥିଲା। ତେବେ ରାହୁଲ ଗାନ୍ଧୀଙ୍କ ସହ ଅଳ୍ପ କିଛି ନେତୃବୃନ୍ଦ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି କୃଷକ ଆନ୍ଦୋଳନ (farmer protest) ଓ ସେମାନଙ୍କ ସମସ୍ୟା ବିଷୟରେ ଅବଗତ କରାଇଥିଲେ। 


Also Read: ଲକଡାଉନରେ ଲୋକଙ୍କୁ ସାହାଯ୍ୟ କରିଥିବା ଶ୍ରେଷ୍ଠ-୧୦ ସାଂସଦଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରାହୁଲ, ଜାଣନ୍ତୁ କିଏ ଅଛନ୍ତି ପ୍ରଥମ ସ୍ଥାନରେ


ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ପରେ ରାହୁଲ ଗାନ୍ଧି (Rahul Gandhi) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଗଣମାଧ୍ୟମ ଆଗରେ ସେ କହିଛନ୍ତି, "ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କେବଳ ଗୋଟିଏ ଲକ୍ଷ ଅଛି। ଯାହାକୁ କୃଷକ ଓ ଶ୍ରମିକମାନେ ଜାଣି ଗଲେଣି। ତାଙ୍କର କିଛି ଘନିଷ୍ଟ ପୁଞ୍ଜିପତିଙ୍କ ପାଇଁ ଟଙ୍କା ବନାଇବା ପାଇଁ ମୋଦି କାମ କରୁଛନ୍ତି। ଯେଉଁମାନେ ତାଙ୍କ ବିରୁଦ୍ଧରେ ଠିଆ ହୁଅନ୍ତି, ସେମାନଙ୍କ ପାଇଁ ସେ କିଛି ନା କିଛି ଭୁଲ ମନ୍ତବ୍ୟ ଦିଅନ୍ତି।"


ରାହୁଲ ପୁଣି କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ଯେକେହି ବି ଠିଆ ହେଲେ ତାଙ୍କୁ ସେ ଆତଙ୍କବାଦୀ ବୋଲି କହିବେ। ସେ କୃଷକ ହେଉ ଅବା ଶ୍ରମିକ। ଯଦି RSS ମୁଖ୍ୟ ମୋହନ ଭାଗବତ (Mohan Bhagbat) ବି ସେପରି କରିନ୍ତି, ତେବେ ତାଙ୍କୁ ବି ନରେନ୍ଦ୍ର ମୋଦି ଆତଙ୍କୀ ସଜେଇ ଦେବେ।" RSS ଓ ବିଜେପି ଗୋଟିଏ ବିଚାରଧାରାର ହୋଇଥିବାକୁ ରାହୁଲ ଗାନ୍ଧି ଏପରି କହିଥିବା କୁହାଯାଉଛି।