ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଂଗ୍ରେସକୁ ଦେଲେ ଝଟକା! ନେଲେ ଏହି ବଡ଼ ପଦକ୍ଷେପ
Rajya Sabha Election 2022: ଝାଡଖଣ୍ଡରେ ଦୁଇଟି ରାଜ୍ୟସଭା ଆସନ ପାଇଁ ଜୁନ ୧୦ରେ ମତଦାନ ଅନୁଷ୍ଠିତ ହେବ । କେନ୍ଦ୍ର ମନ୍ତ୍ରୀ ମୁଖ୍ତାର ଅବ୍ବାସ ନକଭୀ ଓ ଭାରତୀୟ ଜନତା ପାର୍ଟି (BJP) ସାଂସଦ ମହେଶ ପୋଦ୍ଦାରଙ୍କ କାର୍ଯ୍ୟକାଳ ଶେଷ ହେବାରୁ ଏହି ଆସନଗୁଡିକ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।
ନୂଆଦିଲ୍ଲୀ: Rajya Sabha Election 2022: ରାଜ୍ୟ ସଭା ନିର୍ବାଚନକୁ ନେଇ ଦେଶର ରାଜନୈତିକ ପାରା ବଢ଼ିବାରେ ଲାଗିଛି । ବିଜେପି (BJP), କଂଗ୍ରେସ (Congress) ସମେତ ଅନେକ ଦଳ ନିଜ ନିଜ ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ମାନସ ମନ୍ଥନ କରୁଛନ୍ତି । ଏହି କ୍ରମରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (Jharkhand Mukti Morcha) କଂଗ୍ରେସକୁ ଝଟକା ଦେଇ ନିଜର ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କରିଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ନେତା ହେମନ୍ତ ସୋରେନ (Hemant Soren) ମହୁଆ ମାଜି (Mahua Maji) ଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ଆମେ ଗୁରୁଜୀ (ଶିବୁ ସୋରେନ) ଙ୍କ ସହମତିରେ ଆମର ଦଳ ମହୁଆ ମାଜିଙ୍କୁ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଭାବରେ ଚୟନ କରିଛି ।"
ଆପଣଙ୍କୁ କହିରଖୁଛୁ ଯେ, କଂଗ୍ରେସ (Congress) କ୍ରମାଗତ ଭାବରେ ଝାରଖଣ୍ଡରୁ ଗୋଟିଏ ରାଜ୍ୟସଭା ଆସନ ଦାବି କରୁଛି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶନିବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ଙ୍କ ସହ ଏକ ଘଣ୍ଟାରୁ ଅଧିକ ସମୟ ଧରି ସାକ୍ଷାତ କରିଥିଲେ । ଏହା ପରେ ଯେତେବେଳେ କଂଗ୍ରେସ ସହ କଳହର ଖବର ବିଷୟରେ ପଚରାଗଲା, ସୋରେନ କହିଛନ୍ତି ଯେ, "ସେପରି କିଛି କଥା ନାହିଁ । ଯଦି ଏହା ହୋଇଥାନ୍ତା ତ କ'ଣ ଗତକାଲି ସୋନିଆଜୀଙ୍କ ସହ ଗୋଟିଏ ଘଣ୍ଟା ସାକ୍ଷାତ ହୋଇପାରିଥାନ୍ତା? ଯେତେବେଳେ ଘରେ ବାସନକୁସନ ରହିଥାଏ, ସେତେବେଳେ ତ ସେଥିରୁ ଶବ୍ଦ ଆସିବ ।"
ଝାଡଖଣ୍ଡରେ ଦୁଇଟି ରାଜ୍ୟସଭା ଆସନ ପାଇଁ ଜୁନ ୧୦ରେ ମତଦାନ ଅନୁଷ୍ଠିତ ହେବ । କେନ୍ଦ୍ର ମନ୍ତ୍ରୀ ମୁଖ୍ତାର ଅବ୍ବାସ ନକଭୀ ଓ ଭାରତୀୟ ଜନତା ପାର୍ଟି (BJP) ସାଂସଦ ମହେଶ ପୋଦ୍ଦାରଙ୍କ କାର୍ଯ୍ୟକାଳ ଶେଷ ହେବାରୁ ଏହି ଆସନଗୁଡିକ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।
ରାଜ୍ୟର ୮୨ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୮୧ ଜଣ ନିର୍ବାଚିତ ସଦସ୍ୟ ଅଛନ୍ତି, କିନ୍ତୁ ଜଣେ ବିଧାୟକଙ୍କୁ ଆୟଠ ଠାରୁ ଅଧିକ ସମ୍ପତ୍ତି ମାମଲାରେ ୩ ବର୍ଷ କାରାଦଣ୍ଡ ମିଳିଛି । ଯାହା ଫଳରେ ତାଙ୍କ ସଦସ୍ୟତା ରଦ୍ଦ ହୋଇଛି । ଏହି କାରଣରୁ ବିଧାନସଭାରେ ଭୋଟ୍ ଦେବାକୁ ଯୋଗ୍ୟ ସଦସ୍ୟଙ୍କ ସଂଖ୍ୟା ୮୦କୁ ହ୍ରାସ ପାଇଛି । ତେଣୁ ରାଜ୍ୟର ବର୍ତ୍ତମାନର ବିଧାନ ସଭାରେ ୨୬.୬୭ ପ୍ରତିଶତ ଭୋଟ୍ ପାଇଥିବା ପ୍ରାର୍ଥୀଙ୍କୁ ରାଜ୍ୟସଭାରେ ଯିବା ଏକ ପ୍ରକାରର ସ୍ଥିର ମନେ କରାଯାଉଛି ।
ଏହା ବି ପଢ଼ନ୍ତୁ:-ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି-କଂଗ୍ରେସ ଜାରି କଲେ ପ୍ରାର୍ଥୀଙ୍କ ତାଲିକା, ଜାଣନ୍ତୁ କ'ଣ କହୁଛି ସମୀକରଣ
ଏହା ବି ପଢ଼ନ୍ତୁ:-ଆପଣଙ୍କ କାମର କଥା: ଜୁନ୍ ୧ରୁ ବ୍ୟାଙ୍କିଂ ଓ ସୁନା ହଲମାର୍କିଂ ସମେତ ହେବ ଏହି ୬ଟି ବଡ଼ ପରିବର୍ତ୍ତନ, ଜନତାଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ
ଏହା ବି ପଢ଼ନ୍ତୁ:-UPSC ସିଭିଲ ସର୍ଭିସେସ୍ ପରୀକ୍ଷା 2021 ଫଳାଫଳ ଘୋଷିତ: ଝିଅମାନଙ୍କ ହ୍ୟାଟ୍ରିକ୍, ଜାଣନ୍ତୁ କିଏ ହେଲେ ଟପର
ବର୍ତ୍ତମାନର ବିଧାନସଭାରେ ଯେଉଁଠାରେ ଶାସକ ଜେଏମଏମ (JMM) ର ୩୦ ଜଣ ବିଧାୟକ ଅଛନ୍ତି, ଏହାର ସମର୍ଥକ କଂଗ୍ରେସ ପାଖରେ ମୋଟ ୧୭ ଜଣ ବିଧାୟକ ଅଛନ୍ତି ଏବଂ ଅନ୍ୟ ସମର୍ଥକ ଦଳ ଆରଜେଡି (RJD) ର ଜଣେ ବିଧାୟକ ଅଛନ୍ତି । ଏଥି ସହିତ ମୁଖ୍ୟ ବିରୋଧୀ ବିଜେପି ପାଖରେ ମୋଟ ୨୬ ଜଣ ବିଧାୟକ ରହିଛି । ଏହାସହ ଦଳକୁ ଅତି କମରେ ଅନ୍ୟ ଦୁଇଜଣ ବିଧାୟକଙ୍କ ସମର୍ଥନ ଉପରେ ରହିଥିବାର କୁହାଯାଉଛି । ଏଭଳି ପରିସ୍ଥିତିରେ ଉଭୟ ଶାସକ ଦଳ ଓ ବିରୋଧୀ ଦଳର ୧-୧ ସଦସ୍ୟ ରାଜ୍ୟସଭାରେ ନିର୍ବାଚିତ ହେବାର ସମ୍ଭାବନା ରହିଛି ।