Uttar Pradesh Politics: ଗତ ଗୁରୁବାର ସମାଜବାଦୀ ପାର୍ଟି ଏବଂ ସହଯୋଗୀ ସୁହଲଦେବ ଭାରତୀୟ ସମାଜ ପାର୍ଟି ମଧ୍ୟରେ ଚାଲିଥିବା ଖୋଲାଖୋଲି ଭାବେ ସାମ୍ନାକୁ ଆସିଥିଲା। ଯେତେବେଳେ ରାଷ୍ଟ୍ରପତି ନିର୍ବାଚନ ଲଢୁଥିବା ବିରୋଧି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ଲାଗି ସମାଜବାଦୀ ପାର୍ଟି ପକ୍ଷରୁ ଆୟୋଜିତ ହେଉଥିବା ବୈଠକରେ ଯୋଗ ଦେବା ଲାଗି ଓମ ପ୍ରକାଶ ରାଜଭାର କିମ୍ବା ତାଙ୍କ ଦଳ ସୁହଲଦେବ ଭାରତୀୟ ସମାଜ ପାର୍ଟିକୁ ନିମନ୍ତ୍ରଣ ମିଳିନଥିଲା। ଏହି ବୈଠକରେ ଯୋଗ ଦେବା ଲାଗି ନିମନ୍ତ୍ରଣ ନ ମିଳିବା ଉପରେ ପ୍ରତିକ୍ରିୟା ରଖି ଓମ ପ୍ରକାଶ ରାଜଭାର କହିଥିଲେ ତାଙ୍କୁ ଅଖିଳେଶ ଯାଦବ କିମ୍ବା ସମାଜବାଦୀ ପାର୍ଟି ପକ୍ଷରୁ କୌଣସି ନିମନ୍ତ୍ରଣ ମିଳିନାହିଁ। 


COMMERCIAL BREAK
SCROLL TO CONTINUE READING

ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ତାଙ୍କୁ କାହିଁକି ନିମନ୍ତ୍ରଣ କରାଯାଇଥିଲା ସେହି ପ୍ରଶ୍ନ ଅଖିଲେଶ ଯାଦବଙ୍କୁ ଭେଟି ତାଙ୍କୁ ପଚାରିବେ ବୋଲି କହିଛନ୍ତି ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭାର। ଯଦିଓ ରାଷ୍ଟ୍ରପତି ନିର୍ବାଚନରେ ସେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ନେଇ ଘୋଷଣା କରିଛନ୍ତି। ହେଲେ ସମାଜବାଦୀ ପାର୍ଟି ନେତୃତ୍ୱଧିନ ସମାଜବାଦୀ ମେଣ୍ଟରେ ସାମିଲ ରହିଥିବା ସତ୍ତ୍ୱେ ବିଜେପି ସହ ଦଳର ବଢୁଥିବା ଘନିଷ୍ଠତାକୁ ନେଇ ଉତ୍ତର ପ୍ରଦେଶ ରାଜନୀତିରେ ଜାରି ରହିଛି ଚର୍ଚ୍ଚା। ଦଳ ସମାଜବାଦୀ ମେଣ୍ଟରୁ ଦୂରେଇ ଯାଇପାରେ ବୋଲି ଅନୁମାନ କରାଯାଉଛି। 


ଏହି ଚର୍ଚ୍ଚା ଉପରେ ଜବାବ ରଖି ଓମ ପ୍ରକାଶ ରାଜଭାର କହିଛନ୍ତି ଯେ ସେ ଅଖିଳେଶ ଯାଦବଙ୍କୁ ଭେଟିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ରବିବାର ସମାଜବାଦୀ ପାର୍ଟି ନେତା ତଥା ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଘନିଷ୍ଠ ସହଯୋଗୀ ଉଦୟବୀର ସିଂହଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ ସେ  ଅଖିଲେଶ ଯାଦବଙ୍କ ମତମତ ପାଇବାକୁ ଅପେକ୍ଷା କରିଛନ୍ତି। ଏହା ପରେ ସେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବେ।


ରାଷ୍ଟ୍ରପତି ନିର୍ବାଚନ ଲଢୁଥିବା  ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ ସେ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଛନ୍ତି। ଏନେଇ ସେ କହିଛନ୍ତି ଏହି ନିର୍ବାଚନ ଲାଗି ଆହୁରି ସମୟ ବାକି ରହିଛି। ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ସେ ଖୁସି ବ୍ୟକ୍ତ କରିବା ସହ ରାଜନୀତିରେ ସର୍ବାଧିକ ଦଳିତ ତଥା ପଛୁଆ ବର୍ଗ ପାଇଁ ଲଢୁଛନ୍ତି ବୋଲି କହିଥିଲେ। ଡକ୍ଟର ବିଆର ଆମ୍ବେଦକର, ଡକ୍ଟର ରାମ ମନୋହର ଲୋହିଆ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଉଦ୍ଦେଶ୍ୟ ଏହା ଥିଲେ  ଯେ ରାଜନୀତିରେ ବଞ୍ଚିତ ରହିଥିବା ଲୋକଙ୍କୁ ଜନମାନସକୁ ଆଣିବା ଆବଶ୍ୟକ। ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଶଂସା କରି ସେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରୁ ନାହାଁନ୍ତି କି ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ଯେ ସେ କେବଳ ଠିକ୍ କଥା କହୁଛନ୍ତି।


ଗତ ଶୁକ୍ରବାର ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରଚାର କରିବାକୁ ଆସି ରାଜ୍ୟରେ ପହଞ୍ଚିଥିବା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜଧାନୀ ଲକ୍ଷ୍ନୌସ୍ଥିତ ତାଙ୍କ ସରକାରୀ ବାସଭବନରେ ଏକ ରାତ୍ରୀ ଭୋଜନ ଆୟୋଜନ କରିଥିଲେ। ଯେଉଁଥିରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟର ସହଯୋଗୀଙ୍କ ସମେତ ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭାର, ଜନସତ୍ତା ଦଳ ଲୋକତାନ୍ତ୍ରିକ ନେତା ରଘୁରାଜ ପ୍ରତାପ ସିଂହ ଏବଂ  ପ୍ରଗତିଶୀଳ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଶିବପାଲ ଯାଦବ ଯୋଗ ଦେଇଥିଲେ।


ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ କ୍ରମେ ମୁଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ରାତ୍ରୀ ଭୋଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି ବୋଲି କହିଛନ୍ତି ଓମ ପ୍ରକାଶ ରାଜଭର। ଶନିବାର ବାଲିଆ ଠାରେ ସେ ସମାଜବାଦୀ ମେଣ୍ଟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଆମ ପକ୍ଷରୁ କୌଣସି ମତଭେଦ ନାହିଁ। ମେଣ୍ଟ ଧର୍ମ ନିଭାଇବା ପାଇଁ ମୋ ଦଳ ପ୍ରତିଶୃତିବଦ୍ଧ। ଆମେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିଛୁ। ଏହି ମେଣ୍ଟ ଆଗକୁ ଜାରି ରହିବ। ଯେତେବେଳେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମେଣ୍ଟ ଭାଙ୍ଗିବେ ସେତେବେଳେ ଆମେ ନିଷ୍ପତ୍ତି ନେବୁ।


ମୋଟ ୪୦୩ ସଦସ୍ୟ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭାରେ ଓମ ପ୍ରକାଶ ରାଜଭାରଙ୍କ ଦଳର ୬ ଜଣ ବିଧାୟକ ଅଛନ୍ତି। ନିକଟ ଅତୀତରେ ସେ ସମାଜବାଦୀ ପାର୍ଟି ନେତୃତ୍ୱାଧୀନ ସମାଜବାଦୀ ମେଣ୍ଟରେ ଯୋଗ ଦେଇ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଗତ ୨୦୧୭ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ବିଜେପି ସହ ମେଣ୍ଟ କରି ଥିଲେ ଏବଂ ରାଜ୍ୟରେ ବିଜେପି ସରକାର ଗଠିତ ହୋଇଥିଲା। ହେଲେ ପରେ ତାଙ୍କ ଦଳ ବିଜେପି ସରକାର ଠାରୁ ଦୂରେଇ ଯାଇଥିଲେ।


ଗତ ସୋମବାର ପ୍ରତିକ୍ରିୟା ରଖି ଓମ ପ୍ରକାଶ ରାଜଭାର କହିଥିଲେ ଯେ  ସେ ୨୦୧୪ ଲୋକସଭା ନିର୍ବାଚନରେ ​​ସମାଜବାଦୀ ମେଣ୍ଟ ସହିତ ରହିବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ୧୦୦ ଦିନିଆ କାର୍ଯ୍ୟକାଳ ମଧ୍ୟରେ ବିଜେପି ସରକାର କେବଳ ଘୃଣା ପ୍ରସାର କରିବା ଭଳି କାର୍ଯ୍ୟ କରିଛି।


Also Read: UP Politics: ମହାନ ଦଳ ପରେ ସମାଜବାଦୀ ମେଣ୍ଟରୁ ବାହାରିଯିବ ସୁହଲଦେବ ଭାରତୀୟ ସମାଜ ପାର୍ଟି


Also Read: Uttar Pradesh Politics: ରାଷ୍ଟ୍ରପତି ନିର୍ବାଚନ ବେଳେ ସମାଜବାଦୀ ମେଣ୍ଟରେ ଫାଟ