Maharashtra Politics: ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟ ରାଉତଙ୍କ କଟାକ୍ଷ; କଲେ ଏପରି ଟ୍ୱିଟ
Advertisement
Article Detail0/zeeodisha/odisha1236609

Maharashtra Politics: ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟ ରାଉତଙ୍କ କଟାକ୍ଷ; କଲେ ଏପରି ଟ୍ୱିଟ

Maharashtra Political Crisis:  ବିଦ୍ରୋହୀ ଶିବସେନା ବିଧାୟକଙ୍କ ଉଦ୍ଦେଶ୍ୟରେ ବିବଦୀୟ ଟ୍ୱିଟ କରି ଚର୍ଚ୍ଚାରେ ରହୁଛନ୍ତି ସଞ୍ଜୟ  ରାଉତ। 

Maharashtra Politics: ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟ ରାଉତଙ୍କ କଟାକ୍ଷ; କଲେ ଏପରି ଟ୍ୱିଟ

Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଆସାମ ରାଜଧାନୀ ଗୌହାଟିସ୍ଥିତ ରେଡି଼ସନ ବ୍ଲୁ ହୋଟେଲ ଠାରେ ଅବସ୍ଥାନ କରୁଥିବା ବିଦ୍ରୋହୀ ଶିବସେନା ବିଧାୟକଙ୍କ ଉଦ୍ଦେଶ୍ୟରେ ଏକ ଟ୍ୱିଟ  କଟାକ୍ଷ କରିଛନ୍ତି ଶିବସେନା ନେତା ସଞ୍ଚୟ ରାଉତ। 

ଏନେଇ ଟ୍ୱିଟ କରି ସେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ଉଦ୍ଦେଶ୍ୟରେ କହିଛନ୍ତି, "ମୁର୍ଖ ଲୋକ ହେଉଛନ୍ତି ଚଳ ପ୍ରଚଳ କରୁଥିବା ଜୀବନ୍ତ ଶବ। "  

ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ତାଙ୍କ ସମର୍ଥିତ ବିଧାୟକ ଗୋଷ୍ଠୀ ଉଦ୍ଦେଶ୍ୟରେ ଆହ୍ୱାନ ଦେଇ ସଞ୍ଜୟ ରାଉତ କହିଛନ୍ତି ଯଦି ଆପଣଙ୍କ ପାଖେ ୫୦ ବିଧାୟକଙ୍କ ସମର୍ଥନ ରହିଛି ତାହେଲେ ଆପଣ ଗୌହାଟି ଠାରେ କାହିଁକି ବସି ରହିଛନ୍ତି। ଆପଣ ମୁମ୍ବାଇ  ଫେରି ଆସି ଆପଣଙ୍କ ତାକତ ଦେଖାନ୍ତୁ। ଆପଣ ଆସାମରେ କାହିଁକି ବସି ରହିଛନ୍ତି। ଯେଉଁଠି ବନ୍ୟାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି।
 
ନିଜେ ରଖିଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହେବାରୁ ଏହା ଉପର ସଫେଇ ଦେଇ ସଞ୍ଚୟ ରାଉତ କହିଛନ୍ତି ଦଳରୁ ପଳାୟନ କରୁଥିବା ଲୋକଙ୍କ ବିବେକ ମରିଯାଇଛି। ମୁଁ କାହାର ଭାବନାକୁ ଆଘାତ କରି ନାହିଁ। ପୂର୍ବରୁ ସଞ୍ଜୟ ରାଉତ କହିଥିଲେ ବିଦ୍ରୋହୀ ବିଧାୟକଙ୍କ ଅନେକ ବାପା ଅଛନ୍ତି। ଆମର କେବଳ ଗୋଟିଏ ବାପା ଅଛନ୍ତି। ସେ ହେଉଛନ୍ତି ବାଲାସାହେବ ଠାକରେ।

ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଉପରେ ପ୍ରତିକ୍ରିୟା ସଞ୍ଜୟ ରାଉତ କହିଥିଲେ ବର୍ତ୍ତମାନର ସଙ୍କଟ ହେଉଛି ଶିବସେନାକୁ ପୁନର୍ଜୀବିତ କରିବାର ଏକ ସୁଯୋଗ। ଶିବସେନା କର୍ମୀଙ୍କୁ ସମ୍ବୋଧିତ କରିବା ବେଳେ ଗୌହାଟି ଠାରେ ଅବସ୍ଥାନ କରୁଥିବା ସିନ୍ଦେ ଗୋଷ୍ଠୀରେ ସାମିଲ ରହିଥିବା ବିଧାୟକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ କାହାକୁ ବିଶ୍ୱାସ କରାଯିବା ଆବଶ୍ୟକ ତାହା ଆମେ ଶିକ୍ଷା ଲାଭ କରି ସାରିଛୁ। ସେମାନେ ହେଉଛନ୍ତି ଏପରି ଶରୀର ଯାହାର ଆତ୍ମା ମରିଯାଇଛି। ମସ୍ତିଷ୍କ ମରିଯାଇଛି। ଆସାମରୁ ୪୦ ଶବ ଆସିବ। ଶବ ବ୍ୟବଚ୍ଛେଦ ପାଇଁ ତାହାକୁ ସିଧାସଳଖ ଶବ ଘରକୁ ପଠାଯିବ।  

ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀରେ ସାମିଲ ଥିବା ବିଧାୟକଙ୍କୁ ଚେତାବନୀ ଦେଇ ସେ ସେମାନଙ୍କୁ ଜୀବନ୍ତ ଶବ ବୋଲି କହିଥିଲେ। ହେଲେ ଏହାକୁ ନେଇ ବିବଦ ସୃଷ୍ଟି ହେବାରୁ ସେ ନିଜ ବୟାନ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି।

ନିଜ ବୟାନ ଉପରେ ସ୍ପଷ୍ଟୀକରଣ ଦେବା ଲାଗି ଶିବସେନା ନେତା ସଞ୍ଜୟ ରାଉତ ଦେଶର ସମାଜବାଦୀ ରାଜନେତା ରାମ ମନୋହର ଲୋହିଆଙ୍କ ସାହାରା ନେଇଛନ୍ତି। ଜୀବନ୍ତ ଶବ ଶବ୍ଦ ରାମ ମନୋହର ଲୋହିଆଙ୍କ ଶବ୍ଦ ବୋଲି କହିଛନ୍ତି ସେ। ବିଦ୍ରୋହୀ ବିଧାୟକଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ସେମାନଙ୍କ ଆତ୍ମା ​​ମରିଯାଇଛି। କେବଳ ଶରୀର ବଞ୍ଚି ରହିଛି। ସେମାନେ ହେଉଛନ୍ତି ଜୀବନ୍ତ ଶବ। ସେମାନଙ୍କ ଶରୀର ମୁମ୍ବାଇ ଆସିବ। ଯେଉଁମାନେ ଦଳରେ ୪୦ ବର୍ଷ ଧରି ରହିବା ପରେ ଦଳରୁ ପଳାୟନ କରନ୍ତି ସେମାନଙ୍କର ବିବେକ ମରିଯାଇଛି। ସେମାନଙ୍କ ଆତ୍ମ ମରିଯାଇଛି। କେବଳ ସେମାନଙ୍କ ଜୀବନ୍ତ ଶବ ବଞ୍ଚି ରହିଛି। ଜୀବନ୍ତ ମୃତ ଶରୀର ଶବ୍ଦ ମୋର ନୁହେଁ। ତାହା ହେଉଛି ରାମ ମନୋହର ଲୋହିୟାଙ୍କ ଶବ୍ଦ।  କାହାର ଭାବନାକୁ ଆଘାତ ଦେବା  ଭଳି ମୁଁ କିଛି କରି ନାହିଁ। ମୁଁ ସତ କହିଛି।

ସେହିପରି ଗୌହାଟି ଠାରେ ଅବସ୍ଥାନ କରୁଥିବା ବିଧାୟକଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଆମେ ହାର ମାନିଯିବା ଲୋକ ନୁହେଁ। ସେମାନଙ୍କୁ ରାଜ୍ୟକୁ ଫେରି ଆସିବା ଲାଗି ଦିଆଯାଇଥିବା ସମୟ ଶେଷ ହୋଇଛି। ବର୍ତ୍ତମାନ ଚାଲିଥିବା ଲଢେଇ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ। ଏହି ଲଢେଇ ରାସ୍ତାରେ ମଧ୍ୟ ଲଢାଯିବ। ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ।

Also Read: Maharashtra Politics: କ'ଣ ଏହି ଜୀବନ୍ତ ଶବ ବୟାନ; ଯାହା ପାଇଁ ଚର୍ଚ୍ଚାକୁ ଆସିଲେ ସଞ୍ଜୟ ରାଉତ

Also Read: ବିଦ୍ରୋହୀ ବିଧାୟକଙ୍କୁ ଚେତାବନୀ ଦେଲେ ସଞ୍ଜୟ ରାଉତ