Shafiqur Rahman Barq: ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ମାମଲାକୁ ନେଇ ଜାରି ରହିଛି ରାଜନୀତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ  ଟାର୍ଗେଟ କରିଛନ୍ତି ଉତ୍ତର ପ୍ରଦେଶ ସମ୍ଭଲ ଲୋକସଭା ଆସନର ସମାଜବାଦୀ ପାର୍ଟି ସାଂସଦ ଶଫିକୁର୍ର ରହମାନ ବର୍କ।  


COMMERCIAL BREAK
SCROLL TO CONTINUE READING

ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରି ସାଂସଦ ଶଫିକୁର୍ର ରହମାନ ବର୍କ କହିଛନ୍ତି ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ଦିଆଯାଇଥିବା ବିବାଦୀୟ ବୟାନ ଲାଗି ଦେଶ ବିଦେଶରେ ସ୍ଥିତି ବିଗିଡିବାରେ ଲାଗିଛି। ହେଲେ ପ୍ରଧାନମନ୍ତ୍ରୀ-ଗୃହମନ୍ତ୍ରୀ ଶାହା ଚୁପ୍ ରହିଛନ୍ତି। ହିନ୍ଦୁଙ୍କ ବ୍ୟତୀତ ମୁସଲିମଙ୍କ ଲାଗି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି ଏବଂ ଅମିତ ଶାହ।


ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ମାମଲାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହସ୍ତକ୍ଷେପ କରି ସ୍ଥିତି ସମ୍ଭାଳନ୍ତୁ। କାରଣ ଆମେ ଚାହୁଁନାହୁଁ ଯେ ପରିସ୍ଥିତି ଆହୁରି ବିଗିଡି଼ ଯାଉ। ଭବିଷ୍ୟତରେ କେହି ଯେପରି ପୈଗମ୍ବର ମହମ୍ମଦଙ୍କ ବାବଦରେ ବିବାଦୀୟ ବୟାନ ଦେଇପାରିବ ନାହିଁ ସେ ନେଇ  କେନ୍ଦ୍ର ସରକାର କଠୋର ଆଇନ ପ୍ରଣୟନ କରନ୍ତୁ।


ନିକଟରେ ଗତ ଜୁନ ୧୦ ତାରିଖରେ ଶୁକ୍ରବାର ଜୁମା ନମାଜ ପରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ସମ୍ଭଲ ଲୋକସଭା ଆସନର ସମାଜବାଦୀ ପାର୍ଟି ସାଂସଦ ଶଫିକୁର୍ର ରହମାନ ବର୍କ କହିଛନ୍ତି ମୁସଲମାନ ସମ୍ପ୍ରଦାୟ ବିଭିନ୍ନ ସ୍ଥାନରେ ନିଜର ଭାବନା ଅନୁଯାୟୀ ପ୍ରଦର୍ଶନ କରୁଛି। ମୁସଲିମ ସମ୍ପ୍ରଦାୟ ଅନୁଭବ କରୁଛି ଯେ ଏହାର ସଂସ୍ଥାପକଙ୍କୁ ଅପମାନିତ କରାଯାଇଛି ଏବଂ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯାହାକୁ ନେଇ ସମସ୍ତେ ନାରାଜ ହୋଇଉଠିଛନ୍ତି। ମୁଁ ସମସ୍ତ ମୁସଲମାନଙ୍କୁ ଧୈର୍ଯ୍ୟ ଧରିବାକୁ ଅନୁରୋଧ କରୁଛି। ନପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବା ପର୍ଯ୍ୟନ୍ତ କିଛି ସମୟ ଅପେକ୍ଷା କରନ୍ତୁ। ଦେଶରେ ବିଜେପି-ଆରଏସଏସ ଦ୍ୱାରା ଘୃଣା ବିସ୍ତାର କରାଯାଉଛି। ବିରୋଧ ପ୍ରଦର୍ଶନ ସମୟରେ ସାଧାରଣ ଜନତା ଆହତ ହେବା ଅତ୍ୟନ୍ତ ଦୁଃଖର ବିଷୟ। ଆମେ ଦାବି କରୁଛୁ ଯେ ଉଭୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ସେମାନଙ୍କୁ ଗିରଫ କରାଯାଉ। ସେମାନେ ଆମର ପୈଗମ୍ବରଙ୍କ ବିରୋଧରେ ଅସଦାଚରଣ କରିଛନ୍ତି। ଯଦିଓ ସେମାନଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ହେଲେ ବର୍ତ୍ତମାନ ଆହୁରି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ।


Also Read: ଆମକୁ ଦେଶ ଏବଂ ଧର୍ମ ରକ୍ଷା କରିବାକୁ ହେବ: ଶଫିକୁର୍ର ରହମାନ ବର୍କ


Also Read: 'ଆମ ଠାରୁ କେହି ଛଡ଼ାଇ ପାରିବେ ନାହିଁ ମସଜିଦ, ସମସ୍ତ ପ୍ରକାର ବଳିଦାନ ଦେବାକୁ ପ୍ରସ୍ତୁତ'