Resolution against Hindi: ହିନ୍ଦୀ ଭାଷା ଥୋପାଯିବା ବିରୋଧରେ ମଙ୍ଗଳବାର ତାମିଲନାଡୁ ବିଧାନସଭାରେ ପାରିତ ହୋଇଛି ଏକ ସଂକଳ୍ପ। ସରକାରୀ ଭାଷା ସଂସଦୀୟ କମିଟି ରିପୋର୍ଟରେ ଦିଆଯାଇଥିବା ସୁପାରିଶକୁ କାର୍ଯ୍ୟକାରୀ ନକରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ତାମିଲନାଡୁ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଦ୍ୱାରା ଆଗତ ହୋଇଥିବା ସଂକଳ୍ପରେ କୁହାଯାଇଛି ଯେ ସେପ୍ଟେମ୍ବର ୯ ତାରିଖରେ ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ ହୋଇଥିବା ସୁପାରିଶ ତାମିଲ ସମେତ ଅନ୍ୟ ରାଜ୍ୟ ଭାଷା ଏବଂ ଏକ କହୁଥିବା ଲୋକଙ୍କ ସ୍ୱାର୍ଥ ବିରୋଧୀ। 


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ପାରିତ ହୋଇଥିବା ସଂକଳ୍ପରେ କୁହାଯାଇଛି ଯେ ତାମିଲନାଡୁ ବିଧାନସଭା (Tamil Nadu Legislative Assembly) ଭାଷାକୁ ଚିନ୍ତା ପ୍ରକଟ କରିଛି। ସଂସଦୀୟ କମିଟି ଦେଇଥିବା ସୁପାରିଶ ବିଧାନସଭାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଏନ ଆନ୍ନାଦୁରାଇଙ୍କ (Former Tamilnadu Chief Minister CN Annadurai) ଦ୍ୱାରା ଦ୍ୱିଭାଷୀ ନୀତି ବିରୋଧରେ ପାରିତ ହୋଇଥିବା ସଂକଳ୍ପ ବିରୋଧୀ। ସଂସଦୀୟ କମିଟି କରିଥିବା ସୁପାରିଶ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ (Former Prime Minister Jawaharlal Nehru) ପକ୍ଷରୁ ଅଣ-ହିନ୍ଦୀ ଭାଷାଭାଷୀ ରାଜ୍ୟଙ୍କୁ (Non Hindi Speaking State) ଦିଆଯାଇଥିବା ପ୍ରତିଶୃତିର ବିପରୀତ। ଏହା ସହ ଏହି ସୁପାରିଶ ସରକାରୀ ଭାଷା ବିରୋଧୀ। ଯାହା ୧୯୬୮ ଏବଂ ୧୯୭୬ ମସିହାରେ ପାରିତ ହୋଇଥିବା ସଂକଳ୍ପ ମାଧ୍ୟମରେ ଇଂରାଜୀ ଭାଷାକୁ (English Language) ସରକାରୀ ଭାଷା (Official Language) ଭାବେ ବ୍ୟବହାରକୁ ସୁନିଶ୍ଚିତ କରିଥାଏ।


Also Read: Hindi Languaae: ରାଷ୍ଟ୍ର ଭାଷା ପାଇଁ ମୁହାମୁହିଁ କେନ୍ଦ୍ର-ରାଜ୍ୟ, ଜାଣନ୍ତୁ ପୁରା ମାମଲା


ମଙ୍ଗଳବାର ତାମିଲନାଡୁ ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଛି ଏହି ସଂକଳ୍ପ। ଏଆଇଏଡିଏମକେ ନେତା ଓ.ପନୀର ସେଲଭମ କହିଛନ୍ତି ଯେ ତାଙ୍କ ଦଳ ରାଜ୍ୟରେ ତାମିଲ ଏବଂ ଇଂରାଜୀ ଦୁଇ ଭାଷା ନୀତିକୁ ସମର୍ଥନ କରୁଛି। ଏହି ସଂକଳ୍ପ ପାରିତ ହେବା ସମୟରେ ବିଜେପି ବିଧାୟକ ଗୃହତ୍ୟାଗ କରିଥିଲେ। ତାମିଲନାଡୁ ବିଧାନସଭା ହିନ୍ଦୀ ଲାଗୁ କରିବା ବିରୋଧରେ ପାରିତ କରିଥିବା ସଂକଳ୍ପ ବିରୋଧ କରିଛନ୍ତି ରାଜ୍ୟର ବିଜେପି ବିଧାୟକ। 


Also Read: Nirmala Sitharaman: 'ମୁଁ ହିନ୍ଦୀ କଥା କହିବାକୁ ଡରିଥାଏ! ହିନ୍ଦୀ କହିବା ବେଳେ ମୁଁ ଥରିଥାଏ, ମୁଁ ଦ୍ୱିଧାରେ କହୁଛି'


ଏହି ପ୍ରସଙ୍ଗରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ (Tamilnadu Chief Minister MK Stalin) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ (Prime Minister Narendra Modi) ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ଦାବି କରାଯାଇଛି 'ୱାନ ନେସନ ଥିଓରୀ' ଅଧୀନରେ ଅଣ-ହିନ୍ଦୀ ଭାଷାଭାଷୀ ରାଜ୍ୟରେ ହିନ୍ଦୀ ପ୍ରୟୋଗ କରିବାକୁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ଅଣ-ହିନ୍ଦୀ ଭାଷାଭାଷୀ ଲୋକଙ୍କ ଉପରେ ହିନ୍ଦୀ ଭାଷା ଥୋପିବାକୁ କରା ଯାଉଥିବା ଚେଷ୍ଟା ବିଭିନ୍ନ ଭାଷା ଏବଂ ସଂସ୍କୃତିର ଲୋକଙ୍କ ଭାଇଚାରା ଆତ୍ମାକୁ ନଷ୍ଟ କରିଦେବ। ହିନ୍ଦୀ ଲାଗୁ କରିବାକୁ ସମ୍ପ୍ରତି କରାଯାଉଥିବା ପ୍ରୟାସ ଅଯୌକ୍ତିକ ଏବଂ ବିଭାଜନକାରୀ। ଅଣ-ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ଅନେକ ଉପାୟରେ ଅଜବ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି।