Congress MP Shashi Tharoor: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନକୁ ନେଇ ଜାରି ରହିଛି ଚର୍ଚ୍ଚା। ଦଳୀୟ ସଭାପତି ନିର୍ବାଚନ ଲାଗି ସେପ୍ଟମ୍ବର ୩୦ ତାରିଖ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି ଦଳର ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଲୋକସଭା ସାଂସଦ ଶଶୀ ଥରୁର। ନାମାଙ୍କନ ଭରିବା ପରେ ଦଳର ଅଧ୍ୟକ୍ଷ ନିର୍ବାଚନ ଲାଗି ପ୍ରଚାର ଆରମ୍ଭ କରି ଦେଇଛନ୍ତି ଶଶୀ ଥରୁର। ହେଲେ ନିର୍ବଚନ ପ୍ରଚାର ଅଭିଯାନ ଆରମ୍ଭ କରିବା ମାତ୍ରେ ବିବାଦୀୟ ହୋଇ ପଡିଛନ୍ତି ସେ। ପ୍ରଚାର ସମୟରେ କଂଗ୍ରେସ ସାଂସଦ ଦେଶର ଏକ ଭୁଲ ମାନଚିତ୍ର ଦେଖାଇଛନ୍ତି। ଯେଉଁଥିରେ ଜାମୁ କାଶ୍ମୀରର ଅନେକ ସ୍ଥାନ ଗାଏବ ହୋଇଯାଇଛି। 


COMMERCIAL BREAK
SCROLL TO CONTINUE READING

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ (Congress President Election) ପୂର୍ବରୁ ଦଳର ସାଂସଦ ଶଶୀ ଥରୁରଙ୍କ (Congress MP Shashi Tharoor) ପକ୍ଷରୁ ପ୍ରଥମେ ଆରମ୍ଭ ହୋଇଥିଲା ପ୍ରଚାର ଅଭିଯାନ (Congress President Election Campaign)। ଏହି କ୍ରମରେ ତାଙ୍କ କାର୍ଯ୍ୟାଳୟରୁ ଏକ ପୋଷ୍ଟର ସାମ୍ନାକୁ ଆସିଥିଲା। ଯେଉଁଥିରେ ଦେଶର ଏକ ଅସମ୍ପୂର୍ଣ୍ଣ ଏବଂ ଭୁଲ ମାନଚିତ୍ର (Incomplete and Inaccurate Map of India ) ଉପସ୍ଥାପିତ କରାଯାଇଛି। ଏହି ମାନଚିତ୍ରରେ ଜାମ୍ମୁ କାଶ୍ମୀରର ଅନେକ ଅଞ୍ଚଳ ଗାଏବ ହୋଇଯାଇଛି। ପଡୋଶୀ ଦେଶ ଚୀନ୍ ଏହି ମାନଚିତ୍ରରେ ଉପସ୍ଥାପିତ ହୋଇନଥିବା ଅଞ୍ଚଳ ଉପରେ ନିଜର ଅଧିକାର ଦାବି କରୁଥିଲା। ତାଙ୍କର ପ୍ରଚାର ଅଭିଯାନରେ ଅନ୍ତର୍ଭୂକ୍ତ ଏହି ମାନଚିତ୍ର ସାମ୍ନାକୁ ଆସିବା ପରେ ସେ ବିବାଦୀୟ ହୋଇ ପଡ଼ିଛନ୍ତି। ହେଲେ ପରେ ଏହି ମାନଚିତ୍ରକୁ ସଂଶୋଧିତ କରାଯାଇଛି। 


Also Read: Congress President Election: ଶୁକ୍ରବାର ନାମାଙ୍କନ ଦାଖଲ କରିବେ ଶଶୀ ଥରୁର


ମାନଚିତ୍ର ପାଇଁ ପୂର୍ବରୁ ମଧ୍ୟ ବିବାଦ ଘେରରେ ରହିଛନ୍ତି  କଂଗ୍ରେସ ସାଂସଦ ଶଶୀ ଥରୁର। ଯେତେବେଳେ ସେ ୩ ବର୍ଷ ପୂର୍ବେ ନାଗରିକତା ସଂଶୋଧନ ଆଇନ ବିରୋଧରେ ହୋଇଥିବା ବିରୋଧ ପ୍ରଦର୍ଶନ ସମୟରେ ଏକ ସୋସିଆଲ ମିଡିଆ ପୋଷ୍ଚ କରିଥିଲେ। ଯେଉଁଥିରେ ଦେଶର ଭୁଲ ମାନଚିତ୍ର ଉପସ୍ଥାପିତ କରା ଯାଇଥିଲା। ସେ ଉପସ୍ଥାପିତ କରିଥିବା ମାନଚିତ୍ରରେ କାଶ୍ମୀର ଘାଟିକୁ ଭାରତ ଠାରୁ ଏକ ପୃଥକ ଅଞ୍ଚଳ ଭାବରେ ଦର୍ଶାଇଥିଲେ। ଏହି ଭୁଲ ପାଇଁ ଲୋକେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରି ଦେଇଥିଲେ। ପରେ ପୋଷ୍ଟ ପାଇଁ ବିବାଦ ଉପୁଜିବା ପରେ ସେ ଏହାକୁ ହଟାଇ ଦେଇଥିଲେ।


କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବା ପ୍ରସଙ୍ଗରେ ପୂର୍ବରୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସାରିଛନ୍ତି  ଶଶୀ ଥରୁର। ଏନେଇ ସେ କହିଛନ୍ତି ଦଳୀୟ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ତାଙ୍କ ପାଖରେ ସମଗ୍ର ଦେଶର କଂଗ୍ରେସ କର୍ମକର୍ତ୍ତାଙ୍କ ସମର୍ଥନ ମୋ ପ୍ରତି ରହିଛି। ଏହି ନିର୍ବାଚନ ପାଇଁ ତାଙ୍କ ପ୍ରାର୍ଥୀତ୍ୱ ବାବଦରେ ଗଣମାଧ୍ୟମ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ଦଳର ସାଂସଦ କହିଛନ୍ତି ଯେ ଯେତେବେଳେ ମୁଁ ମୋର ନାମାଙ୍କନ ପତ୍ର ଦାଖଲ କରିବି, ସେତେବେଳେ ଆପଣ ଦେଖିବେ ଯେ ମୋତେ କେତେ ସମର୍ଥନ ମିଳିଛି। ଯଦି ମୁଁ ଅଧିକାଂଶ ରାଜ୍ୟରୁ ଦଳୀୟ କର୍ମୀଙ୍କ ସମର୍ଥନ ମିଳେ, ତାହେଲେ ମୁଁ ଦଳର ଅଧ୍ୟକ୍ଷ ପଦ ନିର୍ବାଚନରେ ଅଂଶଗ୍ରହଣ କରିବି। ଦେଶର ବିଭିନ୍ନ ପ୍ରାନ୍ତର କଂଗ୍ରେସ କର୍ମକର୍ତ୍ତା ମୋତେ ଦଳର ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ ଅନୁରୋଧ କରିଛନ୍ତି। ମୁଁ ଦଳର ସଭାପତି ପଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗ୍ରହୀ ରହିଛି। 


Also Read: Congress MP Shashi Tharoor: ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ମୁଁ ନାମାଙ୍କନ ଦାଖଲ କରିବି, ହେଲେ..


କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି  ଆରମ୍ଭ ହୋଇଯାଇଛି ପ୍ରକ୍ରିୟା।  ଏନେଇ ଗତ ୨୨ ତାରିଖ ଗୁରୁବାର ଦଳ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ ନାମାଙ୍କନ ଦାଖଲ ୨୪ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବରେ ଶେଷ ହୋଇଛି। ନାମାଙ୍କନ ପତ୍ର ଯାଞ୍ଚ ଅକ୍ଟୋବର ୧ ତାରିଖରେ କରାଯିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୮ ଅକ୍ଟୋବର। ଯଦି ଆବଶ୍ୟକ ହୁଏ  ତାହେଲେ  ୧୭ ଅକ୍ଟୋବରରେ ମତଦାନ ଅନୁଷ୍ଠିତ ହେବ ଏବଂ ୧୯ ଅକ୍ଟୋବରରେ ଭୋଟ୍ ଗଣତି କରାଯାଇ ସେହି ଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଏହି ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟିର ୯ ହଜାରରୁ ଅଧିକ ପ୍ରତିନିଧି ନିର୍ବାଚନରେ ମତଦାନ କରିବେ।