ଲକ୍ଷ୍ନୌ: ନିକଟରେ ବାରଣାସୀ ଗସ୍ତରେ ଆସିବା ଅବସରରେ ଗାଈକୁ ମାତା ବୋଲି କହିବାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର। ଏନେଇ ପ୍ରଧାମମନ୍ତ୍ରୀ କହିଥିଲେ ଯେ ଗାଈ ହେଉଛି ଆମର ମାତା ତାହେଲେ ଷଣ୍ଢ କ’ଣ? ଷଣ୍ଢ କୃଷକଙ୍କ ସମ୍ପତ୍ତିକୁ ଦ୍ୱିଗୁଣିତ କରେ ହେଲେ ପ୍ରଧାନମନ୍ତ୍ରୀ ଏହା ଉପରେ କାହିଁକି କହୁନାହାଁନ୍ତି ବୋଲି ପ୍ରଶ୍ନ କରିଥିଲେ ରାଜଭର। ରାସ୍ତାରେ ୭୦ ପ୍ରତିଶତ ଦୁର୍ଘଟଣା ଷଣ୍ଢ କାରଣରୁ ହୋଇଥାଏ। 


COMMERCIAL BREAK
SCROLL TO CONTINUE READING

ଗାଈ ଉପରେ ସୁହଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି ଅଧ୍ୟକ୍ଷ (SBSP President) ଓମ ପ୍ରକାଶ ରାଜଭର (Om Prakash Rajbhar) ରଖିଥିବା ବୟାନ ପାଇଁ ତାଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ଲୋକସଭା ସାଂସଦ (BJP Lok Sabha MP) ସାକ୍ଷୀ ମହାରାଜ (Sakshi Maharaj)। ଏନେଇ ବିଜେପି ସାଂସଦ କହିଛନ୍ତି ଗାଈ ଆମର ମାତା ଥିଲା, ଅଛି ଏବଂ ସର୍ବଦା ରହିବ। ରାଜଭରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ପୂର୍ବରୁ ଏକଥା କହୁଥିଲେ ରାଜଭର। ହେଲେ ବର୍ତ୍ତମାନ ନିଜର ଧର୍ମ ପରିବର୍ତ୍ତନ କରିବା ସହ ଏହାକୁ ଗାଳି ଦେବାରେ ଲାଗିଛନ୍ତି ରାଜଭର। ରାଜଭର ଏବେ ସମଜବାଦୀ ପାର୍ଟି ସହ ଛିଡ଼ା ହୋଇଛନ୍ତି। ହେଲେ ତାଙ୍କୁ ଅତୀତ ଏବଂ ବର୍ତ୍ତମାନ ସମୟର ଇତିହାସ ଦେଖିବା ଆବଶ୍ୟକ ବୋଲି କହିଛନ୍ତି ସାକ୍ଷୀ ମହରାଜ।  


Also Read: 'ମନ୍ଦିର ନିର୍ମାଣ କଥା କହିବା ପାଇଁ ଅଖିଲେଶ ଯାଦବଙ୍କ ସ୍ୱପ୍ନରେ ଆସୁଛନ୍ତି ଭଗବାନ ଶ୍ରୀକୃଷ୍ଣ'


ଏହା ଦୁଃର୍ଭାଗ୍ୟ ଦୁର୍ଭାଗ୍ୟଜନକ ଏକ ନିର୍ଦ୍ଦିଷ୍ଟ ଜାତିର ଲୋକ ଦେଶର ସମ୍ବଳ ବ୍ୟବହାର କରୁଛନ୍ତି। ଉପରାଷ୍ଟ୍ରପତି ହୁଅନ୍ତୁ, ରାଜ୍ୟପାଳ କୁରେଶି କିନ୍ତୁ ସେ ନିଜ ପଦରୁ ଅବସର ନେବା ମାତ୍ରେ ସେମାନେ ଦେଶରେ ନିଜକୁ ଅସୁରକ୍ଷିତ ଅନୁଭବ କରିଥାନ୍ତି। ସେମାନେ ସମସ୍ତେ ଦେଶ ବିରୋଧି କଥାବାର୍ତ୍ତା ଆରମ୍ଭ କରନ୍ତି, ଏପରି ଲୋକଙ୍କୁ ଚିହ୍ନଟ କରାଯିବା ଆବଶ୍ୟକ ଏବଂ ଜନସାଧାରଣ ଏପରି ଲୋକଙ୍କୁ ଠିକ୍ ସମୟରେ ଉତ୍ତର ଦେବା ଆବଶ୍ୟକ। 


ସେହିପରି ସମାଜବାଦୀ ପାର୍ଟି ପ୍ରବକ୍ତା ମନୋଜ ସିଂହଙ୍କୁ ଜବାବ ଦେଇ ସାକ୍ଷୀ ମହାରାଜ କହିଛନ୍ତି ସାଧୁ ସନ୍ଥଙ୍କ କୌଣସି ଜାତି ନାହିଁ। ଯେତେବେଳେ ଜଣେ ବ୍ୟକ୍ତି ସାଧୁ ହୋଇଥାନ୍ତି ସେତେବେଳେ ତାଙ୍କର ଗୋତ୍ର ଅଚ୍ୟୁତ ହୋଇଯାଏ ଏବଂ ସେ ସମସ୍ତଙ୍କର ହୋଇଥାନ୍ତି। ଯେଉଁମାନେ କେବଳ ଜାତି ଆଧାରିତ ରାଜନୀତି କରିଥାନ୍ତି ସେମାନେ ଏପରି ଭିତ୍ତିହୀନ ଅଭିଯୋଗ କରିପାରିବେ। ମୁଁ ଯୋଗୀ ଜୀଙ୍କୁ ସମ୍ମାନ କରେ ଏବଂ ମୁଁ ସେହି ବ୍ୟକ୍ତିଙ୍କୁ କହିବାକୁ ଚାହେଁ ଯେ ସେମାନେ ସାଧୁ ସନ୍ଥଙ୍କୁ ବୁଝିବାକୁ ଚେଷ୍ଟା କରିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ଜାତି ଭିତ୍ତିକ ରାଜନୀତି କରିଥିବା ନେଇ ଅଭିଯୋଗ କରିଥିଲେ ସମାଜବାଦୀ ପାର୍ଟି।


Also Read: ସୁବାଷ ବୋଷଙ୍କୁ ମାରିଛି କଂଗ୍ରେସ: ସାକ୍ଷୀ ମହାରାଜ


ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ଗୁମ୍ପାକୁ ଚାଲିଯିବେ ବୋଲି ରଖିଥିବା ବୟାନକୁ ନେଇ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କୁ ଜବାବ ଦେଇଛନ୍ତି ସାକ୍ଷୀ ମହାରାଜ।  ନିଜେ ସେ କେଉଁ ଆଡେ  ସେ କଥା ସେ ଚିନ୍ତା କରନ୍ତୁ ବୋଲି ଓୱେସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ମହାରାଜ। ଓୱେସୀଙ୍କ ଭଳି ଲୋକଙ୍କୁ ଠିକ କରିବା ପାଇଁ ହାଇଦ୍ରାବାଦ ସହରର ଏକମାତ୍ର ବିଜେପି ବିଧାୟକ ଟି.ରାଜା ସିଂହ ହିଁ ଯଥେଷ୍ଟ। ସାହାସ ଥିଲେ ଓୱେସି ପ୍ରଥମେ ତାଙ୍କ ସହିତ କଥା ହେବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପରେ ସେ କଥାବାର୍ତ୍ତା କରିବେ।