Rajasthan Politics: କଂଗ୍ରେସରେ ଅଧ୍ୟକ୍ଷ ନିର୍ବାଚନ (Congress president election) ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜସ୍ଥାନର ସିଏମ୍ ଅଶୋକ ଗେହଲୋଟ୍ (Ashok Gehlot) ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣାପଡିଛି, ଏଭଳି ପରିସ୍ଥିତିରେ ରାଜସ୍ଥାନର (Rajasthan) ପରବର୍ତ୍ତୀ ସିଏମ୍ କିଏ ହେବ ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ରବିବାର ଦିନ ତନୋଟ ମାତାଙ୍କୁ ଦର୍ଶନ କରିବାକୁ ଜୈସଲମରକୁ ଆସିଥିବା ସିଏମ୍ ଗେହଲୋଟ୍ ଗଣମାଧ୍ୟମକୁ କହିଛନ୍ତି ଯେ ରାଜସ୍ଥାନର ପରବର୍ତ୍ତୀ ସିଏମ୍ କିଏ ହେବ?


COMMERCIAL BREAK
SCROLL TO CONTINUE READING

ସିଏମ୍ ଗେହଲୋଟ୍ କହିଛନ୍ତି ଯେ କଂଗ୍ରେସ ମୋତେ ବହୁତ କିଛି ଦେଇଛି ଓ ବର୍ତ୍ତମାନ ମୁଁ ଚାହୁଁଛି ନୂଆ ପିଢ଼ି ରାଜସ୍ଥାନର ନେତୃତ୍ୱ ପାଉ । ସେ କହିଛନ୍ତି ଯେ ଯଦିଓ ମୁଁ ଦିଲ୍ଲୀ ଯାଉଛି, ରାଜସ୍ଥାନ ପ୍ରତି ମୋର ଅଦମ୍ୟ ପ୍ରେମ ସବୁଦିନ ପାଇଁ ରହିବ । ସେ କହିଛନ୍ତି ଯେ ମୁଁ ଅଗଷ୍ଟ ମାସରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନିଜ ଇସ୍ତଫା ଦେଇଥିଲି କିନ୍ତୁ ସେ ମୋତେ ଏହି ପଦରେ ଜାରି ରହିବାକୁ କହିଥିଲେ । ବିଧାନସଭା ଦଳର ବୈଠକ ପରେ ରାଜସ୍ଥାନର ସିଏମ୍ କିଏ ହେବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଗେହଲୋଟ୍ କହିଛନ୍ତି । ଏହି ସମୟରେ ଗେହଲୋଟ୍ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବିଷୟରେ କହିଥିଲେ ଯେ କଂଗ୍ରେସର ଏହି ଯାତ୍ରା ଅତ୍ୟନ୍ତ ଚମତ୍କାର ଓ ଏହା ଦଳରେ ଏକ ବଡ ପରିବର୍ତ୍ତନ ଆଣିବ ।


ରାଜସ୍ଥାନ ବିଧାନସଭା ପାର୍ଟିର ଏକ ବୈଠକ ରବିବାର ଦିନ ଡକାଇଛି, ଏଠାରେ କଳ୍ପନାଜଳ୍ପନା ରହିଛି ଯେ ସମସ୍ତ କଂଗ୍ରେସ ବିଧାୟକ ସର୍ବସମ୍ମତି କ୍ରମେ ସିଏମ ପଦବୀ ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ । ଏହି ବୈଠକରେ ଅଶୋକ ଗେହଲୋଟ୍ ସିଏମ୍ ପଦରୁ ଇସ୍ତଫା ଦେବେ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଗେହଲୋଟ୍ ଏହି ଇସ୍ତଫା ଦେଉଛନ୍ତି ।


ଏହି ପରିପ୍ରେକ୍ଷୀରେ ସିଏମ୍ ଗେହଲୋଟ୍ ନିଜେ କହିଥିଲେ ଯେ ଆଜି ପର୍ଯ୍ୟନ୍ତ କଂଗ୍ରେସ ଇତିହାସରେ ଯିଏ ଅଧ୍ୟକ୍ଷ ହୋଇଛନ୍ତି ସେ କେବେ ସିଏମ୍ ହୋଇନାହାଁନ୍ତି । ଏଥି ସହ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କହିଥିଲେ ଯେ କଂଗ୍ରେସ ଦଳରେ ଜଣେ ବ୍ୟକ୍ତି ପାଇଁ ଗୋଟିଏ ପଦବୀ ରହିଛି । କେହି ଗୋଟିଏରୁ ଅଧିକ ପୋଷ୍ଟ ପାଇବା ଉଚିତ୍ ନୁହେଁ ।


କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାହୁଲ ଗାନ୍ଧୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ,ଏକଥା ରାହୁଲ ନିଜେ ସ୍ପଷ୍ଟ କରି ସାରିଛନ୍ତି । ବର୍ତ୍ତମାନ ସଭାପତି ପଦ ପାଇଁ ଦୌଡ଼ରେ ଅଶୋକ ଗେହଲୋଟ୍ ଏବଂ ଶଶି ଥରୁରଙ୍କ ନାମ ସର୍ବାଗ୍ରେ ରହିଛି । ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ୩୦ ସେପ୍ଟେମ୍ବର । ଏପରି ପରିସ୍ଥିତିରେ ରେସରେ ଅଧିକ ନାମ ଅନ୍ତର୍ଭୁକ୍ତ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ ।


 


ଏହା ବି ପଢ଼ନ୍ତୁ: PM Kisan: ନବରାତ୍ରିରେ ଆସିବ ପିଏମ କିସାନର ଦ୍ୱାଦଶ କିସ୍ତି! ଜାଣନ୍ତୁ କିପରି ଚେକ୍ କରିବେ ଷ୍ଟାଟସ୍?