Maharashtra Politics: ଶିବସେନାରେ ସୃଷ୍ଟି ହୋଇଥିବା ଫାଟ ପରେ ଏବେସିନ୍ଦେ ଗୋଷ୍ଠୀ ଦଳ ଉପରେ ଏହା ଦାବି ଉପସ୍ଥାପନ କରିବା ଜାରି ରଖିଛି। ଏହି କାରଣରୁ ବର୍ତ୍ତମାନ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ପରସ୍ପର ବିରୋଧରେ ଶବ୍ଦବାଣ ମାରିବା ଜାରି ରଖିଛନ୍ତି। ରାଷ୍ଟ୍ରପତି ନିର୍ବାଚନକୁ ନେଇ ଶିବସେନା ଲୋକସଭା ସାଂସଦ ରାହୁଲ ଶେୱାଲେ ମଙ୍ଗଳବାର ଉଦ୍ଧବ ଠାକରେଙ୍କୁ ଏକ ପତ୍ର ଦଳର ସମସ୍ତ ସାଂସଦକୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିବା ପାଇଁ ଦାବି ରଖିଛନ୍ତି।   


COMMERCIAL BREAK
SCROLL TO CONTINUE READING

ରାଷ୍ଟ୍ରପତି ନିର୍ବାଚନକୁ ଦଳୀୟ ସାଂସଦ ରଖିଥିବା ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ରୋହୀ ଶିବସେନା ବିଧାୟକଙ୍କ ଗୋଷ୍ଠୀର ନେତା ଗୁଲାବ ରାଓ ପାଟିଲ। ଏନେଇ ସେ କହିଛନ୍ତି ଯେ ଆମ ପାଖରେ ଦଳର ମୋଟ ୫୪ ଜଣ ବିଧାୟକଙ୍କ ମଧ୍ୟରୁ ୪୦ ଜଣ ବିଧାୟକ ଅଛନ୍ତି। ବର୍ତ୍ତମାନ ୧୮ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୨ ଜଣ ଆମ ସହ ଆସୁଛନ୍ତି। ତେହେଲେ ଶିବସେନା କାହାର ବୋଲି ପ୍ରଶ୍ନ କରିଛନ୍ତି। ଏନେଇ ସେ ମୁଁ ବ୍ୟକ୍ତିଗତ ଭାବେ ୪ ଜଣ ସାଂସଦଙ୍କୁ ଭେଟିଛି। ଆମ ଗୋଷ୍ଠୀ ସହିତ ଦଳର ୨୨ ଜଣ ପୂର୍ବତନ ବିଧାୟକ ଅଛନ୍ତି।


ବୁଧବାର ଗୃହ ଜିଲ୍ଲା ଜଲଗାଓଁ ଅଧିନସ୍ଥ ନିଜ ନିର୍ବାଚନମଣ୍ଡଳୀରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବିଦ୍ରୋହୀ ଶିବସେନା ବିଧାୟକ ଗୁଲାବରାଓ ପାଟିଲ ଦାବି କରିଛନ୍ତି ଯେ ଦଳର ୧୮ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୨ ଜଣ ଖୁବଶୀଘ୍ର ତାଙ୍କ ଗୋଷ୍ଠୀରେ ସାମିଲ ହେବେ। ସେ କହିଛନ୍ତି ଦଳର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଶିବସେନାର ପୂର୍ବ ଗର୍ବ ଫେରାଇ ଆଣିପାରିବେ। ଆମେ କ୍ଷମତା ଛାଡିଛୁ ହେଲେ ନିଜ ଦଳ ଶିବସେନା ଛାଡିନାହୁଁ। ଆମେ ମନ୍ତ୍ରୀ ଥିବାବେଳେ କ୍ଷମତା ଛାଡିଛୁ। ଜଣେ ନୁହେଁ ୮ ଜଣ ମନ୍ତ୍ରୀ ଦଳ ଛାଡିଛନ୍ତି। ଯାହାର ଅର୍ଥ ହେଉଛି ଆମ ଆମର ଦଳ ଶିବସେନାକୁ ବଞ୍ଚାଇବାକୁ ଚାହୁଁଛୁ। 


ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଥିବା ଗୁଲାବ ରାଓ ପାଟିଲ ପୂର୍ବରୁ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାରରେ ମନ୍ତ୍ରୀ ରହିଥିଲେ। ବର୍ତ୍ତମାନ ଉଭୟ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେ ଗୋଷ୍ଠୀ ନିଜକୁ ପ୍ରକୃତ ଶିବସେନା ବୋଲି କହୁଛନ୍ତି। ଯାହାର ଉଦାହାହଣ ହେଉଛି ବିଦ୍ରୋହୀ ଶିବସେନା ବିଧାୟକଙ୍କ ବୟାନ। 


Also Read: Presidential Election 2022: ୨ ଗୋଷ୍ଠୀରେ ବିଭାଜିତ ହୋଇପାରେ ଶିବସେନା ଭୋଟ


Also Read: Maharashtra Politics: ବିଧାୟକଙ୍କ ପରେ ଦଳ ଛାଡ଼ି ପାରନ୍ତି ଶିବସେନା ସାଂସଦ