ବିଜେପି ଶ୍ରୀକୃଷ୍ଣଙ୍କ ପ୍ରସଙ୍ଗ ଉଠାଇବା ପୂର୍ବରୁ ସେ ମୈଦାନକୁ ଆସି ଖୋଲାଖୋଲି ଏକଥା କୁହନ୍ତି ମୁଁ ଶ୍ରୀକୃଷ୍ଣଙ୍କ ବଂଶଧର। ତେଣୁ ଶ୍ରୀକୃଷ୍ଣଙ୍କ ମନ୍ଦିର ମୁଁ ନିର୍ମାଣ କରିବି।
Trending Photos
ଲକ୍ଷ୍ନୌ: ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭଗବାନ ଶ୍ରୀକୃଷ୍ଣ ପ୍ରସଙ୍ଗରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ ରଖିଥିବା ବୟାନକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଏ ପ୍ରସଙ୍ଗରେ ସମାଜବାଦୀ ପାର୍ଟିକୁ ଜବାବ ଦେବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ବିଜେପି ନେତା।
ମୋ ସ୍ୱପ୍ନରେ ଭଗବାନ ଶ୍ରୀକୃଷ୍ଣ ଆସୁଥିବା ନେଇ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ ରଖିଥିବା ବୟାନ ଉପରେ ଜବାବ ରଖିଛନ୍ତି ବିଜେପି ଲୋକସଭା ସାଂସଦ ସାକ୍ଷୀ ମହାରାଜ। ଏନେଇ ତାଙ୍କୁ କଟାକ୍ଷ କରି ସେ କହିଛନ୍ତି, "ଭଗବାନ ଶ୍ରୀକୃଷ୍ଣ ଅଖିଳେଶ ଯାଦବଙ୍କୁ ସ୍ୱପ୍ନରେ ଏହା କହିବାକୁ ଆସିଥିଲେ ଅଯୋଧ୍ୟା ଏବଂ କାଶୀକୁ ବିଜେପି ଉଦ୍ଧାର କରିଛି। ଯଦି ତମେ ମୋ ବଂଶଧର ତୁରନ୍ତ ଏହି ପ୍ରସଙ୍ଗ ଉଠାଅ, ମୁଁ କେଉଁଠାରେ ଦବି ରହିଯାଇଛି...ମୋତେ ବଞ୍ଚାଅ, ମୋ ମନ୍ଦିର ନିର୍ମାଣ କର। "
ବିଜେପି ଏହି ପ୍ରସଙ୍ଗ ଉଠାଇବା ପୂର୍ବରୁ ଅଖିଲେଶ ଯାଦବଙ୍କ ପାଖେ ଏକ ସୁଯୋଗ ରହିଛି। ବିଜେପି ଶ୍ରୀକୃଷ୍ଣଙ୍କ ପ୍ରସଙ୍ଗ ଉଠାଇବା ପୂର୍ବରୁ ସେ ମୈଦାନକୁ ଆସି ଖୋଲାଖୋଲି ଏକଥା କୁହନ୍ତି ମୁଁ ଶ୍ରୀକୃଷ୍ଣଙ୍କ ବଂଶଧର। ତେଣୁ ଶ୍ରୀକୃଷ୍ଣଙ୍କ ମନ୍ଦିର ମୁଁ ନିର୍ମାଣ କରିବି।
Also Read: 'ମନ୍ଦିର ନିର୍ମାଣ କଥା କହିବା ପାଇଁ ଅଖିଲେଶ ଯାଦବଙ୍କ ସ୍ୱପ୍ନରେ ଆସୁଛନ୍ତି ଭଗବାନ ଶ୍ରୀକୃଷ୍ଣ'
ଆମ ଦଳର ନେତା ପ୍ରଧାନମନ୍ତ୍ରୀ ମୋଦି ଜୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଜୀ ଙ୍କୁ ଧନ୍ୟବାଦ ଦେବା ଆବଶ୍ୟକ ଯେ ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍ରିୱାଲ ଏବଂ ଅଖିଳେଶ ଯାଦବଙ୍କ ଭଳି ଲୋକ ମଧ୍ୟ ରାମ ନାମ ଜପୁଛନ୍ତି। ଅସାଦୁଦ୍ଦିନ ଓୱେସିଙ୍କ ଭଳି ଲୋକ ଦେଶ ବିରୋଧି କଥା କୁହନ୍ତି। ଏଭଳି ଲୋକଙ୍କୁ ଉପଯୁକ୍ତ ଜବାବ ଦେବା ପାଇଁ ଦେଶପ୍ରେମୀଙ୍କ ଏକ ସୈନ୍ୟ ବାହିନୀ ପ୍ରସ୍ତୁତ ରହିଛି। ସେହିପରି ସମାଜବାଦୀ ପାର୍ଟି ମହାରାଷ୍ଟ୍ର ରାଜ୍ୟ ଶାଖା ସଭାପତି ଆବୁ ଆଜମୀଙ୍କୁ ଆତଙ୍କବାଦୀଙ୍କ ସବୁଠୁ ବଡ଼ ନେତା ବୋଲି କହିଛନ୍ତି ବିଜେପି ସାଂସଦ ସାକ୍ଷୀ ମହାରାଜ।
ନିକଟରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସମାଜବାଦୀ ପାର୍ଟି ନେତା ଆବୁ ଆଜମୀ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଥିଲେ। ଯେଉଁ ଦଳ ରାଜନୀତିରେ ଧର୍ମକୁ ଆଣେ ତାହା ପ୍ରଭାବହୀନ ହୋଇଯାଏ। ଦେଶର ଅଗ୍ରଗତି ବିଷୟରେ ସରକାର ଆଲୋଚନା କରିବା ଆବଶ୍ୟକ। ଲାଲ୍ ଟୋପି ଉପରେ ବିଜେପି ନେତାଙ୍କ ପକ୍ଷରୁ କରାଯାଇଥିବା କଟାକ୍ଷ ଉପରେ ଜବାବ ରଖି ସେ କହିଛନ୍ତି ଯେଉଁମାନେ ଲାଲ୍ ଟୋପି ଦେଖି ଭୟ କରୁଛନ୍ତି ସେମାନେ କଳା ଟୋପି ପିନ୍ଧୁଥିବା ଏବଂ କଳା ହୃଦୟ ଥିବା ଲୋକ।
Also Read: ସୁବାଷ ବୋଷଙ୍କୁ ମାରିଛି କଂଗ୍ରେସ: ସାକ୍ଷୀ ମହାରାଜ
ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ସମାଜବାଦୀ ପାର୍ଟି ସୁପ୍ରିମୋ ରଖିଥିବା ବୟାନ ଉପରେ ଜବାବ ରଖିଛନ୍ତି ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାରରେ ଏକମାତ୍ର ମୁସଲମାନ ମନ୍ତ୍ରୀ ମୋହସିନ ରାଜା। ଏନେଇ ଅଖିଲେଶ ଯାଦବଙ୍କୁ କଟାକ୍ଷ କରି କହିଛନ୍ତି ଯାହାର ପିତା କର ସେବକ ଏବଂ ରାମ ଭକ୍ତଙ୍କ ଉପରେ ଗୁଳି ଚଳାଇଥିଲେ ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣ ତାଙ୍କ ପୁଅଙ୍କ ସ୍ୱପ୍ନରେ ଆସୁଛନ୍ତି।