UP Election 2022: କେତେ ଆସନ ପାଇବ ସମାଜବାଦୀ ମେଣ୍ଟ? ପୂର୍ବାନୁମାନ କରି କହିଲେ ଶିବପାଲ ଯାଦବ
ଆମ ଦଳ ହେଉଛି ସମାଜବାଦୀ ପାର୍ଟି। ଆମକୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଭୋଟ ମିଳିଥାଏ।
ଲକ୍ଷ୍ନୌ: ଚଳିତ ୨୦୨୨ ବିଧାନସଭା ନିର୍ବାଚନରେ ସମାଜବାଦୀ ମେଣ୍ଟକୁ କେତେ ଆସନ ମିଳିବ ତାହାର ପୂର୍ବାନୁମାନ କରିଛନ୍ତି ପ୍ରଗତିଶୀଳ ସମାଜବାଦୀ ପାର୍ଟି ମୁଖ୍ୟ ଶିବପାଲ ଯାଦବ। ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେବା ଅବସରରେ ଏହି ନିର୍ବାଚନରେ ସମାଜବାଦୀ ମେଣ୍ଟ କେତେ ଆସନ ପାଇବ ତାହାର ପୂର୍ବାନୁମାନ କରିଛନ୍ତି ସେ।
ଏ ପ୍ରସଙ୍ଗରେ ମତ ରଖି ପ୍ରଗତିଶୀଳ ସମାଜବାଦୀ ପାର୍ଟି ମୁଖ୍ୟ ଶିବପାଲ ଯାଦବ କହିଛନ୍ତି ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ମେଣ୍ଟକୁ ୩୦୦ ଆସନ ମିଳିବ। ବିଜେପି ହିଜାବ ନାମରେ ସାମ୍ପ୍ରଦାୟିକତା ବିସ୍ତାର କରୁଛି। କିଏ କେଉଁ ପୋଷାକ ପିନ୍ଧନ୍ତି ତାହା ସେମାନଙ୍କର ସାମ୍ବିଧାନିକ ଅଧିକାର। ସେମାନେ ଗାଈ ବିଷୟରେ କିଛି କହୁନାହାଁନ୍ତି ଯେଉଁଥିପାଇଁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ଗୁଳି ବନ୍ଧୁକ କଥା କହୁଛନ୍ତି। ଅଖିଳେଶ ଯାଦବ ଆମର ନେତା ଏବଂ ସେ ମୁଖ୍ୟମନ୍ତ୍ରୀ ହେବେ। ଗୁଣ୍ଡା କିମ୍ବା ଗୁଣ୍ଡାଗର୍ଦ୍ଦିକୁ ବରଦାସ୍ତ କରାଯିବ ନାହିଁ। ଆମେ ରାଜ୍ୟବାସୀଙ୍କୁ ଆତ୍ମବିଶ୍ୱାସ ପ୍ରଦାନ କରୁଛୁ। ବିଜେପି ଅପେକ୍ଷା କେହି ଅଧିକ ଗୁଣ୍ଡାଗର୍ଦ୍ଦି କରିପାରିବେ ନାହିଁ।
Also Read: ସମାଜବାଦୀ ପାର୍ଟି କ୍ଷମତାକୁ ଆସିଲେ ଏତିକି ଲୋକଙ୍କୁ ସରକାରୀ ଚାକିରୀ ଦେବେ ଅଖିଲେଶ ଯାଦବ
ଦୁଇ ଜଣ ଗୁଜୁରାତୀ ଏକାଠି ହୋଇ ଆଉ ଦୁଇଜଣ ଗୁଜୁରାତୀଙ୍କୁ ଫାଇଦା ପହଞ୍ଚାଇଛନ୍ତି। ଏହି ୪ ଜଣ ଗୁଜୁରାତୀ ସମଗ୍ର ଦେଶକୁ ନଷ୍ଟ କରିଦେଇଛନ୍ତି। ସମସ୍ତେ ସେମାନଙ୍କ ପ୍ରତି ସାବଧନ ରହିବା ଆବଶ୍ୟକ। ୨୦୨୨ ନିର୍ବାଚନରେ ରାଜ୍ୟରୁ ବିଜେପି ମୂଳପୋଛ ହୋଇଯିବ। ସମାଜବାଦୀ ମେଣ୍ଟକୁ ୩୦୦ ଆସନ ମିଳିବ।
ଆମେ ଅଖିଲେଶ ଯାଦବଙ୍କୁ ଆମର ନେତା ମାନି ନେଇଛୁ ଏବଂ ସାଇକେଲ ଚିହ୍ନରେ ନିର୍ବାନ ଲଢୁଛୁ। ସମାଜବାଦୀ ମେଣ୍ଟରେ ଆମକୁ ସମ୍ମାନ ମିଳିଲା ତାହା ବହୁତ ବଡ କଥା। ମୁଁ ବିଗତ ୩୫ ବର୍ଷ ଧରି ସମବାୟ ବ୍ୟାଙ୍କ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଆସିଛି। ବର୍ତ୍ତମାନ ମୁଁ ଏକ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛି। ଆମେ ସେହି ଚିନ୍ତାଧାରାର ଲୋକ ଯାହା ସମାଜବାଦର ଜନକ ଡ.ରାମ ମନୋହର ଲୋହିଆଙ୍କ ଆଦର୍ଶ ଥିଲା। ସେ କେବେ ପଦ ପଦବୀ ପ୍ରତି ଧ୍ୟାନ ଦେଇନଥିଲେ। ଆମେ ତାଙ୍କର ଆଦର୍ଶ ଅନୁସରଣ କରୁଛୁ। ପଦ ଆମ ପଛରେ ଚାଲିଥାଏ।
Also Read: ଦାଏର ହୋଇନାହିଁ ଗୋଟିଏ ମାତ୍ର ଅପରାଧିକ ମାମଲା; ହେଲେ ୨୫୧ ଥର ଯାଇଛନ୍ତି ଜେଲ
ସମାଜବାଦୀ ମେଣ୍ଟର ପ୍ରାର୍ଥୀ ରାଜ୍ୟର ସମସ୍ତ ୪୦୩ ଆସନରେ ନିର୍ବାଚନ ଲଢୁଛନ୍ତି। ଆମ ଦଳ ହେଉଛି ସମାଜବାଦୀ ପାର୍ଟି। ଆମକୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଭୋଟ ମିଳିଥାଏ। ଯଦି ରାଜ୍ୟରେ ସମାଜବାଦୀ ସରକାର ଗଠନ ହୁଏ ତାହେଲେ ମନ୍ତ୍ରୀ କିଏ ହେବ ତାହା ମେଣ୍ଟର ନେତା ଅଖିଲେଶ ଯାଦବ ସ୍ଥିର କରିବେ।