ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ଦଳ ପକ୍ଷରୁ ଜାରି ରହିଛି ନିର୍ବାଚନ ପ୍ରଚାର। ନିର୍ବାଚନ ଲାଗି ଆୟୋଜିତ ହେଉଥିବା ଦଳୀୟ ରାଲି ଅଥବା ସଭା ସମିତିକୁ ସମ୍ବୋଧନ କରିବା ବେଳେ ସୀମା ଟପିଯାଉଛନ୍ତି ବିଭିନ୍ନ ଦଳର ନେତା। ସେମାନଙ୍କ ଦ୍ୱାରା ବିଭିନ୍ନ ସମୟରେ ଦିଆଯାଉଥିବା ଭାଷଣକୁ ନେଇ ସୃଷ୍ଟି ହେଉଛି ବିବାଦ। ସଦ୍ୟ ରାଜ୍ୟରେ ରାଜ୍ୟର କାନପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ଉଦାହରଣ।  


COMMERCIAL BREAK
SCROLL TO CONTINUE READING

ଜିଲ୍ଲାର ଆର୍ଯ୍ୟ ନଗର ବିଧାନସଭା ଆସନର (Arya Nagar Assembly Constituency) ସମାଜବାଦୀ ପାର୍ଟି ବିଧାୟକ (Samajwadi Party MLA) ଅମିତାଭ ବାଜପେୟୀଙ୍କ (Amitabh Bajpai) ଏକ ବିବାଦୀୟ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ତାଙ୍କର ଏହି ବିବୃତ୍ତି ହିନ୍ଦୁ ଭାବନାକୁ ଆଘାତ କରୁଛି।


ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସମାଜବାଦୀ ପାର୍ଟି ବିଧାୟକ ଅମିତାଭ ବାଜପେୟୀ କହୁଛନ୍ତି ମୁଁ ସୁନ୍ଦରାକାଣ୍ଡ ଏଥିପାଇଁ କରିଛି କାରଣ "ମୋ ସ୍ତ୍ରୀ ହେଉଛି ସୁନ୍ଦର ଆଉ ମୁଁ କରୁଛି କାଣ୍ଡ"। ନିକଟରେ ବିଧାୟକଙ୍କ ବିବାହ ବାର୍ଷିକି ରହିଥିଲା। ଆଉ ଏହି ଅବସରରେ ସେ ସୁନ୍ଦରାକାଣ୍ଡ କରିଥିଲେ।    


Also Read: 'ଦଙ୍ଗା କର କିମ୍ବା ଗୋଇଠା ମାର ଅଥବା ଜୋତ ମାର ହେଲେ କୌଣସି ପରିସ୍ଥିତିରେ ପ୍ରାର୍ଥୀଙ୍କୁ ଜିତାଅ'


ବିଧାୟକଙ୍କ ବିବାହ ବାର୍ଷିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା। ଏହି ଅବସରେ ଆୟୋଜନ କାରିଥିବା ଧାର୍ମିକ କାର୍ଯ୍ୟକ୍ରମକୁ ଏକ କମେଡି ସୋ କରିବା ଉଦ୍ଦେଶ୍ୟରେ ସେ ଏଭଳି ବୟାନ ଦେଇଥିଲେ। ବିଧାୟକଙ୍କ ଏପରି ବୟାନକୁ ହିନ୍ଦୁ ଶାସ୍ତ୍ରର ଅପମାନ ବୋଲି କୁହାଯାଇଛି। କାର୍ଯ୍ୟକ୍ରମ ସମୟରେ ସେ ସମସ୍ତ ଲୋକଙ୍କ ସାମ୍ନାରେ ଏହା ଗ୍ରହଣ କରିଥିଲେ ଯେ "ତାଙ୍କ ସ୍ତ୍ରୀ ହେଉଛି ସୁନ୍ଦର ଆଉ ସେ କରୁଛନ୍ତି କାଣ୍ଡ"। ଏଥିଥିପାଇଁ ସେ ଏହି ସୁନ୍ଦରାକାଣ୍ଡର  ଆୟୋଜନ କରିଛନ୍ତି।



 ନିଜେ ରଖିଥିବା ବୟାନ ଉପରେ ସଫେଇ ଦେଇ  ବିଧାୟକ ଏହା ଧର୍ମଗ୍ରନ୍ଥକୁ ଅପମାନ କରିବା ଭଳି ଘଟଣା ନୁହେଁ ଏହା ହେଉଛି ବିଜେପି ନେତାଙ୍କ ପ୍ରୋପାଗଣ୍ଡା। ଏହି ଭିଡି଼ଓ ଗତ ଫେବୃଆରୀ ୧୪ ତାରିଖର।  ବିଧାୟକ କହିଛନ୍ତି ସେଦିନ ମୋର ବିବାହ ବାର୍ଷିକୀ ଥିଲା, କାହାରି ଅସୁବିଧା କଣ? ଏହି ବିଜେପି କ'ଣ ଧର୍ମର ଠିକା ନେଇଛି। ମୁଁ ହେଉଛି ବିସବିସୁଆ ବ୍ରାହ୍ମଣ। ମୁଁ ମୋ ପତ୍ନୀଙ୍କ ସହ ଥଟ୍ଟା କରେ। ଏହା ଉପରେ ଅନ୍ୟ କାହାକୁ ମନ୍ତବ୍ୟ ଦେବାର କ'ଣ ଅଧିକାର ରହିଛି।