ଗଡକରୀ କଲେ ଏପରି ଘୋଷଣା, ଖୁସିରେ ନାଚି ଉଠିବେ କାର-ବାଇକ୍ ଚାଳକ
Advertisement
Article Detail0/zeeodisha/odisha1193685

ଗଡକରୀ କଲେ ଏପରି ଘୋଷଣା, ଖୁସିରେ ନାଚି ଉଠିବେ କାର-ବାଇକ୍ ଚାଳକ

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ୨୦୨୨-୨୩ ପାଇଁ ଅନୁଦାନର ଦାବି ଉପରେ ନିତିନ ଗଡକରୀ ଲୋକସଭାରେ ଉତ୍ତର ଦେଉଥିଲେ, ଏହି ସମୟରେ ସେ ଏହା କହିଛନ୍ତି । ପ୍ରଭାବଶାଳୀ ଦେଶୀ ଇନ୍ଧନକୁ ସ୍ଥାନାନ୍ତରିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଗଡକରୀ ଆଶା କରିଛନ୍ତି ଯେ,  ଶୀଘ୍ର ବୈଦ୍ୟୁତିକ ଇନ୍ଧନ ବାସ୍ତବରେ ପରିଣତ ହେବ । ଏହାଦ୍ୱାରା ପ୍ରଦୂଷଣର ସ୍ତର ହ୍ରାସ ପାଇବ ।

ଗଡକରୀ କଲେ ଏପରି ଘୋଷଣା, ଖୁସିରେ ନାଚି ଉଠିବେ କାର-ବାଇକ୍ ଚାଳକ

ନୂଆଦିଲ୍ଲୀ: Nitin Gadkari on Electric Vehicle: ଯଦି ଆପଣ ମଧ୍ୟ ଏକ ଇଲେକ୍ଟ୍ରିକ ହ୍ୱିକଲ୍ (Electric Vehicle) କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ରହିଛି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ (Union Minister for Road Transport and Highways Minister Nitin Gadkari) ମଙ୍ଗଳବାର କହିଛନ୍ତି ଯେ, ଆସନ୍ତା ଦୁଇ ବର୍ଷ ମଧ୍ୟରେ ପେଟ୍ରୋଲ ବାହନ ସହିତ ବୈଦ୍ୟୁତିକ ବାହନର ମୂଲ୍ୟ ବରାବର ହୋଇଯିବ । ଏହି ଖବର କାର ଓ ବାଇକ୍ ଚାଳକଙ୍କ ପାଇଁ ଅତ୍ୟନ୍ତ ଆଶ୍ୱସ୍ତିକର ।

କେନ୍ଦ୍ର ମନ୍ତ୍ରୀ (Nitin Gadkari) କହିଛନ୍ତି ଯେ, ଟେକ୍ନୋଲୋଜି ଓ ସବୁଜ ଇନ୍ଧନରେ ଦ୍ରୁତ ଅଗ୍ରଗତି ବୈଦ୍ୟୁତିକ ଅଟୋମୋବାଇଲର ମୂଲ୍ୟ ହ୍ରାସ କରିବ । ଏହା ସହିତ ଆସନ୍ତା ଦୁଇ ବର୍ଷ ମଧ୍ୟରେ ବୈଦ୍ୟୁତିକ ଯାନଗୁଡ଼ିକର ମୂଲ୍ୟ ପେଟ୍ରୋଲ ଚାଳିତ ଯାନ ସହିତ ସମାନ ହୋଇଯିବ । ଏହାକୁ ସାରା ଦେଶରେ ଏକ ବିପ୍ଳବ ରୂପେ ଦେଖାଯାଉଛି ।

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ୨୦୨୨-୨୩ ପାଇଁ ଅନୁଦାନର ଦାବି ଉପରେ ନିତିନ ଗଡକରୀ ଲୋକସଭାରେ ଉତ୍ତର ଦେଉଥିଲେ, ଏହି ସମୟରେ ସେ ଏହା କହିଛନ୍ତି । ପ୍ରଭାବଶାଳୀ ଦେଶୀ ଇନ୍ଧନକୁ ସ୍ଥାନାନ୍ତରିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଗଡକରୀ ଆଶା କରିଛନ୍ତି ଯେ,  ଶୀଘ୍ର ବୈଦ୍ୟୁତିକ ଇନ୍ଧନ ବାସ୍ତବରେ ପରିଣତ ହେବ । ଏହାଦ୍ୱାରା ପ୍ରଦୂଷଣର ସ୍ତର ହ୍ରାସ ପାଇବ ।

ଗଡକରୀ ସାଂସଦମାନଙ୍କୁ ହାଇଡ୍ରୋଜେନ ଟେକ୍ନୋଲୋଜି ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ସ୍ୱେରେଜ୍ ଜଳକୁ ନିଜ ନିଜ ଅଞ୍ଚଳରେ ସବୁଜ ହାଇଡ୍ରୋଜେନରେ ପରିଣତ କରିବାକୁ ସେ ସାଂସଦମାନଙ୍କୁ ପଦକ୍ଷେପ ନେବାକୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ହାଇଡ୍ରୋଜେନ ଖୁବ୍ ଶୀଘ୍ର ଶସ୍ତା ଇନ୍ଧନ ବିକଳ୍ପ ହେବ ।

ଗଡକରୀ କହିଛନ୍ତି ଯେ, ଲିଥିୟମ୍-ଆୟନ ବ୍ୟାଟେରୀର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି । ଆମେ ଜିଙ୍କ-ଆୟନ, ଆଲୁମିନିୟମ-ଆୟନ, ସୋଡିୟମ-ଆୟନ ବ୍ୟାଟେରୀ ବିକଶିତ କରୁଛୁ । ସର୍ବାଧିକ ଦୁଇ ବର୍ଷ ମଧ୍ୟରେ ଇଲେକ୍ଟ୍ରିକ୍ ସ୍କୁଟର, କାର୍, ଅଟୋ ରିକ୍ସା ମୂଲ୍ୟ ପେଟ୍ରୋଲ୍ ଚାଳିତ ସ୍କୁଟର, କାର୍, ଅଟୋ ରିକ୍ସା ସହିତ ବରାବର ହେବ ।

ଏହା ବି ପଢ଼ନ୍ତୁ:-ଏହି ଲୋକମାନେ ରାଜଧାନୀରୁ କିଣିବେ ମଦ ତ ସିଧା ଯିବେ ଜେଲ!

ଏହା ବି ପଢ଼ନ୍ତୁ:-ବିଜେପିରେ ସାମିଲ ହେବେ AAP ର CM ପ୍ରାର୍ଥୀ କର୍ଣ୍ଣେଲ ଅଜୟ କୋଥିଆଲ!

ଏହା ବି ପଢ଼ନ୍ତୁ:-ଖୁସି ଖବର: ବଢ଼ିବାକୁ ଯାଉଛି ଅବସର ବୟସ ଓ ପେନସନ ରାଶି! ଜାଣନ୍ତୁ ସରକାରଙ୍କ ଏହି ନୂଆ ଯୋଜନା ବିଷୟରେ

 

ସେ କହିଛନ୍ତି ଯେ, ଏହାର ଲାଭ ହେବ ଏହା ହେବ ଯେ ଯଦି ଆପଣ ଆଜି ପେଟ୍ରୋଲ ପାଇଁ ୧୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି, ତେବେ ଏକ ଇଲେକ୍ଟ୍ରିକ୍ ଗାଡି ଚଲାଇବାରେ ଏହି ମୂଲ୍ୟ ୧୦ ଟଙ୍କାକୁ ହ୍ରାସ ପାଇବ । କିଛି ଦିନ ପୂର୍ବରୁ ନିତିନ ଗଡକରୀ ଗ୍ରୀନ୍ ହାଇଡ୍ରୋଜେନ୍ ଇନ୍ଧନ କାର୍ ଲଞ୍ଚ କରିଥିଲେ ​।

ଗ୍ରାନ୍ ହାଇଡ୍ରୋଜେନ୍ ଚାଳିତ କାରରେ ଚାଲିବା ଉପରେ କିମି ପ୍ରତି ୧ ଟଙ୍କାରୁ କମ୍ ଖର୍ଚ୍ଚ ହେବ । ପେଟ୍ରୋଲରେ ଚାଲୁଥିବା କାରର ଖର୍ଚ୍ଚ କିଲୋମିଟର ପିଛା ୫-୭ ଟଙ୍କାକୁ ଆସୁଛି । ଏହି ପାଇଲଟ୍ ପ୍ରୋଜେକ୍ଟରେ ଟୟୋଟା କିର୍ଲୋସ୍କର ମୋଟରର FCEV ଟୟୋଟା ମିରାଇ (Toyota Kirloskar Mirai) କାର ସାମିଲ ଅଛି ।