Samajwadi Party Lok Sabha MP: ପୁଣି ଥରେ ନିଜର ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଉତ୍ତର ପ୍ରଦେଶ ସମ୍ଭଲ ଲୋକସଭା ଆସନର ସାଂସଦ ଶଫିକୁର୍ର ରେହମାନ ବର୍କ। କର୍ଣ୍ଣାଟକ ମାଙ୍ଗଲୋରସ୍ଥିତ ମଲାଲ ମସଜିଦ ଉପରେ ସର୍ଭେ କରିବା ପାଇଁ ବିଜେପି-ଆରଏସଏସ ପକ୍ଷରୁ କରାଯାଉଥିବା ଦାବି ସମ୍ପର୍କରେ ଏକ ଉତ୍ତେଜନାମୂଳକ ବିବୃତ୍ତି ଦେଇଛନ୍ତି ସମାଜବାଦୀ ପାର୍ଟି ସାଂସଦ। ସମ୍ଭଲ ସାଂସଦ କହିଛନ୍ତି ଯେ, "ମୁସଲମାନ ଏତେ କମଜୋର ନୁହଁନ୍ତି ଯେ ମସଜିଦ ଧ୍ୱଂସ କରି ମନ୍ଦିର ନିର୍ମାଣ କରି ଦିଆଯିବ। " 


COMMERCIAL BREAK
SCROLL TO CONTINUE READING

କର୍ଣ୍ଣାଟକ (Karnataka) ମାଙ୍ଗଲୋରସ୍ଥିତ (Mangaluru) ମଲାଲ ମସଜିଦ (Malali Mosque) ଉପରେ ସର୍ଭେ କରିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ପ୍ରଦେଶ (Uttar Pradesh) ସମ୍ଭଲ ଲୋକସଭା ଆସନର ସାଂସଦ (Sambhal Lok Sabha MP) ଶଫିକୁର୍ର ରେହମାନ ବର୍କ (Shafiqur Rahman Barq)। ସମାଜବାଦୀ ପାର୍ଟି ସାଂସଦ (Samajwadi Party MP) କହିଛନ୍ତି ଯେ, ଏହା ହେଉଛି ବିଜେପି-ଆରଏସଏସ ନୀତି। ସେମାନେ ପ୍ରତ୍ୟେକ ମସଜିଦ ମଧ୍ୟରେ ଏକ ମନ୍ଦିର ଦେଖନ୍ତି। ମସଜିଦ ସର୍ଭେ ନାମରେ ବିଜେପି-ଆରଏସଏସ ମୁସଲମାନଙ୍କ ସହ ଖେଳୁଛି। ବିଜେପି-ଆରଏସଏସ ବିରୋଧରେ ଅଭିଯୋଗ ଆଣି ସମ୍ଭଲ ସାଂସଦ କହିଛନ୍ତି କହିଛନ୍ତି ଯେ ମସଜିଦ-ମଦ୍ରାସା ସର୍ଭେ ନାମରେ ମୁସଲିମଙ୍କ ସହ ଖେଳାଯାଉଛି। ହେଲେ ବିଜେପି-ଆରଏସଏସ ଏହି ଖେଳରେ ସଫଳ ହେବ ନାହିଁ।


Also Read: Shafiqur Rahman Burk: 'ଇସ୍ତଫା ଦେଇ ଦିଅ ଏବଂ ପ୍ରଧାନମନ୍ତ୍ରୀଙ୍କୁ ପୂଜା କର', ଏପରି କାହିଁକି କହିଲେ ସମାଜବାଦୀ ପାର୍ଟି ସାଂସଦ


ମସଜିଦ-ମଦ୍ରାସା ସର୍ଭେ (Survey Madrasa and Mosque) ନାମରେ ମୁସଲମାନଙ୍କ (Muslim) ସହ ଖେଳୁଛନ୍ତି ବିଜେପି-ଆରଏସଏସ (BJP RSS)। ଏହି ସମୟରେ ଯଦି ମୁସଲିମ ନେତାଙ୍କ ପକ୍ଷରୁ କୌଣସି ଆଲୋଚନା ବାହାରକୁ ଆସେ, ତାହେଲେ ସେମାନେ ଏହାକୁ ଏକ ପ୍ରସଙ୍ଗ କରି ଉପସ୍ଥାପନ କରିବା ଆରମ୍ଭ କରିଦେଇଥାନ୍ତି। ମଦ୍ରାସା-ମସଜିଦ ସର୍ଭେ ନାମରେ ମୁସଲମାନଙ୍କ ସହ ଏକ ପ୍ରକାର ଖେଳ ଚାଲିଛି। ହେଲେ ମୁସଲମାନ ବିଜେପି-ଆରଏସଏସ ପକ୍ଷରୁ କରାଯାଉଥିବା ଏହି ଖେଳକୁ ସଫଳ ହେବାକୁ ଦେବେ ନାହିଁ।


ନିକଟରେ ସମ୍ଭଲ ସାଂସଦ ଶଫିକୁର୍ର ରେହମାନ ବର୍କ ପ୍ରଶ୍ନ କରିଥିଲେ ହଠାତ୍ ବିଜେପି କାହିଁକି ମୁସଲମାନମାନଙ୍କୁ ପସନ୍ଦ କରିବା ଆରମ୍ଭ କରିଛି? ଏନେଇ ସେ କହିଛନ୍ତି ଏହି ମାମଲା ୨୦୨୪ ଲୋକସଭା ନିର୍ବାଚନ ସହ ଜଡ଼ିତ ରହିଛି। ସମାଜବାଜୀ ସାଂସଦ ଦାବି କରିଛନ୍ତି ଯେ ବିଜେପି ଯେତେ ଚେଷ୍ଟା କଲେ ମଧ୍ୟ, ପ୍ରକୃତ ମୁସଲମାନଙ୍କ ଭୋଟ ପାଇବ ନାହିଁ।


Also Read: Shafiqur Rahman Barq: 'ପିଏଫଆଇ ହେଉଛି ଦେଶପ୍ରେମୀ ସଙ୍ଗଠନ, ମୁସଲମାନଙ୍କୁ ଭୟଭୀତ କରିବା ପାଇଁ ଲଗାଯାଇଛି ବ୍ୟାନ'


ସମାଜବାଦୀ ପାର୍ଟି ସାଂସଦ ଶଫିକୁର୍ର ରେହମାନ ବର୍କ ନିଜର ବିବାଦୀୟ ବିବୃତ୍ତି ପାଇଁ ସବୁବେଳେ ଚର୍ଚ୍ଚାର ପରିସରରେ ରହିଥାନ୍ତି। ପୂର୍ବରୁ ସମ୍ଭଲ ସାଂସଦ ବ୍ୟାନ ହୋଇଥିବା ହୋଇଥିବା ଚରମପନ୍ଥୀ ସଙ୍ଗଠନ ପିଏଫଆଇ ସମର୍ଥନରେ ଆସିଛନ୍ତି। ପିଏଫଆଇ ସପକ୍ଷରେ ଆସି ସମ୍ଭଲ ସାଂସଦ ପ୍ରଶ୍ନ କରିଛନ୍ତି ଯେ ଏହି ସଙ୍ଗଠନ ସହ ଜଡ଼ିତ ଲୋକଙ୍କ ଅପରାଧ କ'ଣ?  ଦେଶର ଅନ୍ୟ ସମସ୍ତ ଅନୁଷ୍ଠାନ ଭଳି ପିଏଫଆଇ ମଧ୍ୟ ଏକ ଅନୁଷ୍ଠାନ। ଯେପରି ଅନ୍ୟ ସଂସ୍ଥା ସେମାନଙ୍କ କାର୍ଯ୍ୟକ୍ରମ ଚଳାନ୍ତି ପିଏଫଆଇ ମଧ୍ୟ ଏହାର କାର୍ଯ୍ୟକ୍ରମ ଆୟୋଜିତ କରିଥାଏ।