ଲକ୍ଷ୍ନୌ: ପୂର୍ବତନ ସହଯୋଗୀ ବିଜେପି ବିରୁଦ୍ଧରେ ସାଂଘାତିକ ଅଭିଯୋଗ କରିଛନ୍ତି ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମପ୍ରକାଶ ରାଜଭର। ନିଜେ କରିଥିବା ଅଭିଯୋଗ କରି ସେ କହିଛନ୍ତି ବିଜେପି ମୋର ହତ୍ୟା କରିପାରେ।  ମୋତେ ମିଥ୍ୟା ମାମଲାରେ ଫସାଇବାକୁ କରାଯାଉଛି ଷଡ଼ଯନ୍ତ୍ର। 


COMMERCIAL BREAK
SCROLL TO CONTINUE READING

ବାରଣାସୀ ଠାରେ ଭାଗିଦାରୀ ସଂକଳ୍ପ ମୋର୍ଚ୍ଚା ମେଣ୍ଟରେ (Bhagidari Sankalp Morcha) ସାମିଲ ଥିବା ଭାଗିଦାରୀ ପାର୍ଟି (Bhagidari Party) ପକ୍ଷରୁ ଆୟୋଜିତ ମହାପଞ୍ଚାୟତରେ ଯୋଗ ଦେଇ ସୁହଲଦେବ ସୁହଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି ଅଧ୍ୟକ୍ଷ (SBSP President) ଓମପ୍ରକାଶ ରାଜଭର (Om Prakash Rajbhar) କହିଛନ୍ତି ଦେଶର ସ୍ୱାଧିନତା ପାଇଁ ଜିନ୍ନାଙ୍କ ଏକ ବଡ଼ ଅବଦାନ ରହିଛି । ଆରଏସଏସ ଏବଂ ବିଜେପି ଲୋକ ଦେଶର ବିଭାଜନ କରିଛନ୍ତି। ବିଜେପି ଦଳ ସହ ଜଡି଼ତ ଲୋକ ହେଉଛନ୍ତି ଅଶିକ୍ଷିତ। ତାଙ୍କୁ ବିଜେପି ହତ୍ୟା କରିପାରେ ବୋଲି ଏକ ବିବାଦୀୟ ବୟାନ ଦେଇଛନ୍ତି ସେ। ଏପରିକି ମିଥ୍ୟା ମାମଲାରେ ତାଙ୍କୁ ଫସାଇବାକୁ ଷଡ଼ଯନ୍ତ୍ର କରାଯାଉଥିବା କହିଛନ୍ତି ସେ। 


ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ନାଁ ନେବା ଠିକ ନା ଭୁଲ ସେ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ବୋଲି ଏସବିଏସପି ଅଧ୍ୟକ୍ଷ ଓମପ୍ରକାଶ ରାଜଭର କହିଛନ୍ତି ଦେଶର ସ୍ୱାଧିନତା ପାଇଁ ଜିନ୍ନାଙ୍କର ଏକ ବଡ଼ ଅବଦାନ ରହିଛି। ଯେତେବେଳେ ବାଲ ଗଙ୍ଗାଧର ତିଲକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ସେତେବେଳେ ତାଙ୍କ ବିରୁଦ୍ଧରେ ମାମଲା କିଏ ଲଢିଥିଲା। ଏହି ଲଢେଇ ଜିନ୍ନା ଲଢିଥିଲା। ଜିନ୍ନାଙ୍କୁ କରାଯାଉଥିବା ପ୍ରଂଶସା ବିଜେପି ପାଇଁ କଷ୍ଟଦାୟକ ହୋଇଛି।  


Also Read: Jinnah ବିବାଦରେ Entry ମାରିଲେ Asaduddin Owaisi; କହିଲେ ଦେଶ ବିଭାଜନ ପାଇଁ କଂଗ୍ରେସ ଦାୟୀ


ଯଦି ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ଅଖଣ୍ଡ ଭାରତ ବର୍ଷର ପ୍ରଧାନମନ୍ତ୍ରୀ କରାଯାଇଥାନ୍ତା ତାହେଲେ ଦେଶ ବିଭାଜନ ହୋଇନଥାନ୍ତା। ଜିନ୍ନାଙ୍କ କାରଣରୁ ଦେଶ ବିଭାଜନ ହୋଇଛି ନାଁ ନାହିଁ ସେ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରାଜଭର କହିଛନ୍ତି ଆରଏସଏସ ଏବଂ ବିଜେପି ଦେଶର ବିଭାଜନ କରିଛନ୍ତି। ହିନ୍ଦୁ-ମୁସଲମାନ ରାଜନୀତି ବିଜେପି କରୁଛି। ସେମାନେ କେବଳ ଏହା ଦେଖୁଛନ୍ତି ଯଦି ମୁସଲମାନଙ୍କୁ ଉତ୍ତେଜିତ କରାଯାଏ ତାହେଲେ ଏହା ହିନ୍ଦୁ ଏକାଠି ହୋଇଯିବେ।