Patra Chawl Land Scam: ପାତ୍ର ଚଲ ଜମି ଦୁର୍ନୀତିPatra Chawl Land Scam Case)ରେ ସମ୍ପୃକ୍ତ ଟଙ୍କା ହେରଫେର ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତ ଇଡି(ED) ସ୍କାନରରେ ଆସିଥିଲେ। ବର୍ତ୍ତମାନ ସେ ଅଗଷ୍ଟ ୨୨ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିଛନ୍ତି। ସଞ୍ଜୟ ମୁମ୍ବାଇର ଆର୍ଥର ରୋଡ ଜେଲ(Arthur Road Jail)ରେ ରହିଥିବା ବେଳେ ତାଙ୍କୁ ଅନ୍ୟ କଏଦୀଙ୍କ ପରି ନମ୍ବର ମଧ୍ୟ ଦିଆଯାଇଛି। 


COMMERCIAL BREAK
SCROLL TO CONTINUE READING


ତେଣୁ, ସାଂସଦ ସଞ୍ଜୟ ରାଉତଙ୍କ ସମସ୍ୟା କମ୍ ହେବାର ନାମ ନେଉନାହିଁ। ଶିବସେନା ନେତା ରାଉତଙ୍କ କଏଦୀ ସଂଖ୍ୟା ହେଉଛି ୮୯୫୯ (Sanjay Raut Prisoner Number 8959)। ଏଠାରେ କହି ରଖୁଛୁ, ଇଡି ରାଉତଙ୍କୁ କୋର୍ଟକୁ ହସ୍ତାନ୍ତର କରିଥିଲା ଯେଉଁଥିରେ ତାଙ୍କୁ ଅଗଷ୍ଟ ୨୨ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ, ସଞ୍ଜୟ ରାଉତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ୧୦ ବାଇ ୧୦ର ଏକ ଅଲଗା ଗୃହ ଯୋଗାଇ ଦିଆଯାଇଛି। ଯେଉଁଥିରେ ଏକ ଅଲଗା ଶୌଚାଳୟ ଏବଂ ଗାଧୁଆ ଘର ମଧ୍ୟ ଅଛି। ତାଙ୍କୁ ଶଯ୍ୟା ସହିତ ପଙ୍ଖା ମଧ୍ୟ ଦିଆଯାଇଛି ଏବଂ ଗୃହ ଆଖପାଖରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି।



ସଞ୍ଜୟ ରାଉତ ଜେଲରେ ଥିବା ସତ୍ତ୍ବେ ଗଣମାଧ୍ୟମ ଜରିଆରେ ମହାରାଷ୍ଟ୍ର ରାଜନୈତିକ ପରିସ୍ଥିତି ଉପରେ ମଧ୍ୟ ନଜର ରଖିଛନ୍ତି। ସେ ଜେଲ ପ୍ରଶାସନକୁ ଏକ ନୋଟବୁକ୍ ଏବଂ କଲମ ମାଗିଥିଲେ, ଯାହାକୁ ଅନୁମୋଦନ ମିଳିଯାଇଛି। ବର୍ତ୍ତମାନ ସେ ପ୍ରତ୍ୟକ ଦିନ କିଛି ନା କିଛି ଲେଖୁଛନ୍ତି। କେବଳ ସେତିକି ନୁହେଁ, ସେ କେତେକ ପୁସ୍ତକ ମଧ୍ୟ ମାଗିଥିଲେ, ଯାହା ତାଙ୍କୁ ଯୋଗାଇ ଦିଆଯାଇଛି। ଜେଲରେ ସଞ୍ଜୟ ରାଉତ କିଛି କିଛି ଲେଖିବା ସହିତ ପଢାପଢି ମଧ୍ୟ କରୁଛନ୍ତି।



କିଛି ଦିନ ପୂର୍ବରୁ କିଛି ସାଂସଦ ଏବଂ ବିଧାୟକ ରାଉତଙ୍କୁ ଭେଟିବା ପାଇଁ ଜେଲ ଯାଇଥିଲେ କିନ୍ତୁ, ତାଙ୍କୁ ସାକ୍ଷାତ କରିବାକୁ ଅନୁମତି ଦିଆଯାଇନଥିଲା। ଜେଲ ପ୍ରଶାସନ କହିଛି ଯେ, କେବଳ ତାଙ୍କ ପରିବାର ସଦସ୍ୟ ହିଁ ରାଉତଙ୍କୁ ଭେଟି ପାରିବେ। ଏହା ବ୍ୟତୀତ, ଯଦି ଅନ୍ୟ କେହି ରାଉତଙ୍କୁ ଭେଟିବାକୁ ଚାହାଁନ୍ତି, ତେବେ ତାଙ୍କୁ କୋର୍ଟରୁ ଅନୁମତି ନେବାକୁ ପଡ଼ିବ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଉତଙ୍କୁ ଜେଲରେ ଘରେ ତିଆରି ଖାଦ୍ୟ ଏବଂ ଓୌଷଧ ଆଦି ଯୋଗାଇ ଦିଆଯାଉଛି।



ନିକଟରେ ହୋଇଥିବା ମହାରାଷ୍ଟ୍ରର ହାଇଭୋଲ୍ଟେଜ ରାଜନୈତିକ ଡ୍ରାମା କାହାକୁ ଅଛପା ନାହିଁ। ଗୋଟିଏ ପଟେ ଶିବସେନାରେ ଏକନାଥ ସିନ୍ଧେ ବିଦ୍ରୋହ ଆରମ୍ଭ କରିଦେଇଥିବା ବେଳେ ଅନ୍ୟପଟେ ଦଳରେ ଥାଇ ଗୋଟିଏ ପରେ ଗୋଟିଏ ତୀକ୍ଷ୍ଣ ବୟାନ ଦେଇଚାଲିଥିଲେ ସଞ୍ଜୟ ରାଉତ। ତାଙ୍କର ବୟାନ ଆକ୍ରମଣ ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ଇଡି(ED) ଅସ୍ତ୍ର ଛାଡିଥିବା ଅଭିଯୋଗ କରିଥିଲା ବିରୋଧି। ସେତେବେଳେ ବିବାଦ ଚରମ ସୀମାରେ ପହଞ୍ଚିଥିଲା। ସରକାର ବଞ୍ଚାଇବା ପାଇଁ ଉଦ୍ଧବ ପ୍ରାଣପଣେ ଉଦ୍ୟମ କରିଥିବା ବେଳେ ସଫଳ ହାଇପାରିନଥିଲେ। ଶେଷରେ ଜିତାପଟ ବିଜେପି ହାତକୁ ଚାଲିଯାଇଥିଲା।