ଲକ୍ଷ୍ନୌ/ଜୟପୁର: ବେରୋଜଗାରୀ ବିରୁଦ୍ଧରେ ଦେଶର କୌଣସି ରାଜ୍ୟର ବେକାର ଯୁବବର୍ଗ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିରୋଧ, ବିକ୍ଷୋଭ ପ୍ରଦର୍ଶନ, ଧାରଣା ଦେଉଥିବାର ଖବର ଆପଣ ପଢିଥିବେ। ହେଲେ ସଦ୍ୟ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବିଗତ ୫ ଦିନ ୨୧ ସୂତ୍ରୀ ଦାବି ପୂରଣ ନେଇ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଠାରେ ବିଗତ ୫ ଦିନ ଧରି ଧାରଣା ଦେଇଛନ୍ତି ରାଜସ୍ଥାନର ବେକାର ଯୁବକ ଯୁବତୀ।  


COMMERCIAL BREAK
SCROLL TO CONTINUE READING

ଗତ  ବୁଧବାର ଧାରଣା ଦେବା ସମୟରେ ବିକ୍ଷୋଭକାରୀ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସାମ୍ନାରେ ଦଣ୍ଡବତ ପ୍ରଣାମ କରିବା ସହ ଗୁହାରୀ କରିଛନ୍ତି। ଲକ୍ଷ୍ନୌସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଥିବା କଂଗ୍ରେସ ଶାସିତ  ରାଜ୍ୟ  ରାଜସ୍ଥାନର ବେକାର ଯୁବକ ଯୁବତୀ କଂଗ୍ରେସ ନେତ୍ରୀ  ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବା ପାଇଁ ଗୁହାରୀ କରିଥିଲେ।


Also Read: UP Elections 2022 କୁ Priyanka Gandhi ଙ୍କ ବଡ ଘୋଷଣା


ଶୀତଦିନେ ଖୋଲା ଆକାଶ ତଳେ ଧାରଣା ଦେଇଥିବା ଅନେକ ବିକ୍ଷୋଭକାରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ସଂଯୁକ୍ତ ରାଜସ୍ଥାନ ବେକାର ମହାସଂଘ ସଭାପତି ଉପେନ ଯାଦବ କହିଛନ୍ତି ବେକାର ଯୁବକ ଯୁବତୀ ଗତ ୫ ଦିନ ଧରି ଲକ୍ଷ୍ନୌ ଠାରେ ଧାରଣା ଦେବା ସହ ଅନଶନ ଜାରି ରଖିଛନ୍ତି। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଛି। ଏଥର ସେମାନେ ଆର ପାର ଲଢେଇ ପାଇଁ ଚେତାବନୀ ଦେଇଛନ୍ତି। ଏଥର ସେମାନେ ନିଜ ଅଧିକାର ନେଇ ଫେରିବେ କିମ୍ବା ସେ ଏଠାରେ ଜୀବନ ହାରିବେ। ରାଜସ୍ଥାନ  ସରକାରଙ୍କ ଦ୍ୱାରା ଲିଖିତ ଆକାରରେ ହୋଇଥିବା ଚୁକ୍ତିନାମାକୁ ପୂରଣ କରିବାକୁ ଆମର ଆନ୍ଦୋଳନ ଜାରି ରହିଛି। ଆମେ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବା ପର୍ଯ୍ୟନ୍ତ ଲକ୍ଷ୍ନୌ ଠାରେ ଆନ୍ଦୋଳନ ଜାରି ରହିବ ବୋଲି ରାଜସ୍ଥାନ ବେକାର ମହାସଂଘ ପକ୍ଷରୁ କୁହାଯାଇଛି।  


Also Read: ଆସିଗଲେ Priyanka Gandhi ଙ୍କ ପ୍ରତିଦ୍ୱନ୍ଦ୍ୱୀ; କହିଲେ ତାଙ୍କ ଠାରୁ ମୋତେ ଅଧିକ ମିଳିବ ଭୋଟ


ବିକ୍ଷୋଭ ପ୍ରଦର୍ଶନ ବେଳେ ଲକ୍ଷ୍ନୌସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ବାହାରେ ବିକ୍ଷୋଭକାରୀ ଏବଂ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରତିଶ୍ରୁତି ପରେ ସେ ଏଠାରୁ ହଟିଥିଲେ। କଂଗ୍ରେସ ନେତୃତ୍ୱଙ୍କୁ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାମେ ରାଜସ୍ଥାନ ଫେରିବେ ନାହିଁ।


Also Read: UP ବିଧାନସଭା ନିର୍ବାଚନ ଲଢିବା ଉପରେ ମୁଁ କରୁଛି ବିଚାର: Priyanka Gandhi


ଦାବି ପୂରଣ ପାଇଁ ସଂଯୁକ୍ତ ରାଜସ୍ଥାନ ବେକାର ମହାସଂଘ ସଭାପତି ଉପେନ ଯାଦବ ଇକୋ ଗାର୍ଡେନରେ ଉପବାସ ଆରମ୍ଭ କରିଛନ୍ତି। ଏହି ବିକ୍ଷୋଭରେ ଯୋଗ ଦେଇଥିବା ବିକ୍ଷୋଭକାରୀ କହିଛନ୍ତି ସେମାନଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ପଛକୁ ହଟିବେ ନାହିଁ। ଏହାପୂର୍ବରୁ ସେମାମେ ୪୫ ଦିନ ଧରି ସେ ରାଜସ୍ଥାନରେ ଧାରଣା ଦେଇସାରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମର ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି  ଉପେନ ଯାଦବ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଲକ୍ଷ୍ନୌସ୍ଥିତ କଂଗ୍ରେସ କାର୍ଯ୍ୟାଳୟରୁ ମାତ୍ର ଗୋଟିଏ ଦିନ ପାଇଁ ହଟାଯାଇଛି। ଯଦି ଶୀଘ୍ର ଦାବି ପୂରଣ ନହୁଏ ତାହେଲେ ଏଠାରେ ଅନଶନ ଜାରି ରହିବ।