UP Politics: ମହାନ ଦଳ ପରେ ସମାଜବାଦୀ ମେଣ୍ଟରୁ ବାହାରିଯିବ ସୁହଲଦେବ ଭାରତୀୟ ସମାଜ ପାର୍ଟି
Advertisement
Article Detail0/zeeodisha/odisha1251003

UP Politics: ମହାନ ଦଳ ପରେ ସମାଜବାଦୀ ମେଣ୍ଟରୁ ବାହାରିଯିବ ସୁହଲଦେବ ଭାରତୀୟ ସମାଜ ପାର୍ଟି

Uttar Pradesh Politics: ବିଧାନସଭା ନିର୍ବାଚନ ପରେ ସମାଜବାଦୀ ପାର୍ଟି ଏବଂ ସହଯୋଗୀ ସୁହଲଦେବ ଭାରତୀୟ ସମାଜ ପାର୍ଟି ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବଢୁଥିବା ବିବାଦକୁ ନେଇ ଏବେ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି।

UP Politics: ମହାନ ଦଳ ପରେ ସମାଜବାଦୀ ମେଣ୍ଟରୁ ବାହାରିଯିବ ସୁହଲଦେବ ଭାରତୀୟ ସମାଜ ପାର୍ଟି

Uttar Pradesh Politics: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ସମାଜବାଦୀ ପାର୍ଟି ନେତୃତ୍ୱରେ ଗଠିତ ହୋଇଥିବା ସମାଜବାଦୀ ମେଣ୍ଟରେ ଦେଖିବାକୁ ମିଳିଛି ଫାଟ। ଯାହାର ଉଦାହରଣ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ଦେଖିବାକୁ ମିଳିଛି। ଏହି ନିର୍ବାଚନରେ ଶାସକ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟର ପ୍ରାର୍ଥୀ ସମର୍ଥନ ଦେବାକୁ ଘୋଷଣା କରିଛି ଓମ ପ୍ରକାଶ ରାଜଭରଙ୍କ ନେତୃତ୍ୱାଧିନ ସୁହଲଦେବ ଭାରତୀୟ ସମାଜ ପାର୍ଟି। ଯଦିଓ ରାଷ୍ଟ୍ରପତି ନିର୍ବାଚନରେ ବିରୋଧି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ ଜଣାଇଛି ସମାଜବାଦୀ ମେଣ୍ଟର ନେତୃତ୍ୱ ନେଉଥିବା ସମାଜବାଦୀ ପାର୍ଟି। 

ବିଧାନସଭା ନିର୍ବାଚନ ପରେ ସମାଜବାଦୀ ପାର୍ଟି ଏବଂ ସହଯୋଗୀ ସୁହଲଦେବ ଭାରତୀୟ ସମାଜ ପାର୍ଟି ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବଢୁଥିବା ବିବାଦକୁ ନେଇ ଏବେ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ହେଲେ ଏହା ମଧ୍ୟରେ ଏକ ବଡ଼ ବୟାନ ଦେଇଛନ୍ତି ଓମ ପ୍ରକାଶ ରାଜଭର।ଏନେଇ ସେ କହିଛନ୍ତି ଯେ ସେ ଅଖିଳେଶ ଯାଦବଙ୍କ ଠାରୁ ଛାଡପତ୍ର ପାଇବାକୁ ଅପେକ୍ଷା କରିଛନ୍ତି। ସମାଜବାଦୀ ପାର୍ଟି ସହ ସହ ମେଣ୍ଟ ଭାଙ୍ଗିବା ପାଇଁ ସେ ତାଙ୍କ ସ୍ତରରୁ କୌଣସି ପ୍ରୟାସ କରିବେ ନାହିଁ।

ଗତ ଗୁରୁବାର ସମାଜବାଦୀ ପାର୍ଟି ଏବଂ ସହଯୋଗୀ ସୁହଲଦେବ ଭାରତୀୟ ସମାଜ ପାର୍ଟି ମଧ୍ୟରେ ଚାଲିଥିବା ଖୋଲାଖୋଲି ଭାବେ ସାମ୍ନାକୁ ଆସିଥିଲା। ଯେତେବେଳେ ରାଷ୍ଟ୍ରପତି ନିର୍ବାଚନ ଲଢୁଥିବା ବିରୋଧି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ଲାଗି ସମାଜବାଦୀ ପାର୍ଟି ପକ୍ଷରୁ ଆୟୋଜିତ ହେଉଥିବା ବୈଠକରେ ଯୋଗ ଦେବା ଲାଗି ଓମ ପ୍ରକାଶ ରାଜଭାର କିମ୍ବା ତାଙ୍କ ଦଳ ସୁହଲଦେବ ଭାରତୀୟ ସମାଜ ପାର୍ଟିକୁ ନିମନ୍ତ୍ରଣ ମିଳିନଥିଲା। ଏହି ବୈଠକରେ ଯୋଗ ଦେବା ଲାଗି ନିମନ୍ତ୍ରଣ ନ ମିଳିବା ଉପରେ ପ୍ରତିକ୍ରିୟା ରଖି ଓମ ପ୍ରକାଶ ରାଜଭାର କହିଥିଲେ ତାଙ୍କୁ ଅଖିଳେଶ ଯାଦବ କିମ୍ବା ସମାଜବାଦୀ ପାର୍ଟି ପକ୍ଷରୁ କୌଣସି ନିମନ୍ତ୍ରଣ ମିଳିନାହିଁ। 

ଗତ ଶୁକ୍ରବାର ରାଜ୍ୟ ମଉ ଜିଲ୍ଲାରେ ଆୟୋଜିତ ହୋଇଥିବା ଦଳୀୟ ବୈଠକରେ ଯୋଗ ଦେବା ଅବସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର କହିଛନ୍ତି ସମାଜବାଦୀ ପାର୍ଟି ସହ ମେଣ୍ଟ ଭାଙ୍ଗିବା ପାଇଁ ସେ ତାଙ୍କ ପକ୍ଷରୁ କୌଣସି ପ୍ରୟାସ କରିବେ ନାହିଁ। ତାଙ୍କ ଦଳର ସମାଜବାଦୀ ପାର୍ଟି ସହ ଚାଲିଥିବା ବିବାଦ ଉପରେ ଜବାବ ରଖି ସେ କହିଛନ୍ତି ଯେ ସେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଠାରୁ ଛାଡପତ୍ର ପାଇବାକୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ସେ ସମାଜବାଦୀ ପାର୍ଟି ସହ ରହିଥିବା କହିଛନ୍ତି। ଯଦି ଅଖିଳେଶ ଯାଦବ ତାଙ୍କୁ ପାଖରେ ରଖିବାକୁ ଚାହୁଁନାହାଁନ୍ତି ତାହେଲେ ସେ ସମାଜବାଦୀ ମେଣ୍ଟରେ ଜବରଦସ୍ତ ରହିବେ ନାହିଁ।

ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବହୁଜନ ସମାଜ ପାର୍ଟି ସହ ମେଣ୍ଟ କରିବା ନେଇ ଓମ ପ୍ରକାଶ ରାଜଭର ଦେଇଥିବା ପରାମର୍ଶକୁ ପ୍ରତ୍ୟାଖ୍ୟାନ କରି ଗତ ମଙ୍ଗଳବାର ଅଖିଳେଶ ଯାଦବ କହିଥିଲେ ସମାଜବାଦୀ ପାର୍ଟିକୁ କାହାର ପରାମର୍ଶ ଆବଶ୍ୟକ ନାହିଁ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଏବଂ ପରେ ରାଜ୍ୟର ରାମପୁର ଏବଂ ଆଜମଗଡ ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ହୋଇଥିବା ଉପନିର୍ବାଚନ ସମାଜବାଦୀ ପାର୍ଟିର ନୈରାଶ୍ୟଜନକ ପ୍ରଦର୍ଶନ ଉପରେ ପ୍ରତିକ୍ରିୟା ରଖି ଓମପ୍ରକାଶ ରାଜଭାର, ଅଖିଳେଶ ଯାଦବଙ୍କୁ ପରାମର୍ଶ ଦେଇ କହିଥିଲେ ସେ ଶୀତତାପ ନିୟନ୍ତ୍ରିତ ଘରୁ ବାହାରି ରାସ୍ତାରେ ସଂଘର୍ଷ କରନ୍ତୁ।

Also Read: Uttar Pradesh Politics: ରାଷ୍ଟ୍ରପତି ନିର୍ବାଚନ ବେଳେ ସମାଜବାଦୀ ମେଣ୍ଟରେ ଫାଟ

Also Read: 'ଅଖିଲେଶ ଯାଦବଙ୍କୁ ଲାଗିଗଲାଣି ଏସି ରୁମ ଅଭ୍ୟାସ'

Also Read: Crack in Samajwadi Alliance: ମେଣ୍ଟରୁ ବାହାରିଗଲେ କେଶବ ଦେବ ମୌର୍ଯ୍ୟ,ଚର୍ଚ୍ଚାରେ ଓପି ରାଜଭର