'ଆମ ଠାରୁ କେହି ଛଡ଼ାଇ ପାରିବେ ନାହିଁ ମସଜିଦ, ସମସ୍ତ ପ୍ରକାର ବଳିଦାନ ଦେବାକୁ ପ୍ରସ୍ତୁତ'
Advertisement
Article Detail0/zeeodisha/odisha1193070

'ଆମ ଠାରୁ କେହି ଛଡ଼ାଇ ପାରିବେ ନାହିଁ ମସଜିଦ, ସମସ୍ତ ପ୍ରକାର ବଳିଦାନ ଦେବାକୁ ପ୍ରସ୍ତୁତ'

ଆମ ଠାରୁ କେହି ମସଜିଦ ଛଡ଼ାଇ ପାରିବେ ନାହିଁ। ଏଥିପାଇଁ ଆମକୁ ଯେଉଁ ବଳିଦାନ ଦେବାକୁ ପଡ଼ିବ ତାହା ଆମେ ଦେବାକୁ ପ୍ରସ୍ତୁତ। ମୃତ୍ୟୁ ପର୍ଯ୍ୟନ୍ତ ଆମେ ଜ୍ଞାନବ୍ୟାପୀ ମସଜିଦ ଛାଡି଼ବୁ ନାହିଁ। 

'ଆମ ଠାରୁ କେହି ଛଡ଼ାଇ ପାରିବେ ନାହିଁ ମସଜିଦ, ସମସ୍ତ ପ୍ରକାର ବଳିଦାନ ଦେବାକୁ ପ୍ରସ୍ତୁତ'

Gyanvapi Mosque Row: ଜ୍ଞାନବ୍ୟାପୀ ମସଜିଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ସମାଜବାଦୀ ପାର୍ଟି ଲୋକସଭା ସାଂସଦ ଶଫିକୁର୍ର ରହମାନ ବର୍କ। ଏନେଇ ଦାବି କରି ସେ କହିଛନ୍ତି ବାରାଣାସୀସ୍ଥିତ ଜ୍ଞାନବ୍ୟାପୀ ମସଜିଦ ପରିସରରେ କୌଣସି ଶିବଲିଙ୍ଗ ନାହିଁ। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲାଗି ଏଭଳି ପରିସ୍ଥିତି ସୃଷ୍ଟି କରାଯାଉଥିବା ଅଭିଯୋଗ କରିଛନ୍ତି ସେ।

ଆମ ଠାରୁ କେହି ମସଜିଦ ଛଡ଼ାଇ ପାରିବେ ନାହିଁ। ଏଥିପାଇଁ ଆମକୁ ଯେଉଁ ବଳିଦାନ ଦେବାକୁ ପଡ଼ିବ ତାହା ଆମେ ଦେବାକୁ ପ୍ରସ୍ତୁତ। ମୃତ୍ୟୁ ପର୍ଯ୍ୟନ୍ତ ଆମେ ଜ୍ଞାନବ୍ୟାପୀ ମସଜିଦ ଛାଡି଼ବୁ ନାହିଁ। ମୁସଲମାନଙ୍କ ଠାରୁ ଜ୍ଞାନବ୍ୟାପୀ ମସଜିଦ କେହି ନେଇ ପାରିବେ ନାହିଁ। ଯଦିଓ ଅଯୋଧ୍ୟା ଠାରେ ରାମ ମନ୍ଦିର ନିର୍ମାଣ କରାଯାଉଛି ହେଲେ ସେଠାରେ ଏକ ମସଜିଦ ରହିଛି। ବଳପୂର୍ବକ ରାମ ମନ୍ଦିର ନିର୍ମାଣ କରାଯାଉଛି। ମୁସଲମାନଙ୍କୁ ଟାର୍ଗେଟ କରାଯିବା ମସଜିଦ ଉପରେ ଆକ୍ରମଣ କରାଯାଉଛି। ସରକାରା ଏପରି ପରିଚାଳିତ ହୋଇନଥାଏ। ସରକାର ସଚ୍ଚୋଟତାର ସହ ଆଇନ ପାଳନ କରିବା ଆବଶ୍ୟକ। ରାଜ୍ୟରେ ଆଇନର ଶାସନ ନାହିଁ। ରାଜ୍ୟକୁ ବୁଲଡୋଜର ଶାସନ କରୁଛି। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲାଗି ଏଭଳି ପରିସ୍ଥିତି ସୃଷ୍ଟି କରାଯାଉଛି। ଯଦି ଇତିହାସ ଉପରେ ଅନୁଧ୍ୟାନ କରାଯାଏ ତାହେଲେ ଜ୍ଞାନବ୍ୟାପୀ ମସଜିଦ ପରିସରରେ କୌଣସି ଶିବଲିଙ୍ଗ ନ ଥିଲା।  

Also Read: 'ଯଦି ମସଜିଦରେ ଜଳ ଚଢାଯାଏ ତାହେଲେ ବହିବ ରକ୍ତ'

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ଭେଟିବା ଲାଗି ରାଜଧାନୀ ଲକ୍ଷ୍ନୌ ଠାରେ ପହଞ୍ଚିଥିଲେ ସମ୍ଭଲ ଲୋକସଭା ଆସନର ସାଂସଦ ଶଫିକୁର୍ର ରହମାନ ବର୍କ। ଦଳୀୟ କାର୍ଯ୍ୟାଳୟ ଠାରେ ଗଣାମାଧ୍ୟମରେ ପ୍ରତିକ୍ରିୟା ଉପରୋକ୍ତ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟି ଲୋକସଭା ସାଂସଦ। ଏହା ପ୍ରଥମ ଥର ନୁହେଁ ଯେ ସେ ଏଭଳି ବୟାନ ଦେଇଛନ୍ତି। ପୂର୍ବରୁ ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ଅଜବ ଧରଣର ବୟାନ ରଖି ଚର୍ଚ୍ଚାକୁ ଆସି ସାରିଛନ୍ତି ସେ।