ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା କେରଳର ବାୟନାଡରୁ ସାଂସଦ ରାହୁଲ ଗାନ୍ଧୀ ( Congress Leader Rahul Gandhi) ଲଣ୍ଡନରେ କେମ୍ବ୍ରିଜ୍ ୟୁନିଭର୍ସିଟି ଆଇଡିଆ ଫର ଇଣ୍ଡିଆ (Ideas for India) କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଜେପି (BJP) ଓ କେନ୍ଦ୍ରର ମୋଦି ସରକାର (Modi Government) ଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ବିଜେପି ସମଗ୍ର ଦେଶରେ କିରୋସିନ ଛିଞ୍ଚିଛି ଓ ଗୋଟିଏ ଦିଆସିଲ କାଠିରୁ ନିଆଁ ଲାଗିପାରେ । ରାହୁଲ ଗାନ୍ଧୀ (Rahul Gandhi) ଙ୍କ ଏହି ବୟାନ ପରେ ରାଜନୈତିକ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି । ବିଜେପି ଏହି ବୟାନକୁ ନେଇ ରାହୁଲଙ୍କୁ ପାଲଟା ଆକ୍ରମଣ କରିଛି । ଅନ୍ୟପକ୍ଷରେ ଶିବସେନା ନେତା ସଞ୍ଜୟ ରାଉତ (Shiv Sena leader Sanjay Raut) ରାହୁଲ ଗାନ୍ଧୀଙ୍କ ବୟାନକୁ ଯଥାର୍ଥ ବୋଲି କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

ରାହୁଲଙ୍କୁ ସମର୍ଥନ କରି ସଞ୍ଜୟ ରାଉତ କହିଛନ୍ତି ଯେ, "ରାହୁଲ ଗାନ୍ଧୀ ଯାହା କହିଛନ୍ତି ତାହା ସତ । ଯେଉଁମାନେ ବିଜେପି ବିରୋଧୀ, ସେମାନଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସି ଯେଉଁଭଳି ଭାବେ ଅଭିଯାନ ଚଳାଉଛନ୍ତି, ଏହା ଲୋକତନ୍ତ୍ର ପାଇଁ ଭଲ ନୁହେଁ । ଦେଶର ଲୋକମାନେ ଏବେ ବି ଭୟଭୀତ ଅଛନ୍ତି ।"


ଏଠାରେ କହି ରଖୁଛୁ ଯେ, ରାହୁଲ ଗାନ୍ଧୀ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଦ୍ୱାରା ସିବିଆଇ ଭଳି ଅନୁଷ୍ଠାନର ଅପବ୍ୟବହାରର ଅଭିଯୋଗ କରି ଭାରତକୁ ପାକିସ୍ତାନ ସହ ତୁଳନା କରିଥିଲେ । ସେ ଆରଏସଏସ (RSS) କୁ ଟାର୍ଗେଟ କରି କହିଛନ୍ତି ଯେ, ସେମାନଙ୍କ ପାଇଁ ଭାରତ ସୁନାର ଚଢ଼େଇ ଓ କର୍ମ ଆଧାରରେ ଏହାର ଅଂଶ ବାଣ୍ଟିବାକୁ ଚାହୁଁଛି, ଯେଉଁଠାରେ ଦଳିତଙ୍କ ପାଇଁ କୌଣସି ସ୍ଥାନ ନାହିଁ ।


ଏହା ବି ପଢ଼ନ୍ତୁ:-କାହାକୁ ଓ କେତେ ମିଳିବ LPG ସିଲିଣ୍ଡର ଉପରେ ସବସିଡି? ଅର୍ଥମନ୍ତ୍ରୀ ଦେଲେ ଏହି ଜବାବ


ଏହା ବି ପଢ଼ନ୍ତୁ:-ଚିନ୍ତନ ଶିବିର ପରେ କଂଗ୍ରେସର ବଢ଼ିଲା ଚିନ୍ତା, ବର୍ତ୍ତମାନ ଦଳ ନେବାକୁ ଯାଉଛି ଏହି ପଦକ୍ଷେପ


ଏହା ବି ପଢ଼ନ୍ତୁ:-ଗଡକରୀ କଲେ ଏପରି ଘୋଷଣା, ଖୁସିରେ ନାଚି ଉଠିବେ କାର-ବାଇକ୍ ଚାଳକ


ଏହା ବି ପଢ଼ନ୍ତୁ:-ଏହି ଲୋକମାନେ ରାଜଧାନୀରୁ କିଣିବେ ମଦ ତ ସିଧା ଯିବେ ଜେଲ!


 


ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ଗୌରବ ଭାଟିଆ ରାହୁଲ ଗାନ୍ଧୀଙ୍କ ଏହି ବୟାନ ଉପରେ ପାଲଟା ଆକ୍ରମଣ କରି କହିଛନ୍ତି ଯେ, ରାହୁଲ ଗାନ୍ଧୀଜୀ, କିରୋସିନି ତେଲ ତ କଂଗ୍ରେସ ଦଳ ଛିଞ୍ଚିଛନ୍ତି । ୧୯୮୪ ରେ ଯେଉଁ ନରସଂହାର ହୋଇଛି, କଂଗ୍ରେସ ଦଳର ନେତାମାନେ ଏହି ହତ୍ୟାକାଣ୍ଡ ଘଟାଇଲେ, ସେହି କିରୋସିନ ଢାଲିଥିବା କଂଗ୍ରେସର ହିଁ ନେତାମାନେ ଥିଲେ । ରାହୁଲ ଗାନ୍ଧୀଜୀ ଲଣ୍ଡନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ସେମିନାରକୁ ଯାଇ ସେଠାକୁ ଯାଇ ଦେଶର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛନ୍ତି । ରାହୁଲ ଗାନ୍ଧୀ ଓ ଗାନ୍ଧୀ ପରିବାରର ଅଭ୍ୟାସରେ ପରିଣତ ହୋଇଛି ଯେ ମୋଦିଜୀଙ୍କୁ ଘୃଣା କରୁ କରୁ ଭାରତ ମାତାଙ୍କ ବିରୋଧରେ ହିଁ ମନ୍ତବ୍ୟ ଦେଉଛନ୍ତି ।