Jinnah ବିବାଦରେ Entry ମାରିଲେ Asaduddin Owaisi; କହିଲେ ଦେଶ ବିଭାଜନ ପାଇଁ କଂଗ୍ରେସ ଦାୟୀ
Advertisement
Article Detail0/zeeodisha/odisha1027018

Jinnah ବିବାଦରେ Entry ମାରିଲେ Asaduddin Owaisi; କହିଲେ ଦେଶ ବିଭାଜନ ପାଇଁ କଂଗ୍ରେସ ଦାୟୀ

ଅଖଣ୍ଡ ଭାରତ ବର୍ଷର ବିଭାଜନ ମୁସଲମାନ ନୁହେଁ ଜିନ୍ନାଙ୍କ କାରଣରୁ ହୋଇଥିଲା। 

Jinnah ବିବାଦରେ Entry ମାରିଲେ Asaduddin Owaisi; କହିଲେ ଦେଶ ବିଭାଜନ ପାଇଁ କଂଗ୍ରେସ ଦାୟୀ

ଲକ୍ଷ୍ନୌ: ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ନେଇ ଉତ୍ତର ପ୍ରଦେଶ ରାଜନୀତିରେ ସୃଷ୍ଟି ହୋଇଥିବା ବିବାଦରେ ପ୍ରବେଶ କରିଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି। ଏନେଇ ସେ କହିଛନ୍ତି ଦେଶ ବିଭାଜନ ପାଇଁ କଂଗ୍ରେସ ହେଉଛି ଦାୟୀ।

କିଛି ଦିନ ପୂର୍ବେ ସୁହଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି (SBSP) ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର (Om Prakash Rajbhar) କହିଥିଲେ ଯଦି ପାକିସ୍ତାନର ପ୍ରତିଷ୍ଠାତା (Founder of Pakistan) ମହମ୍ମଦ ଅଲ୍ଲୀ ଜିନ୍ନା (Muhammad Ali Jinnah) ଅଖଣ୍ଡ ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତାହେଲେ ଦେଶ ବିଭାଜନ ହୋଇନଥାନ୍ତା। ଏହା ଉପରେ ଜବାବ ରଖି ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି (AIMIM President Asaduddin Owaisi) ସେତେବେଳେ ମୁଖ୍ୟ ନେତା ରୂପେ କଂଗ୍ରେସ ଏଭଳି ଘଟଣା ଘଟିବା ପାଇଁ ଦାୟୀ। 

Also Read: UP Poll 2022: Jinnah ଙ୍କୁ ପ୍ରଂଶସା କରି BJP ଜାଲରେ ଫସିଯିବକି Samajwadi Party?

ଗତକାଲି ଉତ୍ତର ପ୍ରଦେଶ ମୋରଦାବାଦ ଠାରେ ଆୟୋଜିତ ହୋଇଥିବା ଏକ ରାଲିକୁ ସମ୍ବୋଧିତ କରି ଅସାଦୁଦ୍ଦିନ ଓୱେସି କହିଛନ୍ତି ଆରଏସଏସ (RSS), ବିଜେପି (BJP) କିମ୍ବା ସମାଜବାଦ ପାର୍ଟି (Samajwadi Party) ସହ ଜଡିତ ଲୋକ ଇତିହାସ ପଢିନାହାଁନ୍ତି। ଅଖଣ୍ଡ ଭାରତ ବର୍ଷର ବିଭାଜନ ମୁସଲମାନ ନୁହେଁ ଜିନ୍ନାଙ୍କ କାରଣରୁ ହୋଇଥିଲା। ସେତେବେଳେ କେବଳ ସେହି ମୁସଲମାନ ଭୋଟ ଦେଇ ପାରୁଥିଲେ ଯିଏ ନବାବ କିମ୍ବା ଡିଗ୍ରୀ ଧାରକ ଅର୍ଥାତ ଶିକ୍ଷିତ ଥିଲେ। ସେତେବେଳର କଂଗ୍ରେସ ନେତା ଦେଶ ବିଭାଜନ ପାଇଁ ଦାୟୀ ଥିଲେ।   

Also Read: ଜିନ୍ନା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ହୋଇନଥାନ୍ତା ବିଭାଜନ: OP Rajbhar

ଏସବିଏସପି ଅଧ୍ୟକ୍ଷ ରାଜଭରଙ୍କ ପୂର୍ବରୁ ସମାଜବାଦୀ ପାର୍ଟି (Samajwadi Party) ଏସପି ସୁପ୍ରିମୋ (SP Supremo) ଅଖିଲେଶ ଯାଦବ (Akhilesh Yadav) ଗତ ଅକ୍ଟୋବର ୩୧ ତାରିଖରେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ସମାଜବାଦୀ ରଥ ଯାତ୍ରା (Samajwadi Rath Yatra) ନେଇ ରାଜ୍ୟର ହରଦୋଇ (Hardoi) ଜିଲ୍ଲା ଠାରେ ପହଞ୍ଚିଥିଲେ। ଏହି ଅବସରରେ ସେ ଦେଶର ଲୌହ ମାନବ (Iron Man of India) ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ (Sardar Vallabh Bhai Patel) ଜୟନ୍ତୀ ଅବସରରେ ପାକିସ୍ତାନର ପ୍ରତିଷ୍ଠାତାଙ୍କୁ ସ୍ମରଣ କରି କରିଥିଲେ। ଏନେଇ ସେ କହିଥଲେ ସର୍ଦ୍ଦାର ପଟେଲ, ମହାତ୍ମା ଗାନ୍ଧୀ, ଜବାହାର ଲାଲ ନେହେରୁ, ମହମ୍ମଦ ଅଲ୍ଲୀ ଜିନ୍ନା ଗୋଟିଏ ଶିକ୍ଷାନୁଷ୍ଠାନରେ ପାଠ ପଢି ବାରିଷ୍ଟର ହୋଇଥିଲେ। ବାରିଷ୍ଟର ହେବା ପରେ ସେମାନେ ଦେଶକୁ ସ୍ୱାଧିନ କରିବା ପାଇଁ ସେମାନେ ସଂଘର୍ଷ କରିବାରୁ କେବେ ପଛକୁ ହଟିନଥିଲେ। 

Also Read: UP Election 2022: ଦଳୀୟ ସଭା ପୂର୍ବରୁ AIMIM ବ୍ୟାନର ପୋଷ୍ଟର ହଟାଇଦେଲା ପ୍ରଶାସନ

ଯେ କେହି ତାଙ୍କୁ କିଛି ଲେଖି ଦିଅନ୍ତି  ତାହାକୁ ସେ କହିଥାନ୍ତି। ତାଙ୍କୁ ଇତିହାସ ଜଣା ନାହିଁ। ଅଖିଳେଶ ଯାଦବ ଜାଣି ନାହାନ୍ତି ଭାରତ ବର୍ଷକୁ ଖଣ୍ଡ ବିଖଣ୍ଡିତ ଜିନ୍ନା କରିଛନ୍ତି। ସମାଜବାଦୀ ପାର୍ଟି ସୁପ୍ରିମୋ ଦେଶର ଇତିହାସ ଜାଣିନାହାଁନ୍ତି। ସେ ଶୁଆଙ୍କ ଭଳି ଘୋଷିବା ପରେ କୌଣସି ପ୍ରସଙ୍ଗରେ ବୟାନବାଜି କରିଥାନ୍ତି।