Rajya Sabha Polls 2023: ଚଳିତ ରାଜ୍ୟସଭାର ୧୧ ଆସନ ପାଇଁ ଅନୁଷ୍ଠିତ ହୋଇଯାଇଛି ନିର୍ବାଚନ। ହେଲେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ସାମ୍ନାରେ ନଥିଲେ କୌଣସି ପ୍ରତିଦ୍ୱନ୍ଦ୍ୱୀ। ଯାହା ଫଳରେ  ରାଜ୍ୟସଭାକୁ ୧୧ ଜଣ ସାଂସଦ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାକୁ ଯାଉଛନ୍ତି। ଯେଉଁଥିରେ ଉଭୟ ଶାସକ ଏବଂ ବିରୋଧୀ ଦଳର ସାଂସଦ ଅଛନ୍ତି।  


COMMERCIAL BREAK
SCROLL TO CONTINUE READING

ବୈଦେଶିକ ମନ୍ତ୍ରୀ (Foreign Affairs Minister of India) ଡକ୍ଟର ସୂବ୍ରମଣ୍ୟମ୍ ଜୟଶଙ୍କର (Dr Subrahmanyam Jaishankar) ଏବଂ ଟିଏମସି ନେତା ଡାରେକ ଓ'ବ୍ରାଏନ (TMC Leader Derek O' Brien) ଙ୍କ ସମେତ ୧୧ ଜଣ ସାଂସଦ ବିନା ନିର୍ବାଚନରେ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ​​ନିର୍ବାଚିତ (uncontested mp who elected for rajya sabha) ହୋଇଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନରେ (Rajya Sabha Election 2023) ବିଜେପି (BJP) ଅଧିକ ଗୋଟିଏ ଆସନ ପାଇଛି। ରାଜ୍ୟସଭାରେ ଦଳର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ବର୍ତ୍ତମାନ ୯୩ ହୋଇଛି। ହେଲେ ସଂସଦର ଉଚ୍ଚ ସଦନରେ (Upper House of Parliament in India) କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଆବଶ୍ୟକୀୟ ବହୁମତ ଠାରୁ ବହୁ ଦୂରରେ ରହିଛି।


ଆସନ୍ତା ୨୪ ତାରିଖରେ ପଶ୍ଚିମବଙ୍ଗର (West Bengal) ୬, ଗୁଜୁରାଟର (Gujarat) ୩ ଏବଂ ଗୋଆର (Goa) ଗୋଟିଏ ରାଜ୍ୟ ଆସନ ପାଇଁ ମତଦାନ ହେବାର ଥିଲା। ହେଲେ ଏହି ନିର୍ବାଚନ ପାଇଁ ମତଦାନ ହେବାର କୌଣସି ସମ୍ଭାବନା ନାହିଁ। କାରଣ ଏହି ସମସ୍ତ ରାଜ୍ୟସଭା ଆସନରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ବିରୋଧରେ କୌଣସି ପ୍ରତିଦ୍ୱନ୍ଦ୍ୱୀ ନାହାଁନ୍ତି। ରାଜ୍ୟସଭା ନିର୍ବାଚନ ୨୦୨୩ (Rajya Sabha Polls 2023) ପାଇଁ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ଜୁଲାଇ ୧୭ ତାରିଖ ସୋମବାର ଥିଲା। 


ରାଜ୍ୟସଭାକୁ ନିର୍ବାଚିତ ହେବେ ୬ ଟିଏମସି ଏବଂ ୫ ବିଜେପି ସାଂସଦ
ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନରେ ୬ ଟିଏମସି ଏବଂ ୫ ବିଜେପି ସାଂସଦ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ। ପଶ୍ଚିମବଙ୍ଗର ଗୋଟିଏ ରାଜ୍ୟସଭା ଆସନ ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ବିଜୟୀ ହୋଇଛି। ସେହିପରି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ଏହା ହେଉଛି ଦ୍ୱିତୀୟ ରାଜ୍ୟସଭା କାର୍ଯ୍ୟକାଳ। ଗୁଜୁରାଟରୁ ବାବୁଭାଇ ଦେଶାଇ ଏବଂ କେସରୀଦେବ ସିଂହ ଝାଲା ରାଜ୍ୟସଭାକୁ ନିର୍ବାଚିତ ହେବେ। କୌଣସି ପ୍ରତିଦ୍ୱନ୍ଦ୍ୱି ନ ଥିବାରୁ ହେତୁ ଅନନ୍ତ ମହାଜନ ପଶ୍ଚିମବଙ୍ଗ ଏବଂ ଗୋଆରୁ ସଦାନନ୍ଦ ଶେଟ ତନୱଡେ ନିର୍ବାଚିତ ହୋଇଛନ୍ତି।


ରାଜ୍ୟସଭା ନିର୍ବାଚିତ ହେଲେ ୬ ଟିଏମସି ସାଂସଦ 
ଟିଏମସି ପକ୍ଷରୁ ଦଳର ସାଂସଦ ଡାରେକ ଓ'ବ୍ରାଇନ୍ ଙ୍କ ସମେତ ଅନ୍ୟ ୬ ଜଣ ସାଂସଦ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେମାନେ ହେଉଛନ୍ତି ସୁଖେନ୍ଦୁ ଶେଖର ରାୟ, ଡୋଲା ସେନ୍, ସାକେତ ଗୋଖଲେ, ସମୀରୁଲ ଇସଲାମ ଏବଂ ପ୍ରକାଶ ବାରିକ। ରାଜ୍ୟସଭାରେ କଂଗ୍ରେସ ଗୋଟିଏ ଆସନ ହରାଇଛି। ଦଳର ସଦସ୍ୟଙ୍କ ସଂଖ୍ୟା ୩୦ ହୋଇଯାଇଛି।


ଆସନ୍ତା ୨୪ ତାରିଖ ପରେ ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ୭ ସିଟ୍ ଖାଲି ହୋଇଯିବ। ଯାହା ମଧ୍ୟରେ ରହିଛି ଜାମୁ କାଶ୍ମୀରର ୪, ଉତ୍ତର ପ୍ରଦେଶର ୧ ଏବଂ ଦୁଇ ମନୋନୀତ ଆସନ। ଯାହା ପରେ ରାଜ୍ୟସଭାରେ ମୋଟ ଆସନ ସଂଖ୍ୟା ୨୩୮ ହୋଇଯିବ। ଯାହା ଫଳରେ ବହୁମତ ସଂଖ୍ୟା ୧୨୦ ହୋଇଯିବ। କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ପାଖରେ ମୋଟ ୧୦୫ ଜଣ ସାଂସଦ ଅଛନ୍ତି। ଏହା ମଧ୍ୟ ନିଶ୍ଚିତ ଯେ ବିଜେପି ୫ ମନୋନୀତ ଏବଂ ୨ ଜଣ ସ୍ୱାଧୀନ ସାଂସଦଙ୍କ ସମର୍ଥନ ପାଇବ। ଯାହା ପରେ ଶାସକ ଦଳକୁ ରାଜ୍ୟସଭାରେ ୧୧୨ ସଦସ୍ୟଙ୍କ ସମର୍ଥନ ମିଳିବ। ଯାହା ଆବଶ୍ୟକୀୟ ବହୁମତ ଠାରୁ କମ୍।