ଆସିଗଲେ Priyanka Gandhi ଙ୍କ ପ୍ରତିଦ୍ୱନ୍ଦ୍ୱୀ; କହିଲେ ତାଙ୍କ ଠାରୁ ମୋତେ ଅଧିକ ମିଳିବ ଭୋଟ
Advertisement
Article Detail0/zeeodisha/odisha1026277

ଆସିଗଲେ Priyanka Gandhi ଙ୍କ ପ୍ରତିଦ୍ୱନ୍ଦ୍ୱୀ; କହିଲେ ତାଙ୍କ ଠାରୁ ମୋତେ ଅଧିକ ମିଳିବ ଭୋଟ

ପ୍ରିୟଙ୍କା ଗାନ୍ଧୀ ହଠାତ୍ ରାଜନୀତିରେ ପ୍ରବେଶ କରିଛନ୍ତି ଏବଂ ଯଦି ମୁଁ ରାଜନୀତିରେ ପ୍ରବେଶ କରେ ତାହେଲେ ତାଙ୍କ ଅପେକ୍ଷା ମୁଁ ଅଧିକ ଭୋଟ୍ ପାଇବି।

ଆସିଗଲେ Priyanka Gandhi ଙ୍କ ପ୍ରତିଦ୍ୱନ୍ଦ୍ୱୀ; କହିଲେ ତାଙ୍କ ଠାରୁ ମୋତେ ଅଧିକ ମିଳିବ ଭୋଟ

ନୂଆଦିଲ୍ଲୀ: ରାଜନୀତିକୁ ଆସିଗଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତିଦ୍ୱନ୍ଦ୍ୱୀ। ସଦ୍ୟ ସେ ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଦଳୀୟ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡି଼ଛନ୍ତି। ଆଗାମୀ ନିର୍ବାଚନରେ ଦଳ କିପରି ସଫଳତା ପାଇବ ସେ ନେଇ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ପ୍ରିୟଙ୍କା ଗାନ୍ଧୀ। ଏହି ନିର୍ବାଚନ ଜରିଆରେ ସେ ଜାତୀୟ ତଥା ରାଜ୍ୟ ରାଜନୀତିରେ ନିଜକୁ ପ୍ରତିଷ୍ଠିତ କରିବା ଲାଗି  ପ୍ରୟାସ ଜାରି ରଖିଛନ୍ତି।

କଂଗ୍ରେସ ମହାସଚିବ (Cogress General Secretary) ପ୍ରିୟଙ୍କା ଗାନ୍ଧୀଙ୍କ (Priyanka Gandhi) ନେତୃତ୍ୱରେ ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ଲଢିବ କଂଗ୍ରେସ (Congress)। ଏହି ନିର୍ବାଚନରେ ଦଳର ଅସ୍ଥିତ୍ୱ ବଜାୟ ରଖିବା ଲାଗି ସଂଘର୍ଷ ଜାରି ରଖିଛନ୍ତି ସେ। ହେଲେ ବର୍ତ୍ତମାନ ରାଜନୀତିକୁ ଆସିଯାଇଛନ୍ତି ତାଙ୍କର ପ୍ରତିଦ୍ୱନ୍ଦ୍ୱୀ। ରାଜ୍ୟର ବାରଣାସୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ତାଙ୍କୁ ଦେବା ନେଇ ଉଭୟ ବିଜେପି (BJP) ଏବଂ ସମାଜବାଦୀ ପାର୍ଟି (Samajwadi Party) ଅଫର ଦେଇଥିବା ଦାବି କରିଛନ୍ତି ସେ।

Also Read: UP ବିଧାନସଭା ନିର୍ବାଚନ ଲଢିବା ଉପରେ ମୁଁ କରୁଛି ବିଚାର: Priyanka Gandhi

ରାଜନୀତିରେ କଂଗ୍ରେସ ମହାସଚିବଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ୨୦୧୮ ମିସ୍ ଇଣ୍ଡିଆ ମୋଷ୍ଟ ପପୁଲାର୍ ଫେସ୍ (Miss India Most Popular Face) ରଚନା ସିଂ ଯଦୁବଂଶୀ (Rachna Singh Yaduvanshi)। ଯିଏ ପ୍ରିୟଙ୍କା ଗାନ୍ଧୀଙ୍କୁ ବାରାଣାସୀ ଆସନରେ ଚ୍ୟାଲେଞ୍ଜ ଦେବା କଥା କହିଛନ୍ତି। ବଲିଉଡ ପରେ ସେ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

fallback

ସୁଟିଂ ଲାଗି ବାରଣାସୀ ଠାରେ ପହଞ୍ଚିଥିବା ରଚନା ସିଂହ କହିଛନ୍ତି ଯଦି ପ୍ରିୟଙ୍କା ଗାନ୍ଧୀ ହଠାତ୍ ରାଜନୀତିରେ ପ୍ରବେଶ କରିଛନ୍ତି ଏବଂ ଯଦି ମୁଁ ରାଜନୀତିରେ ପ୍ରବେଶ କରେ ତାହେଲେ ତାଙ୍କ ଅପେକ୍ଷା ମୁଁ ଅଧିକ ଭୋଟ୍ ପାଇବି। ଯଦି ପ୍ରକୃତରେ ସେ ରାଜ୍ୟ ମହିଳାଙ୍କ ବିକାଶ ଚାହୁଁଛନ୍ତି ତାହେଲେ ଏନେଇ କିଛି ଠୋସ୍ ପଦକ୍ଷେପ ନିଅନ୍ତୁ। 

କେବଳ ନିର୍ବାଚନ ସମୟରେ ପ୍ରିୟଙ୍କା ଗାନ୍ଧୀ ଦୃଶ୍ୟମାନ ହୋଇଥାନ୍ତି। ସେ ୫୫ ବର୍ଷ ବୟସର ହୋଇ ମଧ୍ୟ ନିଜକୁ ଝିଅ ବୋଲି ଦାବି କରୁଛନ୍ତି। ମୁଁ ତାଙ୍କ ଠାରୁ ବୟସରେ ସାନ ଏବଂ ଯଦି ମୋତେ ସୁଯୋଗ ଦିଆଯାଏ ତାହେଲେ ମୁଁ ତାଙ୍କ ବିରୁଦ୍ଧରେ ନିର୍ବାଚନ ଲଢିଲେ ବାଜିମାତ କରିବି। ବାରାଣାସୀ ଠାରେ କରାଯାଇଥିବା ବିକାଶ କାର୍ଯ୍ୟକୁ ପ୍ରଶଂସା କରି ରଚନା ସିଂହ କହିଛନ୍ତି ବାବା ବିଶ୍ୱନାଥଙ୍କ ମନ୍ଦିର ମହାନ ହେବାକୁ ଯାଉଛି। ଅଯୋଧ୍ୟା ଠାରେ ରାମ ମନ୍ଦିର ନିର୍ମାଣ କରାଯାଉଛି। ଏହି ପ୍ରକ୍ରିୟା ଆଧାରରେ ମଥୁରା ନଗରୀରେ ବିକାଶ କାର୍ଯ୍ୟ ହେବା ଆବଶ୍ୟକ।

Also Read: UP Poll 2022: ହେବ କି Congress-RLD ମେଣ୍ଟ? ଜବାବ ରଖିଲେ Jayant Chaudhary

ଉତ୍ତର ପ୍ରଦେଶର  ଗାଜିପୁର ଜିଲ୍ଲା ବାସିନ୍ଦା ରଚନା ସିଂହ ଯଦୁବଂଶୀ ବାରାଣାସୀ ଠାରେ ଅଧ୍ୟୟନ କରିଛନ୍ତି। ଗତ ୨୦୧୮ ମସିହାରେ ସେ ମିସ୍ ଇଣ୍ଡିଆ ମୋଷ୍ଟ ପପୁଲାର୍ ଫେସ୍ ଭାବେ ମନୋନୀତ ହୋଇଥିଲେ। ଏହା ବ୍ୟତୀତ ସେ ମିସ୍ ୟୁପି (Miss UP), ମିସ୍ କାଶୀ (Miss Kashi) ହୋଇସାରିଛନ୍ତି। 'ତିତଲିୟାଁ' ଟିଭି ଧାରାବାହିକରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିବା ସହିତ ବଲିଉଡ ପରେ ଏବେ ସେ ଦକ୍ଷିଣୀ ଚଳଚ୍ଚିତ୍ର ଜଗତରେ ପ୍ରବେଳ କରିଛନ୍ତି।