Maharashtra Politics: ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାର ଗାଦିଚ୍ୟୁତ ହେବା ପରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ କଥାକୁ ଦୋହରାଇ ସେ କହିଛନ୍ତି ଯେ ଆମ ଲୋକ ଆମ ସହ ବିଶ୍ୱାସଘାତକତା କରିଛନ୍ତି। ଏନେଇ ସେ କହିଛନ୍ତି "କ୍ଷମତା ଲାଗି ଜନ୍ମ ହୋଇନଥିଲା ଶିବସେନା, କ୍ଷମତା ଶିବସେନା ଲାଗି ଜନ୍ମ ହୋଇଥିଲା।"   


COMMERCIAL BREAK
SCROLL TO CONTINUE READING

ସଞ୍ଜୟ ରାଉତ କହିଛନ୍ତି ଯେ ଗତକାଲି ଯେତେବେଳେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସେତେବେଳେ ଆମେ ଭାବପ୍ରବଣ ହୋଇପଡିଥିଲୁ। ଉଦ୍ଧବ ଠାକରେଙ୍କ ଉପରେ ସମସ୍ତଙ୍କ ବିଶ୍ୱାସ ରହିଛି। ପ୍ରତ୍ୟେକ ଜାତି ଏବଂ ଧର୍ମର ଲୋକେ ତାଙ୍କୁ ସମର୍ଥନ କରନ୍ତି। ସୋନିଆ ଗାନ୍ଧୀ ଏବଂ ଶରଦ ପାୱାର ତାଙ୍କ ଉପରେ ବିଶ୍ୱାସ ରଖିଛନ୍ତି। 


ନିଜ ଲୋକ ଆମକୁ ଧୋକ୍ସା ଦେଇଥିଲେ। ନିଜ ଲୋକ ଆମକୁ ପଛପଟୁ ଛୁରୀ ମାରିଥିଲେ। ଧୋକ୍କାବାଜ ଲୋକ କିପରି ଉଦ୍ଧବ ଠାକରେଙ୍କୁ ଦାୟୀ କରିପାରିବେ? ବିଦ୍ରୋହୀ ଶିବସେନା ବିଧାୟକ ମହାବିକାଶ ଅଘାଡ଼ି ସରକାରକୁ ହଟାଇବା ପାଇଁ ଠିକା ନେଇଥିଲେ। ମହାରାଷ୍ଟ୍ର ରାଜନୀତିରେ ଏହା ଧୋକ୍କାବାଜଙ୍କ ଏକ ନୂତନ ପରୀକ୍ଷଣ। ଶିବସେନା କ୍ଷମତା ଲାଗି ଜନ୍ମ ହୋଇନଥିଲା ବରଂ କ୍ଷମତା ଶିବସେନା ପାଇଁ ଜନ୍ମ ହୋଇଥିଲା। ଏହା ହେଉଛି ଶିବସେନା ସଂସ୍ଥାପକ ବାଲା ସାହେବଙ୍କ ମନ୍ତ୍ର। ଆମେ ପୁନର୍ବାର ପ୍ରୟାସ କରି ପୁଣି କ୍ଷମତାକୁ ଫେରିବୁ


ମହାରାଷ୍ଟ୍ର ଉଦ୍ଧବ ଠାକେର ରୂପରେ ଜଣେ ବୁଦ୍ଧିମାନ ଏବଂ ଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କୁ ହରାଇଛନ୍ତି। ଯିଏ ଶାଳୀନତାର ସହ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଛନ୍ତି। ବୁଧବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଛାଡିବା ଉଦ୍ଧବ ଠାକରେ କହିଥିଲେ  ଯେ ସେ ସଂଖ୍ୟା ଖେଳ ପ୍ରତି ଆଗ୍ରହୀ ନୁହଁନ୍ତି ଏବଂ ସେଥିପାଇଁ ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି। ଆମେ ଜଣେ ବୁଦ୍ଧିମାନ ତଥା ଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କୁ ହରାଇଛୁ। ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ରାଜନୈତିକ ସାମ୍ରାଜ୍ୟକୁ ଆମେ ଆଗକୁ ବଢାଇବୁ ଏବଂ ଏନେଇ ଆମେ ଜେଲ ଯିବାକୁ ପ୍ରସ୍ତୁତ ଅଛୁ।


ଧୋକ୍କାବଜଙ୍କ ଅନ୍ତ କେବେ ଭଲରେ ହୁଏ ନାହିଁ। ଇତିହାସ ଏହାକୁ ପ୍ରମାଣିତ କରିପାରେ। ବର୍ତ୍ତମାନ ଶିବସେନା ପାଇଁ ଏହା ଏକ ବୃହତ ବିଜୟର ଆରମ୍ଭ। ଆମେ ପଛେ ଜେଲ ଯିବୁ ହେଲେ ବାଲା ସାହେବ ଠାକରେଙ୍କ ଶିବସେନାକୁ ଜୀବନ୍ତ ରଖିବୁ। ଶିବସେନା ସଂସ୍ଥାପକ ବାଲା ସାହେବ ଠାକରେଙ୍କ ପୁଅ ଉଦ୍ଧବ ଠାକେରଙ୍କୁ ଗତ ୨୦୧୯ ବର୍ଷରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରବର୍ତ୍ତାଇଥିବାରୁ ସେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ଏନେଇ ସେ କହିଛନ୍ତି ଶରଦ ପାୱାର ତାଙ୍କୁ ମାର୍ଗଦର୍ଶନ ଦେଇଛନ୍ତି। ଯେତେବେଳେ ବିଦ୍ରୋହୀ ଶିବସେନା ବିଧାୟକ ଉଦ୍ଧବ ଠାକରେଙ୍କୁ ପିଠିରେ ପଛରୁ  ଛୁରୀ ଦେଉଥିଲେ ସେତେବେଳେ ଶରଦ ପାୱାର ଉଦ୍ଧବ ଠାକରେଙ୍କ ପଛରେ ଦୃଢ ଭାବେ ଛିଡ଼଼ା ହୋଇଥିଲେ।


ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାର ସହ କଂଗ୍ରେସ ସର୍ବଦା ରହିଥିଲା। କ୍ଷମତା ଆସିଥାଏ ଯାଇଥାଏ। କ୍ଷମତାରେ କୌଣସି ଲୋକ ସ୍ଥାୟୀ ଭାବେ ରହିନଥାନ୍ତି। ନ୍ୟାୟ ଅବଶ୍ୟ ହେବ। ବର୍ତ୍ତମାନର ଦିନ ହେଉଛି ଅଗ୍ନିପରୀକ୍ଷାର ସମୟ। ଏହି ଦିନ ଶୀଘ୍ର ଅତିବାହିତ ହୋଇଯିବ। ଉଦ୍ଧବ ଠାକରେ ନିଜ ଦାୟିତ୍ୱରୁ ଦୂରେଇ ଯିବା ଲୋକେ ନୁହେଁ ଏବଂ ସେ ଶେଷ ପର୍ଯ୍ୟନ୍ତ ଲଢିବେ। ଶିବସେନା ପୁଣି ଥରେ ଉଠିବ। ଶିବ ସୈନିକ୍ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ। ଉଦ୍ଧବ ଠାକରେ ହେଉଛନ୍ତି ଆମର ନେତା। ତାଙ୍କ ପ୍ରତି ଯେପରି ସମର୍ଥନ ରହିଛି ସେ ଶେଷ ପର୍ଯ୍ୟନ୍ତ ଲଢେଇ କରିବେ।


ବିନା ବିଜେପି ନାଁ ନେଇ ସଞ୍ଜୟ ରାଉତ କହିଛନ୍ତି ଯେ ଯେଉଁମାନେ କ୍ଷମତା ହାସଲ କରିବାକୁ ଚାହୁଁଛନ୍ତି ସେମାନେ ଏପରି କାମ କରିପାରିବେ। ହେଲେ ଭବିଷ୍ୟତ ଶିବସେନାର ହେବ। ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଯେତେବେଳେ ତାଙ୍କ ଶେଷ କ୍ୟାବିନେଟ ବୈଠକ କରୁଥିଲେ ସେତେବେଳେ ସେ କହିଥିଲେ ଯେ ତାଙ୍କ ସହ ତାଙ୍କ ନିଜ ଲୋକ ବିଶ୍ୱାସଘାତକତା କରିଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ ଏହି କଥା ତାଙ୍କ ଆଖିରେ ଲୁହ ଆଣି ଦେଇଛି ବୋଲି କହିଥିଲେ ସଞ୍ଜୟ ରାଉତ।


Also Read: Maharashtra Politics: ସରକାର ଗାଦିଚ୍ୟୁତ ହେବା ପରେ ସଞ୍ଜୟ ରାଉତଙ୍କୁ ନୀତେଶ ରାଣେଙ୍କ କଟାକ୍ଷ


 


Also Read: Maharashtra Politics: ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟ ରାଉତଙ୍କ କଟାକ୍ଷ; କଲେ ଏପରି ଟ୍ୱିଟ